୨୦୨୩-୨୪ରେ ମୁଣ୍ଡ ପିଛା ଆୟ ସବୁଠୁ କମ ହେବ; କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନର ଆକଳନ

ନୂଆଦିଲ୍ଲୀ: ୨୧ ବର୍ଷର ରେକର୍ଡ ଭାଙ୍ଗି ୨୦୨୩-୨୪ରେ ମୁଣ୍ଡ ପିଛା ଆୟ ସବୁଠୁ କମ ହେବ । ଏନେଇ ଏବେଠାରୁ... The post ୨୦୨୩-୨୪ରେ ମୁଣ୍ଡ ପିଛା ଆୟ ସବୁଠୁ କମ ହେବ; କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନର ଆକଳନ appeared first on .

୨୦୨୩-୨୪ରେ ମୁଣ୍ଡ ପିଛା ଆୟ ସବୁଠୁ କମ ହେବ; କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନର ଆକଳନ

ନୂଆଦିଲ୍ଲୀ: ୨୧ ବର୍ଷର ରେକର୍ଡ ଭାଙ୍ଗି ୨୦୨୩-୨୪ରେ ମୁଣ୍ଡ ପିଛା ଆୟ ସବୁଠୁ କମ ହେବ । ଏନେଇ ଏବେଠାରୁ ଆକଳନ କରିଛି କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ । ଅଭିବୃଦ୍ଧି ବଢିଲେ ବି ଲୋକଙ୍କ ଆୟ ବଢୁନି । ବେରୋଜଗାରୀ ଓ ମହଙ୍ଗା ବଜାର ଯୋଗୁ ଲୋକଙ୍କ କ୍ରୟ ଶକ୍ତି କମି ଚାଲିଛି। କୋଭିଡ ପରଠାରୁ ବେରୋଜଗାରୀ ସଂଖ୍ଯା ଦ୍ରୁତଗତିରେ ବଢିବା ଫଳରେ ମୁଣ୍ଡପିଛା ଆୟ ପ୍ରଭାବିତ ହୋଇଛି। କିନ୍ତୁ ବଡ଼ କଥା ହେଲା ରାଜ୍ୟମାନେ ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି।

ଓଡ଼ିଶାରେ ମୁଣ୍ଡପିଛା ଆୟ ୧୦ ପ୍ରତିଶତରୁ ଅଧିକ ରହିଛି। ଅନ୍ୟପଟେ ଜାତୀୟ ସ୍ତରର ହିସାବକୁ ଦେଖିଲେ ୨୦୧୯-୨୦ରେ ଲୋକଙ୍କ ମୁଣ୍ଡପିଛା ଆୟ ୧ ଲକ୍ଷ ୮୫ ହଜାର ୮୫୪ ଟଙ୍କା ଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଏହା କମି ୧ ଲକ୍ଷ ୭୨ ହଜାର ୨୭୬ରେ ପହଞ୍ଚିଛି। ଯାହାକି ମାତ୍ର ୫.୧ ପ୍ରତିଶତ। କେବଳ ୨୦୦୨-୦୩ ମସିହାରେ ଜାତୀୟ ସ୍ତରରେ ମୁଣ୍ଡ ପଛା ଆୟ ୬.୨ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ରୋଜଗାର ସୃଷ୍ଟି ନେଇ କେନ୍ଦ୍ର ସରକାର ଯାହା ଦାବି କରୁଛନ୍ତି ତାହା ବାସ୍ତବତାରେ ପ୍ରତିଫଳିତ ହେଉନି ବୋଲି ଅଭିଯୋଗ ହୋଇଛି।

କେନ୍ଦ୍ର ସରକାର ରୋଜଗାର ସୃଷ୍ଟି ପାଇଁ ସେପରି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ଅନ୍ୟପଟେ ପ୍ରତ୍ଯକ୍ଷ ବିଦେଶୀ ପୁଞ୍ଜି ଆକୃଷ୍ଟ କରି ରାଜ୍ୟର ରୋଜଗାର ସୃଷ୍ଟି କରିପାରିଛନ୍ତି ରାଜ୍ୟ । ଓଡ଼ିଶା ଏ କ୍ଷେତ୍ରରେ ବେଶ ଆଗୁଆ ଥିବାବେଳେ ଅପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ଆକୃଷ୍ଟ କରିବାରେ ଓଡ଼ିଶା ରେକର୍ଡ କରିଛି। ବିଶ୍ବର ସର୍ବବୃହତ ଇସ୍ପାତ କାରଖାନା ହେଉ କି ୬୦ ହଜାର କୋଟିରେ ବିଶ୍ବର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ୍। ୪୦ ହଜାର କୋଟିର ଇଭି ପ୍ଲାଣ୍ଚ ରାଜ୍ୟ ସରକରାରଙ୍କ ଶିଳ୍ପ ନୀତି ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏ କ୍ଷେତ୍ରରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ଅର୍ଥନୀତି ସମୀକ୍ଷକ ମତ ରଖିଛନ୍ତି।

The post ୨୦୨୩-୨୪ରେ ମୁଣ୍ଡ ପିଛା ଆୟ ସବୁଠୁ କମ ହେବ; କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନର ଆକଳନ appeared first on .