୨୦ରେ ଆମେରିକା ରାଷ୍ଟ୍ରପତିଙ୍କ ଶପଥ ସମାରୋହ; ଅତିଥି ହେବେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର
ନୂଆଦିଲ୍ଲୀ: ଜାନୁଆରୀ ୨୦ରେ ଆମେରିକା ଶପଥ ସମାରୋହ । ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେବେ ଶପଥ । ସଂଯୁକ୍ତ ରାଷ୍ଟ୍ର ଆମେରିକାର ସେ ୪୭ତମ ରାଷ୍ଟ୍ରପତି ହେବେ । ଏହି ଶପଥ ଗ୍ରହଣ ସମାରୋହରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର । ଶପଥ ଗ୍ରହଣ ପରେ ବିଭିନ୍ନ ଦେଶର ନିମନ୍ତ୍ରିତ ଅତିଥି ମାନଙ୍କ ସହିତ ଆଲୋଚନା କରିବେ ଟ୍ରମ୍ପ । ଭାରତ ଏବଂ ଆମେରିକା ମଧ୍ୟରେ ରାଜନୈତିକ ସମ୍ପର୍କକୁ ମଜବୁତ କରିବା ପାଇଁ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷୀକ ଆଲୋଚନା ହୋଇପାରେ । ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଭାବେ ଜେଡି ଓ୍ବେନ୍ସ ଶପଥ ନେବା ପରେ ଆମେରିକାରେ ଘରୋଇ ଏବଂ ବିଦେଶ ନୀତିର ନୂଆ ଚରଣ ଆରମ୍ଭ ହେବାର ଆଶା କରାଯାଉଛି । ଭାରତର ଏକ ପ୍ରମୁଖ ସହଯୋଦୀ ଦେବ, H1B ଭିସାରେ ସୁଧାର, ସପ୍ଲାଏ ଚେନରେ ନମନୀୟତା ଏବଂ ହିନ୍ଦ୍ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ମୁଦ୍ଧ ଉପରେ ସମସ୍ତଙ୍କ ନଜର ରହିବ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ ଟକ୍କର ହୋଇଥିଲା । ରିପବ୍ଲିକାନ ପାର୍ଟି ୩୧୨ ଇଲେକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ କମଲା ହାରିସଙ୍କ ଡେମୋକ୍ରାଟିକ୍ ପାର୍ଟି ୨୨୬ ଇଲେକ୍ଟୋରାଲ ମିଳିଥିଲା । ଫଳରେ ଡୋନାଲ୍ଡ ଟ୍ରମ୍ପ ବଡ଼ ବିଜୟ ସହ ହ୍ବାଇଟ୍ ହାଉସ୍ ଫ
ନୂଆଦିଲ୍ଲୀ: ଜାନୁଆରୀ ୨୦ରେ ଆମେରିକା ଶପଥ ସମାରୋହ । ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେବେ ଶପଥ । ସଂଯୁକ୍ତ ରାଷ୍ଟ୍ର ଆମେରିକାର ସେ ୪୭ତମ ରାଷ୍ଟ୍ରପତି ହେବେ । ଏହି ଶପଥ ଗ୍ରହଣ ସମାରୋହରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର । ଶପଥ ଗ୍ରହଣ ପରେ ବିଭିନ୍ନ ଦେଶର ନିମନ୍ତ୍ରିତ ଅତିଥି ମାନଙ୍କ ସହିତ ଆଲୋଚନା କରିବେ ଟ୍ରମ୍ପ । ଭାରତ ଏବଂ ଆମେରିକା ମଧ୍ୟରେ ରାଜନୈତିକ ସମ୍ପର୍କକୁ ମଜବୁତ କରିବା ପାଇଁ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷୀକ ଆଲୋଚନା ହୋଇପାରେ ।
ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଭାବେ ଜେଡି ଓ୍ବେନ୍ସ ଶପଥ ନେବା ପରେ ଆମେରିକାରେ ଘରୋଇ ଏବଂ ବିଦେଶ ନୀତିର ନୂଆ ଚରଣ ଆରମ୍ଭ ହେବାର ଆଶା କରାଯାଉଛି । ଭାରତର ଏକ ପ୍ରମୁଖ ସହଯୋଦୀ ଦେବ, H1B ଭିସାରେ ସୁଧାର, ସପ୍ଲାଏ ଚେନରେ ନମନୀୟତା ଏବଂ ହିନ୍ଦ୍ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ମୁଦ୍ଧ ଉପରେ ସମସ୍ତଙ୍କ ନଜର ରହିବ ।
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ ଟକ୍କର ହୋଇଥିଲା । ରିପବ୍ଲିକାନ ପାର୍ଟି ୩୧୨ ଇଲେକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ କମଲା ହାରିସଙ୍କ ଡେମୋକ୍ରାଟିକ୍ ପାର୍ଟି ୨୨୬ ଇଲେକ୍ଟୋରାଲ ମିଳିଥିଲା । ଫଳରେ ଡୋନାଲ୍ଡ ଟ୍ରମ୍ପ ବଡ଼ ବିଜୟ ସହ ହ୍ବାଇଟ୍ ହାଉସ୍ ଫେରିଛନ୍ତି । ଜାନୁଆରୀ ୨୦ ତାରିଖରେ ସେ ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ।...