୨୦୨୪ ରେ ମୋଟ ୨୦୦ ଅପରାଧିକ ମାମଲା
ଭୁବନେଶ୍ୱର : ବିଦାୟୀ ବର୍ଷରେ ଓଡ଼ିଶାରେ ବେଶ୍ ସକ୍ରିୟ ଥିଲା ଭିଜିଲାନ୍ସ । ଚଢାଉ ଓ ମାମଲା ନେଇ ବର୍ଷକର ତଥ୍ୟ ଦେଲା ଭିଜିଲାନ୍ସ । ୨୦୨୪ରେ ପ୍ରାୟ ୨୦୦ରୁ ଅଧିକ ଅପରାଧିକ ମାମଲା ପଞ୍ଜିକରଣ ହୋଇଥିଲା । ଯେଉଁଥିରେ ଜଣକ ପରେ ଜଣେ ମୋଟ ୧୮୧ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଭିଜିଲାନ୍ସ ହାତରେ ଧରାପଡିଥିବା ସରକାରୀ ବାବୁ ମାନଙ୍କ ମଧ୍ୟରେ ୫୦ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ (CLASS-1, OFFICERS)ଙ୍କ […]

ଭୁବନେଶ୍ୱର : ବିଦାୟୀ ବର୍ଷରେ ଓଡ଼ିଶାରେ ବେଶ୍ ସକ୍ରିୟ ଥିଲା ଭିଜିଲାନ୍ସ । ଚଢାଉ ଓ ମାମଲା ନେଇ ବର୍ଷକର ତଥ୍ୟ ଦେଲା ଭିଜିଲାନ୍ସ । ୨୦୨୪ରେ ପ୍ରାୟ ୨୦୦ରୁ ଅଧିକ ଅପରାଧିକ ମାମଲା ପଞ୍ଜିକରଣ ହୋଇଥିଲା । ଯେଉଁଥିରେ ଜଣକ ପରେ ଜଣେ ମୋଟ ୧୮୧ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।
ଭିଜିଲାନ୍ସ ହାତରେ ଧରାପଡିଥିବା ସରକାରୀ ବାବୁ ମାନଙ୍କ ମଧ୍ୟରେ ୫୦ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ (CLASS-1, OFFICERS)ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯେଉଁଥିରେ ଅଛନ୍ତି ୬ ଜଣ ମୁଖ୍ୟଯନ୍ତ୍ରୀ, ଜଣେ ଅବକାରୀ ବିଭାଗର ଯୁଗ୍ମ ସଚିବ, ଫିସରୀ ଡିପାର୍ଟମେଣ୍ଟର ଉପ ନିର୍ଦ୍ଦେଶକ, ସିଟି ଜିଏସଟିର ୨ ଜଣ ସହକାରୀ ସଚିବ, ଜଣେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍, ଜଣେ ଉପ ଜିଲ୍ଲାପାଳ, ୨ ତହସିଲଦାର, ୨ ମଣ୍ଡଳ ଉନ୍ନୟନ ଅଧିକାରୀ (ବିଡ଼ିଓ), ୩ ସିଏସଓ, ଜଣେ ସିଏଓ ଏବଂ ଅନ୍ୟ ଅଧିକାରୀ ।
ସେହିପରି ୧୯ ଜଣ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ, ୨୦ ପିଆର୍ ଓ ଡିଡବ୍ଲ୍ୟୁ ଅଧିକାରୀ, ୯ ପୋଲିସ ଅଧିକାରୀ, ୫ ଜଣ ଡାକ୍ତର, ୩ ବନ ବିଭାଗ ଅଧିକାରୀ ଏବଂ ୩ ଜଣ ଆଇସିଡି ଅଧିକାରୀ ପ୍ରମୁଖ ଗିରଫ ହୋଇଛନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬୦ ମାମଲା ରୁଜୁ ହୋଇଥିବାବେଳେ ୧୩୧ କୋଟି ଟଙ୍କା ଠାବ କରାଯାଇଛି ।
ଅନ୍ୟପକ୍ଷରେ ଲାଞ୍ଚ ନେବା ମାମଲା ମଧ୍ୟ ସେଥିକି ମାତ୍ରାରେ ସାମ୍ନାକୁ ଆସିଛି । ଲାଞ୍ଚ ନେଇ ଧରାପଡ଼ିଛନ୍ତି ୧୧୫ ଜଣ ଅଧିକାରୀ, ଯେଉଁଥିରେ ୯୯ ଜଣ ସରକାରୀ ଅଧିକାରୀ ରହିଛନ୍ତି । ଲାଞ୍ଚ ନେବାରେ ୯୬ଟି ମାମଲା ରୁଜୁ ହୋଇଥିବାବେଳେ ନଗଦ ୧୯ ଲକ୍ଷ ୨୫ ହଜାର ଟଙ୍କା ଜବତ କରାଯାଇଛି ।
ସେହିପରି ଟ୍ରାପ ଓ ଡିଏ କେସରେ ୪୮୩ ସ୍ଥାନରେ ରେଡ଼ ପଡିଛି । ଦୁର୍ନୀତିଗସ୍ତ ଅଧିକାରୀଙ୍କ ୭୯୨ ଟି ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ୬୦ଟି ଡିଏ କେସରେ ୩୮ ଜଣ ଅଭିଯୁକ୍ତଙ୍କ ସହଯୋଗୀଙ୍କ ବିରୋଧରେ କେସ ହୋଇଛି । ୩୦୭ ଟି କେସରେ ତଦନ୍ତ ଶେଷ ହୋଇଛି । ୧୦୫ ଟି କେସରେ ଦଣ୍ଡବିଧାନ ଶେଷ କରିଛି ଭିଜିଲାନ୍ସ । ଡିଏ କେସରେ ଦଣ୍ଡବିଧାନ ହାର ୮୦ ପ୍ରତିଶତ ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୫ ସରକାରୀ ଅଧିକାରୀଙ୍କୁ ସରକାରୀ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି।