୨ୟ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଅନ୍ତର୍ଜାତୀୟ ପ୍ରଦର୍ଶନୀ ଉଦ୍ଘାଟିତ
ଭୁବନେଶ୍ୱର,୧୬ା୨: ଫ୍ୟୁଚରେକ୍ସ ଟ୍ରେଡ୍ ଫେୟାର ଆଣ୍ଡ ଇଭେଣ୍ଟସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆୟୋଜିତ ୪ ଦିନିଆ ୨ୟ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଅନ୍ତର୍ଜାତୀୟ ପ୍ରଦର୍ଶନୀ- ୨୦୨୪ ଗୁରୁବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫ୍ୟୁଚରେକ୍ସ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ସ୍ବାମୀ ପ୍ରେମ ଅନ୍ବେଷୀ, ଏମ୍ଏସ୍ଏମ୍ଇର ନିର୍ଦ୍ଦେଶକ ପଓ୍ବନ ଗୁପ୍ତା, ଏଏମ୍ଏନଏସ୍ ଇଣ୍ଡିଆର ହେଡ୍ (ମାଇନିଂ) […] The post ୨ୟ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଅନ୍ତର୍ଜାତୀୟ ପ୍ରଦର୍ଶନୀ ଉଦ୍ଘାଟିତ appeared first on Dharitri Odia News.
ଭୁବନେଶ୍ୱର,୧୬ା୨: ଫ୍ୟୁଚରେକ୍ସ ଟ୍ରେଡ୍ ଫେୟାର ଆଣ୍ଡ ଇଭେଣ୍ଟସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆୟୋଜିତ ୪ ଦିନିଆ ୨ୟ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଅନ୍ତର୍ଜାତୀୟ ପ୍ରଦର୍ଶନୀ- ୨୦୨୪ ଗୁରୁବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଫ୍ୟୁଚରେକ୍ସ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ସ୍ବାମୀ ପ୍ରେମ ଅନ୍ବେଷୀ, ଏମ୍ଏସ୍ଏମ୍ଇର ନିର୍ଦ୍ଦେଶକ ପଓ୍ବନ ଗୁପ୍ତା, ଏଏମ୍ଏନଏସ୍ ଇଣ୍ଡିଆର ହେଡ୍ (ମାଇନିଂ) ଅମିତ ଦୁବେ, ଓସ୍ମିର ଅଧ୍ୟକ୍ଷା ସାଲିନ ଅଗ୍ରଓ୍ବାଲ, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ ଓଡ଼ିଶା ଚାପ୍ଟରର ଚେୟାରମ୍ୟାନ୍ ଆର୍କିଟେକ୍ଟ ସ୍ବପ୍ନାଦତ୍ତ ମହାନ୍ତି, ପରିଚୟ ଫାଉଣ୍ଡେଶନର ପ୍ରତିଷ୍ଠାତା ରୋଜାଲିନ୍ ପାଟଶାଣୀ ମିଶ୍ର ଏବଂ ରୋଟାରି ଇଣ୍ଟରନ୍ୟାଶନାଲ-୩୨୬୨ ଡିଷ୍ଟ୍ରିକ୍ଟ ଗଭର୍ନର ରୋଟାରିଆନ ଜୟଶ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୨ୟ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଅନ୍ତର୍ଜାତୀୟ ପ୍ରଦର୍ଶନୀ-୨୦୨୪ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ୪ ଦିବସୀୟ ପ୍ରଦର୍ଶନୀ ୨୦୨୪ ଫେବୃଆରୀ ୧୮ ପର୍ଯ୍ୟନ୍ତ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ଦୈନିକ ସକାଳ ୧୧ ଘଟିକାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଓଡ଼ିଶା ଆସେମ୍ବ୍ଲି ଅଫ୍ ସ୍ମଲ ଆଣ୍ଡ ମିଡ଼ିୟମ ଏଣ୍ଟରପ୍ରାଇଜ (ଓସ୍ମି), ପିଏଚ୍ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଅନ୍ୟାନ୍ୟ ବାଣିଜ୍ୟ ସଂସ୍ଥାଗୁଡ଼ିକର ସହଯୋଗରେ ଏହି ପ୍ରଦର୍ଶନୀ ବିଶ୍ୱର ଖଣି ସମ୍ବନ୍ଧୀୟ ଉତ୍ପାଦ, ସେବା ଏବଂ ଯୋଗାଣରେ ଅତ୍ୟାଧୁନିକ ଉନ୍ନତି ସମ୍ବନ୍ଧରେ ଆଲୋକପାତ କରିବ ।
ଏ ସମ୍ପର୍କରେ ଫ୍ୟୁଚରେକ୍ସ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ସ୍ବାମୀ ପ୍ରେମ ଅନ୍ବେଷୀ କହିଛନ୍ତି, ୨ୟ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓଡ଼ିଶାର ଖଣି ଏବଂ ଭିତ୍ତିଭୂମି କ୍ଷେତ୍ରର ଅପାର ସମ୍ଭାବନାକୁ ଦର୍ଶାଇବା ପାଇଁ ଏକ ସର୍ବବୃହତ୍ ପ୍ଲାଟ୍ଫର୍ମ ଭାବେ କାର୍ଯ୍ୟ କରିବ।
The post ୨ୟ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଅନ୍ତର୍ଜାତୀୟ ପ୍ରଦର୍ଶନୀ ଉଦ୍ଘାଟିତ appeared first on Dharitri Odia News.