୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣି

ସୁନ୍ଦରଗଡ଼,୧୭।୨: ଜମି ମାମଲା ସମ୍ପର୍କିତ ଏକ ଫାଇଲ ପ୍ରୋସେସିଂ ପାଇଁ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ତହସିଲ ଅଫିସର କନିଷ୍ଠ କିରାଣି ଗୋଲେଖ ନାୟକ ସୋମବାର ଭିଜିଲାନ୍ସ ହାତରେ ଧରାପଡିିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରି କିରାଣିଙ୍କୁ ଅଟକ ରଖି ଅଧିକ ପଚରାଉଚର କରୁଛି। ମିଳିଥିବା ସୂଚନା ମୁତାବକ, ଏକ ଜମି ମାମଲା ସମ୍ପର୍କିତ ଫାଇଲ […] The post ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣି appeared first on Dharitri Odia News.

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣି

ସୁନ୍ଦରଗଡ଼,୧୭।୨: ଜମି ମାମଲା ସମ୍ପର୍କିତ ଏକ ଫାଇଲ ପ୍ରୋସେସିଂ ପାଇଁ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ତହସିଲ ଅଫିସର କନିଷ୍ଠ କିରାଣି ଗୋଲେଖ ନାୟକ ସୋମବାର ଭିଜିଲାନ୍ସ ହାତରେ ଧରାପଡିିଛନ୍ତି। ଭିଜିଲାନ୍ସ
ଅଧିକାରୀମାନେ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରି କିରାଣିଙ୍କୁ ଅଟକ ରଖି ଅଧିକ ପଚରାଉଚର କରୁଛି।

ମିଳିଥିବା ସୂଚନା ମୁତାବକ, ଏକ ଜମି ମାମଲା ସମ୍ପର୍କିତ ଫାଇଲ ପ୍ରୋସେସିଂ ପାଇଁ କିରାଣି ଗୋଲେଖ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ନିଟକରେ ଅଭିଯୋଗ କରିଥିଲେ। ସୋମବାର କିରାଣି ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଳେ। ସେତିକିବେଳେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ କିରାଣିଙ୍କ ଉପରେ ମାଡି ବସିଥିଲେ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

The post ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣି appeared first on Dharitri Odia News.