୨୦ ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ: ନିୟମିତ ବେତନ ସହ …

ଛତ୍ରପୁର,୧୧।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଜଳସାଥି ମହାସଂଘ ପକ୍ଷରୁ ୨୦ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । କହିବାନୁଯାୟୀ, ୨୦୧୯ରେ ରାଜ୍ୟରେ ଜଳ ଯୋଗାଣ ପରିଚାଳନାରେ ପ୍ରୋତ୍ସାହିତ କରିବା ପାଇଁ ୫ଟି ଅଧୀନରେ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଜଳସାଥି ପଦକ୍ଷେପ ଆରମ୍ଭ କରାଯାଇଥିଲା। ରାଜ୍ୟର କର୍ପୋରେଶନ, ୪୫ ମ୍ୟୁନିସିପାଲିଟି ଏବଂ ୫୯ ଏନଏସିରେ ୮୬୦ ଜଳସାଥୀ ନିୟୋଜିତ ହୋଇଛନ୍ତି। ଦାବିଗୁଡିକ ମଧ୍ୟରେ ନିୟମିତ ବେତନ […] The post ୨୦ ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ: ନିୟମିତ ବେତନ ସହ … appeared first on Dharitri Odia News.

୨୦ ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ: ନିୟମିତ ବେତନ ସହ …

ଛତ୍ରପୁର,୧୧।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଜଳସାଥି ମହାସଂଘ ପକ୍ଷରୁ ୨୦ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । କହିବାନୁଯାୟୀ, ୨୦୧୯ରେ ରାଜ୍ୟରେ ଜଳ ଯୋଗାଣ ପରିଚାଳନାରେ ପ୍ରୋତ୍ସାହିତ କରିବା ପାଇଁ ୫ଟି ଅଧୀନରେ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଜଳସାଥି ପଦକ୍ଷେପ ଆରମ୍ଭ କରାଯାଇଥିଲା। ରାଜ୍ୟର କର୍ପୋରେଶନ, ୪୫ ମ୍ୟୁନିସିପାଲିଟି ଏବଂ ୫୯ ଏନଏସିରେ ୮୬୦ ଜଳସାଥୀ ନିୟୋଜିତ ହୋଇଛନ୍ତି। ଦାବିଗୁଡିକ ମଧ୍ୟରେ ନିୟମିତ ବେତନ ଏବଂ ସାମାଜିକ ନିରାପତ୍ତାର ସୁବିଧା, ସର୍ବନିମ୍ନ ବେତନ, ବାର୍ଷିକ ବୋନସ ପ୍ରଦାନ, ସମସ୍ତଙ୍କୁ ବୀମା ଭୁକ୍ତ କରିବା , ୟୁନିଫର୍ମ, ଜୋତା, ଛତା, ଗ୍ଲୋଭସ ଏବଂ ଦୁଇ ଚକିଆ ଯାନ ଯୋଗାଇବା, ସଂଗୃହିତ ବିଲ ଦେୟ ଜମା କରିବାରେ ସାହାଯ୍ୟ କରିବାକୁ ସେମାନଙ୍କ ଆକାଉଣ୍ଟରେ ସର୍ବନିମ୍ନ ଲକ୍ଷ ଟଙ୍କାର ଏକ ବ୍ୟାଙ୍କ ଓଭରଡ୍ରାଫ୍ଟ ସୁବିଧା ପ୍ରଦାନ, ସମସ୍ତ ଜଳସାଥୀଙ୍କୁ ପାମଟପ ଉପକରଣ ଦେବା, ପ୍ରୋଭିଡେଣ୍ଟ ପାଣ୍ଠି ଏବଂ ଗ୍ରାଚ୍ୟୁଇଟି ପ୍ରଦାନ, ସର୍ବନିମ୍ନ ମାସିକ କ୍ଷେତ୍ର ଭତ୍ତା, ଖାଦ୍ୟ, ମୋବାଇଲ ଭତ୍ତା ପ୍ରଦାନ, ମୃତ୍ୟୁକାଳୀନ ସହାୟତା ବାବଦରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ବୈଷୟିକ ତାଲିମ ଦେବା ଆଦି ରହିଛି।

The post ୨୦ ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ: ନିୟମିତ ବେତନ ସହ … appeared first on Dharitri Odia News.