୨୦ ମନ୍ତ୍ରୀ ବାଦ୍ ପଡ଼ିଲେ

ନୂଆଦିଲ୍ଲୀ: ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ ୭୨ ଜଣ ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ମୋଦୀଙ୍କ ଦ୍ବିତୀୟ ପାଳିରେ ମନ୍ତ୍ରୀ ଥିବା ୨୦ ଜଣ ତୃତୀୟ ପାଳି ସରକାରରୁ ବାଦ୍ ପଡ଼ିଛନ୍ତି। ଅଜୟ ଭଟ୍ଟ, ସାଧ୍ବୀ ନିରଞ୍ଜନ ଜ୍ୟୋତି, ମୀନାକ୍ଷୀ ଲେଖି, ରାଜକୁମାର ରଞ୍ଜନ ସିଂହ, ଜେନେରାଲ ଭିକେ ସିଂହ, ଆରକେ ସିଂହ, ଅର୍ଜୁନ ମୁଣ୍ଡା, ସ୍ମୃତି ଇରାନୀ, ଅନୁରାଗ ଠାକୁର, ରାଜୀବ ଚନ୍ଦ୍ରଶେଖର, ନିଶିଥ […]

୨୦ ମନ୍ତ୍ରୀ ବାଦ୍ ପଡ଼ିଲେ

ନୂଆଦିଲ୍ଲୀ: ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ ୭୨ ଜଣ ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ମୋଦୀଙ୍କ ଦ୍ବିତୀୟ ପାଳିରେ ମନ୍ତ୍ରୀ ଥିବା ୨୦ ଜଣ ତୃତୀୟ ପାଳି ସରକାରରୁ ବାଦ୍ ପଡ଼ିଛନ୍ତି। ଅଜୟ ଭଟ୍ଟ, ସାଧ୍ବୀ ନିରଞ୍ଜନ ଜ୍ୟୋତି, ମୀନାକ୍ଷୀ ଲେଖି, ରାଜକୁମାର ରଞ୍ଜନ ସିଂହ, ଜେନେରାଲ ଭିକେ ସିଂହ, ଆରକେ ସିଂହ, ଅର୍ଜୁନ ମୁଣ୍ଡା, ସ୍ମୃତି ଇରାନୀ, ଅନୁରାଗ ଠାକୁର, ରାଜୀବ ଚନ୍ଦ୍ରଶେଖର, ନିଶିଥ ପ୍ରାମାଣିକ, ଅଜୟ ମିଶ୍ର ଟେନି, ସୁବାସ ସରକାର, ଜନ ବାର୍ଲା, ଭାରତୀ ପାୱାର, ଅଶ୍ବିନୀ କୁମାର ଚୌବେ, ରାଓସାହେବ ଦାନଭେ, କପିଲ ପାଟିଏ ନାରାୟଣ ରାଣେ, ଭଗୱତ କରାଡ଼। ଉପରୋକ୍ତ ନେତାମାନଙ୍କ ମଧ୍ୟରୁ ସ୍ମୃତି ଇରାନୀ, ସାଧ୍ବୀ ନିରଞ୍ଜନ ଜ୍ୟୋତି, ଆରକେ ସିଂହ, ଅର୍ଜୁନ ମୁଣ୍ଡା, ରାଜୀବ ଚନ୍ଦ୍ରଶେଖର, ନିଶିଥ ପ୍ରାମାଣିକ, ଅଜୟ ମିଶ୍ର ଟେନି, ସୁବାସ ସରକାର, ଭାରତୀ ପାୱାର, ରାଓସାହେବ ଦାନଭେ, କପିଲ ପାଟିଲ ନିର୍ବାଚନରେ ପରାଜିତ ହୋଇଛନ୍ତି। ନାରାୟଣ ରାଣେ ଏବଂ ଅନୁରାଗ ଠାକୁର ବିଜୟୀ ହୋଇଥିଲେ ମଧ୍ୟ ସେମାନଙ୍କୁ ସାମିଲ କରାଯାଇ ନାହିଁ।