୨ ବାଇକ ସହ ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଗୁରୁବାର ସକାଳେ ପୋଡ଼ା ମାରି ଗ୍ରାମ ନିକଟ ରାସ୍ତାରୁ ୨ ବାଇକ ସହ ୯୦ କେଜି ୫୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୪ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ଆର.ଉଦୟଗିରି ଥାନା ପୋଇପାଣି ଗ୍ରାମର ପ୍ରଶାନ୍ତ ବଳିୟାର ସିଂ,ପାଟପୁର ଥାନା ଆମ୍ବ ଗାଁ ର ପୀତବାସ ଭୁଁୟା, ସିଙ୍ଗିପୁର ଗ୍ରାମର ସୁନୀଲ ଦୋରା ଏବଂ […] The post ୨ ବାଇକ ସହ ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ appeared first on Dharitri Odia News.
ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଗୁରୁବାର ସକାଳେ ପୋଡ଼ା ମାରି ଗ୍ରାମ ନିକଟ ରାସ୍ତାରୁ ୨ ବାଇକ ସହ ୯୦ କେଜି ୫୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୪ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ଆର.ଉଦୟଗିରି ଥାନା ପୋଇପାଣି ଗ୍ରାମର ପ୍ରଶାନ୍ତ ବଳିୟାର ସିଂ,ପାଟପୁର ଥାନା ଆମ୍ବ ଗାଁ ର ପୀତବାସ ଭୁଁୟା, ସିଙ୍ଗିପୁର ଗ୍ରାମର ସୁନୀଲ ଦୋରା ଏବଂ ବଡଗଡ ଥାନା ନିକୋଫେରି ଗ୍ରାମର ସୁନୀଲ ବଡ଼ ରଇତ। ସେମାନଙ୍କ ବିରୋଧରେ ଥାନା ମାମଲା ନଂ.୫୫୬/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ବ୍ରହ୍ମପୁର ସ୍ଥିତ ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରାଯିବ ବୋଲି ଜଣାପଡିଛି। ଗୁରୁବାର ସକାଳେ ଥାନା ଆଇଆଇସି,ପୋଡ଼ାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ, ରମାକାନ୍ତ ଶବର ପ୍ରମୁଖ ସଦଳବଳେ ପାଟ୍ରୋଲିଂ କରୁଥିବା ବେଳେ ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିବା ୨ଟି ବାଇକକୁ ପୋଲିସ ଟିମ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ପରେ ପୋଲିସ ଟିମ ୨ଟି ବାଇକ ସହ ଅଭିଯୁକ୍ତମାନଙ୍କୁ ଥାନାକୁ ଉଠାଇ ଆଣିଥିଲା।
The post ୨ ବାଇକ ସହ ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ appeared first on Dharitri Odia News.