୨୦୨୪ ନଭେମ୍ବର ସୁଦ୍ଧା ଭାରତୀୟ ବିମାନ ସେବାକୁ ୯୯୪ ମିଛ ବୋମା ଧମକ ମିଳିଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୨୦୨୪ରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ବିମାନ ସେବାକୁ ୯୯୪ ଥର ମିଛ ବୋମା ଧମକ ମିଳିଛି। ବୁଧବାର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲିଧର ମୋହୋଲ ସଂସଦରେ ଏହି ସୂଚନା ଦେଇଛନ୍ତି। ଭାରତୀୟ ବିମାନ ସେବାକୁ  କେତୋଟି ମିଛ ବୋମା ଧମକ ମିଳିଛି ବୋଲି ସାଂସଦ କାର୍ତ୍ତିକେୟ ଶର୍ମା ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ ୨୦୨୨ରୁ ୨୦୨୪ ନଭେମ୍ବର ୧୩ ପର୍ଯ୍ୟନ୍ତ ମୋଟ ୧,୧୪୩ ମିଛ ବୋମା ଧମକ ମିଳିଛି। ମନ୍ତ୍ରୀ କହିଛନ୍ତି ଯେ ୨୦୨୨ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୭ ଧମକ ଧମକ ମିଳିଥିଲା। ୨୦୨୩ ଏହି ସଂଖ୍ୟା ୧୨୨କୁ ବୃଦ୍ଧି ପାଇଥିଲା। ହେଲେ ୨୦୨୪ ନଭେମ୍ବର ମଧ୍ୟଭାଗ ସୁଦ୍ଧା ଏହି ସଂଖ୍ୟା ସର୍ବାଧିକ ବଢ଼ି ୯୯୪ ହୋଇଛି। ଏହିସବୁ କଲ ଗୋଟିଏ ସ୍ଥାନରୁ ଆସି ନାହିଁ ବିଭିନ୍ନ ସ୍ଥାନରୁ କଲ୍ ଆସିଥିବା ମନ୍ତ୍ରୀ କହିଛନ୍ତି।ତେବେ ଏହାର ମୁକାବିଲା ନେଇ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବିମାନ ଚଳାଚଳ ସୁରକ୍ଷା ନିୟାମକ ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏସ୍) ଏହାର ବମ୍ ଧମକ କଣ୍ଟିଜେନ୍ସି ପ୍ଲାନ(ବିଟିସିପି) ଅଧୀନସ୍ତ ସବୁ ନିୟମର ପାଳନ କରିଛି। ବିଟିସିପି ଯୋଜନା ଅନୁସାରେ ପ୍ରତ୍ୟେକ ବିମାନବନ୍ଦରରେ ବିଟିସିପିର ଯୋଜନା ଅନୁସାରେ ପ୍ରତ୍ୟେକ ବିମାନବନ୍ଦରରେ ଏକ ନିର୍ଦ୍ଦିଷ୍ଟ ବମ୍ ବିପଦ ଆକଳନ କମିଟି (BTAC) ରହ

୨୦୨୪ ନଭେମ୍ବର ସୁଦ୍ଧା ଭାରତୀୟ ବିମାନ ସେବାକୁ ୯୯୪ ମିଛ ବୋମା ଧମକ ମିଳିଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୨୦୨୪ରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ବିମାନ ସେବାକୁ ୯୯୪ ଥର ମିଛ ବୋମା ଧମକ ମିଳିଛି। ବୁଧବାର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲିଧର ମୋହୋଲ ସଂସଦରେ ଏହି ସୂଚନା ଦେଇଛନ୍ତି। ଭାରତୀୟ ବିମାନ ସେବାକୁ  କେତୋଟି ମିଛ ବୋମା ଧମକ ମିଳିଛି ବୋଲି ସାଂସଦ କାର୍ତ୍ତିକେୟ ଶର୍ମା ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ ୨୦୨୨ରୁ ୨୦୨୪ ନଭେମ୍ବର ୧୩ ପର୍ଯ୍ୟନ୍ତ ମୋଟ ୧,୧୪୩ ମିଛ ବୋମା ଧମକ ମିଳିଛି। 

ମନ୍ତ୍ରୀ କହିଛନ୍ତି ଯେ ୨୦୨୨ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୭ ଧମକ ଧମକ ମିଳିଥିଲା। ୨୦୨୩ ଏହି ସଂଖ୍ୟା ୧୨୨କୁ ବୃଦ୍ଧି ପାଇଥିଲା। ହେଲେ ୨୦୨୪ ନଭେମ୍ବର ମଧ୍ୟଭାଗ ସୁଦ୍ଧା ଏହି ସଂଖ୍ୟା ସର୍ବାଧିକ ବଢ଼ି ୯୯୪ ହୋଇଛି। ଏହିସବୁ କଲ ଗୋଟିଏ ସ୍ଥାନରୁ ଆସି ନାହିଁ ବିଭିନ୍ନ ସ୍ଥାନରୁ କଲ୍ ଆସିଥିବା ମନ୍ତ୍ରୀ କହିଛନ୍ତି।

ତେବେ ଏହାର ମୁକାବିଲା ନେଇ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବିମାନ ଚଳାଚଳ ସୁରକ୍ଷା ନିୟାମକ ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏସ୍) ଏହାର ବମ୍ ଧମକ କଣ୍ଟିଜେନ୍ସି ପ୍ଲାନ(ବିଟିସିପି) ଅଧୀନସ୍ତ ସବୁ ନିୟମର ପାଳନ କରିଛି। ବିଟିସିପି ଯୋଜନା ଅନୁସାରେ ପ୍ରତ୍ୟେକ ବିମାନବନ୍ଦରରେ 

ବିଟିସିପିର ଯୋଜନା ଅନୁସାରେ ପ୍ରତ୍ୟେକ ବିମାନବନ୍ଦରରେ ଏକ ନିର୍ଦ୍ଦିଷ୍ଟ ବମ୍ ବିପଦ ଆକଳନ କମିଟି (BTAC) ରହିଛି। ବିପଦଗୁଡିକର ମୂଲ୍ୟାଙ୍କନ କରି ଏହାର ସମାଧାନ କରିବ।କୁ ଦାୟିତ୍ୱ ଦିଆଯାଇଛି। ତେବେ ମିଛ ଧମକ ଯୋଗୁ ଅନେକ ଥର ବିମାନ ସେବା ବାଧାପ୍ରାପ୍ତ ହୋଇଥିବା ମନ୍ତ୍ରୀ କହିଛନ୍ତି।