୨୦୨୩ରେ ୧୮୨ ଲକ୍ଷ କୋଟିର କାରବାର ୟୁପିଆଇ କାରବାରରେ ୪୯% ବୃଦ୍ଧି

ନୂଆଦିଲ୍ଲୀ,୫।୧: କ୍ରମାଗତ ଭାବେ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ୍‌ (ୟୁପିଆଇ)ର ଚାହିଦା ଓ କାରବାର ବୃଦ୍ଧି ପାଉଛି। ଏପରିକି ୟୁପିଆଇର ବ୍ୟବହାର ସବୁ ବର୍ଗଙ୍କ ଲାଗି ଏକ ମାଧ୍ୟମ ପାଲଟିଯାଇଛି। ଫଳରେ ଲଗାତର ଭାବେ ୟୁପିଆଇ କାରବାରରେ ଅଭିବୃଦ୍ଧି ଘଟୁଛି। ଉଲ୍ଲେଖଯୋଗ୍ୟ,ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ୨୦୨୩ରେ ଉଲ୍ଲେଖନୀୟ ସଫଳତା ସହ ୧୦୦ ବିଲିୟନର ସ୍ତରକୁ ଅତିକ୍ରମ କରିଛି। ଏପରିକି ୨୦୨୩ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ୧୧୭.୬ ବିଲିୟନ […] The post ୨୦୨୩ରେ ୧୮୨ ଲକ୍ଷ କୋଟିର କାରବାର ୟୁପିଆଇ କାରବାରରେ ୪୯% ବୃଦ୍ଧି appeared first on Dharitri Odia News.

୨୦୨୩ରେ ୧୮୨ ଲକ୍ଷ କୋଟିର କାରବାର ୟୁପିଆଇ କାରବାରରେ ୪୯% ବୃଦ୍ଧି

ନୂଆଦିଲ୍ଲୀ,୫।୧: କ୍ରମାଗତ ଭାବେ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ୍‌ (ୟୁପିଆଇ)ର ଚାହିଦା ଓ କାରବାର ବୃଦ୍ଧି ପାଉଛି। ଏପରିକି ୟୁପିଆଇର ବ୍ୟବହାର ସବୁ ବର୍ଗଙ୍କ ଲାଗି ଏକ ମାଧ୍ୟମ ପାଲଟିଯାଇଛି। ଫଳରେ ଲଗାତର ଭାବେ ୟୁପିଆଇ କାରବାରରେ ଅଭିବୃଦ୍ଧି ଘଟୁଛି। ଉଲ୍ଲେଖଯୋଗ୍ୟ,ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ୨୦୨୩ରେ ଉଲ୍ଲେଖନୀୟ ସଫଳତା ସହ ୧୦୦ ବିଲିୟନର ସ୍ତରକୁ ଅତିକ୍ରମ କରିଛି। ଏପରିକି ୨୦୨୩ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ୧୧୭.୬ ବିଲିୟନ ଥର ୟୁପିଆଇ କାରବାର (ଟ୍ରାଞ୍ଜାକ୍ସନ) ହୋଇଥିବାବେଳେ ମୋଟ ୧୮୨ ଲକ୍ଷ କୋଟି ଟଙ୍କାର ନେଣଦେଣ (କାରବାର) ହୋଇଛି।

୨୦୨୨ ତୁଳନାରେ ଏହି ସଂଖ୍ୟା (କାରବାର ପରିମାଣ) ୪୫ % ଅଧିକ ବୋଲି କୁହାଯାଉଛି। ସେହିଭଳି ୨୦୨୩ ଡିସେମ୍ବରରେ ମୋଟ ୧୮.୨୩ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ୨୦୨୩ ନଭେମ୍ବର ତୁଳନାରେ ୫% ଅଧିକ ହୋଇଥିବାବେଳେ ୨୦୨୩ ଡିସେମ୍ବରରେ ୧୨.୦୨ ବିଲିୟନ ଥର କାରବାର ହୋଇଛି ବୋଲି କର୍ପୋରେଶନ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ ୨୦୨୩ ଡିସେମ୍ବର ଆଇଏମ୍‌ପିଏସ୍‌ରେ ମଧ୍ୟ ନେଣଦେଣ ୬% ବଢ଼ି ୪୯.୯ କୋଟି ହୋଇଛି, ଯେତେବେଳେକି ନଭେମ୍ବରରେ ଏହି ସଂଖ୍ୟା (କାରବାର ପରିମାଣ) ୪୭.୨ କୋଟି ଥିଲାବେଳେ ୨୦୨୩ ଡିସେମ୍ବରରେ ୪.୮୭ ଟ୍ରିଲିୟନ ନେଣଦେଣ ହୋଇଥିଲା ଏବଂ ଏଥିରେ ୫୮.୫ କୋଟି ଟଙ୍କା ରହିଥିଲା। ସେହିଭଳି ୨୦୨୩ ଡିସେମ୍ବରରେ ୩୪.୮ କୋଟି ଫାସ୍‌ଟାଗ୍‌ ନେଣଦେଣ ହୋଇଛି। ୨୦୨୩ ନଭେମ୍ବର ତୁଳନାରେ ଏହି ପରିମାଣ ପ୍ରାୟ ୩୨.୧ କୋଟି ରହିଛି।

The post ୨୦୨୩ରେ ୧୮୨ ଲକ୍ଷ କୋଟିର କାରବାର ୟୁପିଆଇ କାରବାରରେ ୪୯% ବୃଦ୍ଧି appeared first on Dharitri Odia News.