୨୦୦ ମିଟରରେ ୨ ଜଣଙ୍କୁ ଚାପି ଦେଲା କାର୍
ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଯଶିପୁରରୁ ରାଇରଙ୍ଗପୁର ଅଭିମୁଖେ ଏକ ଦ୍ରୁତଗାମୀ କାର୍ ଆସୁଥିଲା। ସେହି କାର୍ଟି ଦଲ୍କି ଛକରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଡାକ୍ତର ପାତ୍ରଙ୍କୁ ଧକ୍କା ଦେଇଥିଲା।
୨୦୦ ମିଟର ଦୂରତାରେ ଦୁଇଟି ସ୍ଥାନରେ ଦୁଇ ଜଣଙ୍କୁ ପିଟିଲା ଦ୍ରୁତଗାମୀ କାର୍। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗର୍ଭବତୀ ଅଛନ୍ତି। ମେଡ଼ିକାଲ୍ ଚେକ୍ଅପ ପରେ ଘରକୁ ଫେରିବା ବେଳେ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ପିଟିଦେଲା କାର୍।
ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଯଶିପୁରରୁ ରାଇରଙ୍ଗପୁର ଅଭିମୁଖେ ଏକ ଦ୍ରୁତଗାମୀ କାର୍ ଆସୁଥିଲା। ସେହି କାର୍ଟି ଦଲ୍କି ଛକରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଡାକ୍ତର ପାତ୍ରଙ୍କୁ ଧକ୍କା ଦେଇଥିଲା। ତା’ପରେ କାର୍ଟି ଦ୍ରୁତ ଗତିରେ ଯାଇ ଯାଉଥିବା ବେଳେ ସେରଣା ଛକରେ ଛିଡ଼ା ହୋଇଥିବା ସାଲେୟା ଖାତୁନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ସାଲେୟା ଗର୍ଭବତୀ ଥିଲେ। ମେଡ଼ିକାଲ୍ ଚେକ୍ଅପ୍ ପରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଶୋଷ ଲାଗିଥିଲା। ତେଣୁ ସେ ରାସ୍ତା ପାର୍ଶ୍ୱରେ କାର୍ ଛିଡ଼ା କରି ପାଣି ପିଉଥିଲେ। ସେହି ସମୟରେ ସେ ଦୁର୍ଘଟଣାରେ ଶିକାର ହୋଇଥିଲେ।
ସାଲେୟାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଖେରଣା ଛକରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଦୁର୍ଘଟଣା ଘଟାଇଥିବା କାର୍ ମାଲିକ ନଆସିଲା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିବ ବୋଲି ଉତ୍ତ୍ୟକ୍ତ ଲୋକେ ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି।
ରିପୋର୍ଟ- ରାଇରଙ୍ଗପୁରରୁ ଯଶୋବନ୍ତ ବାରିକ