୨୦୦ ମେଗାପିକ୍ସେଲ କ୍ୟାମେରା ସହ 5G ସ୍ମାର୍ଟଫୋନ୍ ଲଞ୍ଚ କରିବ BSNL ! ଖବରକୁ ନେଇ କ’ଣ କହିଲା କମ୍ପାନୀ ଜାଣନ୍ତୁ

ନୂଆଦିଲ୍ଲୀ: ଘରୋଇ ଟେଲିକମ କମ୍ପାନୀଗୁଡ଼ିକ ଟାରିଫି ବୃଦ୍ଧି କରିବା ପରେ ବିଏଏନଏଲ ଗ୍ରାହକଙ୍କ ନିକଟରେ ଅଧିକ ଲୋକପ୍ରିୟ ହୋଇଛି। ହଜାର ହଜାର ଲୋକ ବିଏସଏନଏଲକୁ ସିମ ପୋର୍ଟ କରୁଛନ୍ତି। ଲୋକଙ୍କ ଆଗ୍ରହ ଦେଖି ବିଏସଏନଏଲ ଏହାକୁ ଏକ ସୁଯୋଗ ରୂପରେ ନେଇଛି। ଏଥିପାଇଁ କମ୍ପାନୀ ଦ୍ରୁତ ଗତିରେ 4G ଓ 5G ସେବା ଲାଗୁ କରିବା କାମରେ ଲାଗିପଡ଼ିଛି। ବିଏସଏନଏଲ ଖୁବ୍‌ଶୀଘ୍ର 4G ଓ 5G କମ୍ପାର୍ଟେବଲ ସିମ୍ ଜାରି କରିବ ବୋଲି ମଧ୍ୟ ଘୋଷଣା କରିଛି। ଏଥିପାଇଁ ଓଟିଏ ସର୍ଭିସ ମାଧ୍ୟମରେ କମ୍ପାନୀ ୟୁନିଭର୍ସାଲ ସିମ ଲାଗୁ କରିବ। ଫଳରେ ଗ୍ରାହକ ନେଟୱାର୍କ ଅନୁସାରେ ସର୍ଭିସ ବାଛି ପାରିବେ। ନିକଟରେ କମ୍ପାନୀ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି। ଦିନକୁ ଦିନ ବିଏସଏନଏଲର ଅପ୍‌ଡେଟ୍‌ ଆସୁଥିବା ବେଳେ ଏହାକୁ ନେଇ ସୋସିଆଲ୍ ମିଡିଆରେ ନାନା ପ୍ରକାର ଖବର ମଧ୍ୟ ଭାଇରାଲ ହେଉଛି। ସେମିତି ଏକ ଖବର ହେଲା ବିଏସଏନଏଲର ସ୍ମାର୍ଟଫୋନ୍।ଭାଇରାଲ ହେଉଥିବା ଖବର ଅନୁସାରେ ବିଏଏନଏଲ ଖୁବଶୀଘ୍ର ଏକ 5G ସ୍ମାର୍ଟପୋନ୍ ଲଞ୍ଚ କରିବା ଯେଉଁଥିରେ ୨୦୦ ମେଗାପିକ୍ସେଲ କ୍ୟାମେରା ସହ ୭୦୦୦ଏମଏଏଚ ବ୍ୟାଟେରି ରହିବ। ଏହି ଫୋନରେ ସୁପରଫାଷ୍ଟ 5G ସେବା ଚାଲିବ ବୋଲି ଖବର ଭାଇରାଲ ହେଉଛି। ହେଲେ ଏହି ଖବରରେ କୌଣସି ସତ୍ୟତା ନାହିଁ। ଏହା ସମ୍ପୂର୍ଣ୍ଣ ମିଛ ବୋଲି ବିଏସଏନଏଲ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।କମ୍ପାନୀ ଏଭଳି କୌଣସି ଫୋନ୍ ତିଆରି କରେ ନାହିଁ। ଗୁଜବ ଖବର ଉପ

୨୦୦ ମେଗାପିକ୍ସେଲ କ୍ୟାମେରା ସହ 5G ସ୍ମାର୍ଟଫୋନ୍ ଲଞ୍ଚ କରିବ BSNL ! ଖବରକୁ ନେଇ କ’ଣ କହିଲା କମ୍ପାନୀ ଜାଣନ୍ତୁ

ନୂଆଦିଲ୍ଲୀ: ଘରୋଇ ଟେଲିକମ କମ୍ପାନୀଗୁଡ଼ିକ ଟାରିଫି ବୃଦ୍ଧି କରିବା ପରେ ବିଏଏନଏଲ ଗ୍ରାହକଙ୍କ ନିକଟରେ ଅଧିକ ଲୋକପ୍ରିୟ ହୋଇଛି। ହଜାର ହଜାର ଲୋକ ବିଏସଏନଏଲକୁ ସିମ ପୋର୍ଟ କରୁଛନ୍ତି। ଲୋକଙ୍କ ଆଗ୍ରହ ଦେଖି ବିଏସଏନଏଲ ଏହାକୁ ଏକ ସୁଯୋଗ ରୂପରେ ନେଇଛି। ଏଥିପାଇଁ କମ୍ପାନୀ ଦ୍ରୁତ ଗତିରେ 4G ଓ 5G ସେବା ଲାଗୁ କରିବା କାମରେ ଲାଗିପଡ଼ିଛି। 

ବିଏସଏନଏଲ ଖୁବ୍‌ଶୀଘ୍ର 4G ଓ 5G କମ୍ପାର୍ଟେବଲ ସିମ୍ ଜାରି କରିବ ବୋଲି ମଧ୍ୟ ଘୋଷଣା କରିଛି। ଏଥିପାଇଁ ଓଟିଏ ସର୍ଭିସ ମାଧ୍ୟମରେ କମ୍ପାନୀ ୟୁନିଭର୍ସାଲ ସିମ ଲାଗୁ କରିବ। ଫଳରେ ଗ୍ରାହକ ନେଟୱାର୍କ ଅନୁସାରେ ସର୍ଭିସ ବାଛି ପାରିବେ। ନିକଟରେ କମ୍ପାନୀ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି। ଦିନକୁ ଦିନ ବିଏସଏନଏଲର ଅପ୍‌ଡେଟ୍‌ ଆସୁଥିବା ବେଳେ ଏହାକୁ ନେଇ ସୋସିଆଲ୍ ମିଡିଆରେ ନାନା ପ୍ରକାର ଖବର ମଧ୍ୟ ଭାଇରାଲ ହେଉଛି। ସେମିତି ଏକ ଖବର ହେଲା ବିଏସଏନଏଲର ସ୍ମାର୍ଟଫୋନ୍।

ଭାଇରାଲ ହେଉଥିବା ଖବର ଅନୁସାରେ ବିଏଏନଏଲ ଖୁବଶୀଘ୍ର ଏକ 5G ସ୍ମାର୍ଟପୋନ୍ ଲଞ୍ଚ କରିବା ଯେଉଁଥିରେ ୨୦୦ ମେଗାପିକ୍ସେଲ କ୍ୟାମେରା ସହ ୭୦୦୦ଏମଏଏଚ ବ୍ୟାଟେରି ରହିବ। ଏହି ଫୋନରେ ସୁପରଫାଷ୍ଟ 5G ସେବା ଚାଲିବ ବୋଲି ଖବର ଭାଇରାଲ ହେଉଛି। ହେଲେ ଏହି ଖବରରେ କୌଣସି ସତ୍ୟତା ନାହିଁ। ଏହା ସମ୍ପୂର୍ଣ୍ଣ ମିଛ ବୋଲି ବିଏସଏନଏଲ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

କମ୍ପାନୀ ଏଭଳି କୌଣସି ଫୋନ୍ ତିଆରି କରେ ନାହିଁ। ଗୁଜବ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ। ଅପଡେଟ ପାଇଁ କମ୍ପାନୀର ୱେବ୍‌ସାଇଟ୍ ଫଲୋ କରନ୍ତୁ ବୋଲି କମ୍ପାନୀ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି।