୨ ଯାଆଙ୍କ ମଧ୍ୟରେ ଝଗଡ଼ା: ପାଣିରେ ପଡ଼ି ଜଣଙ୍କର ଚାଲିଗଲା ଜୀବନ
ଏମ୍ଭି,୭୯, ୨୭ା୯(ଭିକି ବାରିକ): ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ହୋଇ ଠେଲାପେଲା ହେବାରୁ ଦୁହେଁ ଜମିଥିବା ପାଣିରେ ପଡ଼ିଯାଇଥିଲେ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମୃତକ ହେଲେ ବୁଚି ମାଢ଼ୀ(୪୮)। ଏମ୍ଭି ୭୯ ଥାନା ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ସଦର ଗ୍ରାମରେ ଗୁରୁବାର ଏହି ଘଟଣା ଘଟିଛି। ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାଯିବ ବୋଲି ପୋଲିସ କହଛି। ଦୁଇ ଯାଆ ବୁଚି ଏବଂ ରାମେ ନିଜ ଜମିରୁ ମହୁଲ […] The post ୨ ଯାଆଙ୍କ ମଧ୍ୟରେ ଝଗଡ଼ା: ପାଣିରେ ପଡ଼ି ଜଣଙ୍କର ଚାଲିଗଲା ଜୀବନ appeared first on Dharitri Odia News.
ଏମ୍ଭି,୭୯, ୨୭ା୯(ଭିକି ବାରିକ): ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ହୋଇ ଠେଲାପେଲା ହେବାରୁ ଦୁହେଁ ଜମିଥିବା ପାଣିରେ ପଡ଼ିଯାଇଥିଲେ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମୃତକ ହେଲେ ବୁଚି ମାଢ଼ୀ(୪୮)। ଏମ୍ଭି ୭୯ ଥାନା ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ସଦର ଗ୍ରାମରେ ଗୁରୁବାର ଏହି ଘଟଣା ଘଟିଛି। ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାଯିବ ବୋଲି ପୋଲିସ କହଛି।
ଦୁଇ ଯାଆ ବୁଚି ଏବଂ ରାମେ ନିଜ ଜମିରୁ ମହୁଲ ଗୋଟାଇସାରି ବୁଧବାର ପୂର୍ବାହ୍ନ ଘରକୁ ଫେରୁଥିଲେ। ହେଲେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଦୁହେଁ ଠେଲାପେଲା ହେବାପରେ ଉଭୟ ପାଣିରେ ପଡିଥିଲେ। ସେଥିରେ ବୁଚିଙ୍କର ମୃତ୍ୟୁ ହୋଇଥିଲା।
ପୋଲିସ ପହଞ୍ଚି ରାମେଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏନେଇ ପୋଲିସ ଏକ ମାମଲା(ନଂ.୪୭/୨୫) ରୁଜୁକରି ତଦନ୍ତ ଚଳାଇଛି। ଶୁକ୍ରବାର ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବ ବୋଲି ଏସ୍ଆଇ ଚନ୍ଦନ ବେହେରା କହିଛନ୍ତି।
The post ୨ ଯାଆଙ୍କ ମଧ୍ୟରେ ଝଗଡ଼ା: ପାଣିରେ ପଡ଼ି ଜଣଙ୍କର ଚାଲିଗଲା ଜୀବନ appeared first on Dharitri Odia News.