୨ ଶ୍ରମିକ ଜଳିଗଲେ
କାମାକ୍ଷାନଗର,୧୦ା୬(ସୁଧୀର ପରିଡ଼ା): ଘର କାମ କରୁଥିବା ବେଳେ ଘଟିଛି ଅଘଟଣ। ଲୁହା ରଡ୍ ଭିଡୁଥିବା ସମୟରେ ୩୩ କେଭି ଲାଇନ୍ ତାରରେ ଲାଗି ୨ଶ୍ରମିକ ଗୁରୁତର ହୋଇଛନ୍ତି। ଏମାନେ ହେଲେ ଜଗା ମଲ୍ଲିକ (୩୭) ଓ ବାବୁଲି ମଲ୍ଲିକ (୩୦)। ଏଭଳି ଏକ ଘଟଣା ଦେଖିବାକୁ ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଲୁଅଝରଣଠାରେ। ନାରାୟଣ ସାହୁଙ୍କ ନୂଆ ଘରେ କାମ କରୁଥିଲେ ଶ୍ରମିକ। ଆଜି ସକାଳ ୭ଟାରେ ୮ରୁ ୧୦ ଜଣ ଶ୍ରମିକ ଘର କାମ କରିବା […] The post ୨ ଶ୍ରମିକ ଜଳିଗଲେ appeared first on Dharitri Odia News.
କାମାକ୍ଷାନଗର,୧୦ା୬(ସୁଧୀର ପରିଡ଼ା): ଘର କାମ କରୁଥିବା ବେଳେ ଘଟିଛି ଅଘଟଣ। ଲୁହା ରଡ୍ ଭିଡୁଥିବା ସମୟରେ ୩୩ କେଭି ଲାଇନ୍ ତାରରେ ଲାଗି ୨ଶ୍ରମିକ ଗୁରୁତର ହୋଇଛନ୍ତି। ଏମାନେ ହେଲେ ଜଗା ମଲ୍ଲିକ (୩୭) ଓ ବାବୁଲି ମଲ୍ଲିକ (୩୦)।
ଏଭଳି ଏକ ଘଟଣା ଦେଖିବାକୁ ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଲୁଅଝରଣଠାରେ। ନାରାୟଣ ସାହୁଙ୍କ ନୂଆ ଘରେ କାମ କରୁଥିଲେ ଶ୍ରମିକ। ଆଜି ସକାଳ ୭ଟାରେ ୮ରୁ ୧୦ ଜଣ ଶ୍ରମିକ ଘର କାମ କରିବା ପାଇଁ ରଡ୍ ଭିଡୁଥିବା ବେଳେ ଘର ଆଗ ଦେଇ ଯାଇଥିବା ୩୩କେଭି ତାରରେ ଅସାବଧାନତା ବଶତଃ ଲାଗିଯାଇଥିଲା ରଡ୍। ପାଖରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଅନ୍ୟ ଶ୍ରମିକମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।
The post ୨ ଶ୍ରମିକ ଜଳିଗଲେ appeared first on Dharitri Odia News.