୨ବର୍ଷ ହେଲା ଘନିଷ୍ଟ ସମ୍ପର୍କରେ ଅଛନ୍ତି ଏଲନ ମସ୍କ ଓ ଭ୍ଲାଦିମୀର ପୁଟିନ! ରିପୋର୍ଟକୁ ନେଇ ଚାଞ୍ଚଲ୍ୟ

ୱାସିଂଟନ ୨୫।୧୦: ଏକ ଏପରି ଘଟଣାକ୍ରମ ଯାହା ସମ୍ଭାବିତ ରୂପେ ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନୂଆ ରୂପ ଦେଇପାରେ, ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ହୋଇ ସାରିଥିବା ଏଲନ ମସ୍କଙ୍କ ଉପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହିତ ‘ନିୟମିତ ସମ୍ପର୍କ’ ରଖିଥିବାର ଆରୋପ ଲଗାଯାଇଛି । ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁସାରେ ଟେସ୍ଲା ଓ ସ୍ପେସ୍ ଏକ୍ସ ସିଇଓ ୨୦୨୨ ଶେଷରୁ ଭ୍ଲାଦିମୀର ପୁଟିନଙ୍କ ସମ୍ପର୍କରେ ଅଛନ୍ତି ଓ ଉଭୟ ବ୍ୟକ୍ତିଗତ ପ୍ରସଙ୍ଗରୁ ଆରମ୍ଭ କରି ଭୂ-ରାଜନୈତିକ ଉତ୍ତେଜନା ପର୍ଯ୍ୟନ୍ତ ଅନେକ ବିଷୟରେ ଆଲୋଚନା କରିଛନ୍ତି।   ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟରେ ଉଠାଯାଇଥିବା ସବୁଠୁ ରାଜନୈତିକ ରୂପେ କ୍ଷତିକାରକ ଅଭିଯୋଗ ମଧ୍ୟରୁ ଗୋଟିକରେ ଏହି ଦାବି କରାଯାଇଛି ଯେ ପୁଟିନ ମସ୍କଙ୍କୁ ଚୀନ୍‌ ନେତା ସି ଜିନପିଙ୍ଗଙ୍କ ପ୍ରତି ‘କୃତଜ୍ଞତା’ ସ୍ୱରୂପ ତାଇୱାନ ଉପରେ ତାଙ୍କର ଷ୍ଟାରଲିଂକ ଉପଗ୍ରହଙ୍କୁ ସକ୍ରିୟ ନ କରିବା ଲାଗି କହିଥିଲେ, ଯାହାର ସେ ପାଳନ କରିଛନ୍ତି। ଜନୈକ ପୂର୍ବତନ ଋଷିଆ ଗୁଇନ୍ଦା ଅଧିକାରୀ ସମ୍ବାଦପତ୍ରକୁ କହିଛନ୍ତି ଏହି ଅନୁରୋଧ ଗତବର୍ଷ ଶେଷରେ ହୋଇଥିଲା। ଅଭିଯୋଗ ଅନୁସାରେ ମସ୍କ ପୁଟିନଙ୍କ ସମ୍ପର୍କରେ ଥିଲେ, ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କୁ ଏହା ସମସ୍ୟାରେ ପକାଇ ପାରେ। କାରଣ ତାଙ୍କ କମ୍ପାନୀମାନେ ଯେଉଁଥିରେ ସ୍ପେସ୍ ଏକ୍ସ ମଧ୍ୟ ସାମିଲ ଆମେରି

୨ବର୍ଷ ହେଲା ଘନିଷ୍ଟ ସମ୍ପର୍କରେ ଅଛନ୍ତି ଏଲନ ମସ୍କ ଓ ଭ୍ଲାଦିମୀର ପୁଟିନ!  ରିପୋର୍ଟକୁ ନେଇ ଚାଞ୍ଚଲ୍ୟ

ୱାସିଂଟନ ୨୫।୧୦: ଏକ ଏପରି ଘଟଣାକ୍ରମ ଯାହା ସମ୍ଭାବିତ ରୂପେ ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନୂଆ ରୂପ ଦେଇପାରେ, ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ହୋଇ ସାରିଥିବା ଏଲନ ମସ୍କଙ୍କ ଉପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହିତ ‘ନିୟମିତ ସମ୍ପର୍କ’ ରଖିଥିବାର ଆରୋପ ଲଗାଯାଇଛି । ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁସାରେ ଟେସ୍ଲା ଓ ସ୍ପେସ୍ ଏକ୍ସ ସିଇଓ ୨୦୨୨ ଶେଷରୁ ଭ୍ଲାଦିମୀର ପୁଟିନଙ୍କ ସମ୍ପର୍କରେ ଅଛନ୍ତି ଓ ଉଭୟ ବ୍ୟକ୍ତିଗତ ପ୍ରସଙ୍ଗରୁ ଆରମ୍ଭ କରି ଭୂ-ରାଜନୈତିକ ଉତ୍ତେଜନା ପର୍ଯ୍ୟନ୍ତ ଅନେକ ବିଷୟରେ ଆଲୋଚନା କରିଛନ୍ତି।   

ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟରେ ଉଠାଯାଇଥିବା ସବୁଠୁ ରାଜନୈତିକ ରୂପେ କ୍ଷତିକାରକ ଅଭିଯୋଗ ମଧ୍ୟରୁ ଗୋଟିକରେ ଏହି ଦାବି କରାଯାଇଛି ଯେ ପୁଟିନ ମସ୍କଙ୍କୁ ଚୀନ୍‌ ନେତା ସି ଜିନପିଙ୍ଗଙ୍କ ପ୍ରତି ‘କୃତଜ୍ଞତା’ ସ୍ୱରୂପ ତାଇୱାନ ଉପରେ ତାଙ୍କର ଷ୍ଟାରଲିଂକ ଉପଗ୍ରହଙ୍କୁ ସକ୍ରିୟ ନ କରିବା ଲାଗି କହିଥିଲେ, ଯାହାର ସେ ପାଳନ କରିଛନ୍ତି। ଜନୈକ ପୂର୍ବତନ ଋଷିଆ ଗୁଇନ୍ଦା ଅଧିକାରୀ ସମ୍ବାଦପତ୍ରକୁ କହିଛନ୍ତି ଏହି ଅନୁରୋଧ ଗତବର୍ଷ ଶେଷରେ ହୋଇଥିଲା। ଅଭିଯୋଗ ଅନୁସାରେ ମସ୍କ ପୁଟିନଙ୍କ ସମ୍ପର୍କରେ ଥିଲେ, ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କୁ ଏହା ସମସ୍ୟାରେ ପକାଇ ପାରେ। 

କାରଣ ତାଙ୍କ କମ୍ପାନୀମାନେ ଯେଉଁଥିରେ ସ୍ପେସ୍ ଏକ୍ସ ମଧ୍ୟ ସାମିଲ ଆମେରିକା ସେନା ଓ ସରକାରୀ ଏଜେନ୍ସୀଙ୍କ ସହିତ ବ୍ୟାପକ ବ୍ୟାପାରିକ ନେଣଦେଣରେ ଅଛି, ଏଥିରୁ ତାଙ୍କୁ ସମ୍ବେଦନଶୀଳ ସୂଚନା ପର୍ଯ୍ୟନ୍ତ ପହଞ୍ଚ ମିଳୁଛି।  ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମସ୍କ ଯିଏ ଟ୍ରମ୍ପଙ୍କ ସମାଲୋଚନା କରୁଥିବା ଆମେରିକୀୟ ମିଡିଆ ହାଉସ୍ ମାନଙ୍କର ମୁଖର ଆଲୋଚନା କରନ୍ତି ସେ ଏବେ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟରେ ନୀରବତା ଅବଲମ୍ବନ କରୁଛନ୍ତି। ଏହା ପୁଟିନଙ୍କ ପ୍ରତି ନରମ ଭାବନା ରଖୁଥିବା କୁହାଯାଉଥିବା ଟ୍ରମ୍ପଙ୍କ ଲାଗି ମଧ୍ୟ କ୍ଷତିର କାରଣ ହୋଇପାରେ। 

ଟ୍ରମ୍ପଙ୍କ ସବୁଠୁ ପ୍ରଭାବଶାଳୀ ସମର୍ଥକଙ୍କ ମଧ୍ୟରେ ଜଣେ ମସ୍କ ନିଜକୁ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏବେ ଗଭୀର ଭାବେ ସମ୍ପୃକ୍ତ କରିଛନ୍ତି। ଗତ କିଛି ମସ ହେଲା  ଟ୍ରମ୍ପ ଓ ମସ୍କ ଉଭୟଙ୍କ ପଟରୁ କେତେକ ସଂକେତ ମିଳୁଛି ଯଦି ନଭେମ୍ବରରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ହ୍ୱାଇଟ୍ ହାଉସ ନିମନ୍ତେ ନିର୍ବାଚିତ ହୁଅନ୍ତି ତେବେ ବିଶ୍ୱର ପ୍ରମୁଖ ଆରବପତି ତଥା ପୁଟିନଙ୍କ ବନ୍ଧୁଙ୍କୁ ଟ୍ରମ୍ପଙ୍କ କ୍ୟାବିନେଟରେ ଭୂମିକା ବି ମିଳିପାରେ।