୨୦୨୪ ଶେଷରେ ଦେଶରେ ସୃଷ୍ଟି ହେବ ହଜାର ହଜାର ନିଯୁକ୍ତି ସୁଯୋଗ: ଯୋଜନା ପ୍ରସ୍ତୁତ କଲେଣି କମ୍ପାନୀ
ନୂଆଦିଲ୍ଲୀ: ୨୦୨୪ ଶେଷ ବେଳକୁ ଦେଶରେ ନିଯୁକ୍ତି ବର୍ଷା ହେବ। ହଜାର ହଜାର ଚାକିରି ମିଳିବ। ପ୍ରତି ୧୦୦ରେ ୩୭ କମ୍ପାନୀ ନିଯୁକ୍ତି ଦେବାକୁ ବଡ଼ ଯୋଜନା କରିଛନ୍ତି। ଏକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର ଭାରତର କମ୍ପାନୀମାନେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ସର୍ଭେ ରିପୋର୍ଟ ଦର୍ଶାଇଛି। ମ୍ୟାନପାୱାରଗ୍ରୁପ୍ ଏମ୍ପଲୟମେଣ୍ଟ ଆଉଟଲୁକ୍ ସର୍ଭେ ଭାରତରେ ଚାକିରିକୁ ନେଇ ଏହାର ଏକ ସର୍ଭେ ରିପୋର୍ଟ ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ ୨୦୨୪ର ଚତୁର୍ଥ ତ୍ରୟମାସିକ ଅର୍ଥାତ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ବିଶ୍ୱ ତୁଳନାରେ ଭାରତୀୟ କର୍ପୋରେଟ ଜଗତରେ ଅଧିକ ନିଯୁକ୍ତି ସୃଷ୍ଟି ହେବ। କାରଣ ବର୍ତ୍ତମାନ କମ୍ପାନିମାନେ ଦେଶର ଆର୍ଥିକ ସ୍ଥିତିକୁ ନେଇ ଉତ୍ସାହିତ ଅଛନ୍ତି। ୩୭ ପ୍ରତିଶତ ନିଯୁକ୍ତିଦାତା କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବାକୁ ଯୋଜନା କରୁଛନ୍ତି। ସେହିଭଳି ସର୍ଭେରେ କୁହାଯାଛି ଯେ, ଭାରତ ପରେ କୋଷ୍ଟାରିକାରେ ୩୬ ପ୍ରତିଶତ ଏବଂ ଆମେରିକା ୩୪ ପ୍ରତିଶତ ସହ ନିଯୁକ୍ତି ସହ କ୍ରମଶଃ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିବେ।ଗତ ଜୁଲାଇରେ ୪୨ ଦେଶର ୪୦ ହଜାର ୩୪୦ ନିଯୁକ୍ତିଦାତାଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ଚତୁର୍ଥ ତ୍ରୈମାସିକର ନିଯୁକ୍ତିକୁ ନେଇ ରହିଥିବା ଯୋଜନା ସମ୍ପର୍କରେ ପଚରାଯାଇଥିଲା। ସର୍ଭେ ଅନୁଯାୟୀ ଉତ୍ତର ଭାରତର ୪୧ ପ୍ରତିଶତର ଚାକିରି ସମ୍ଭାବନା ସହ ଟପ୍ରେ ରହିଛି। ଭାରତ ସ
ନୂଆଦିଲ୍ଲୀ: ୨୦୨୪ ଶେଷ ବେଳକୁ ଦେଶରେ ନିଯୁକ୍ତି ବର୍ଷା ହେବ। ହଜାର ହଜାର ଚାକିରି ମିଳିବ। ପ୍ରତି ୧୦୦ରେ ୩୭ କମ୍ପାନୀ ନିଯୁକ୍ତି ଦେବାକୁ ବଡ଼ ଯୋଜନା କରିଛନ୍ତି। ଏକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର ଭାରତର କମ୍ପାନୀମାନେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ସର୍ଭେ ରିପୋର୍ଟ ଦର୍ଶାଇଛି।
ମ୍ୟାନପାୱାରଗ୍ରୁପ୍ ଏମ୍ପଲୟମେଣ୍ଟ ଆଉଟଲୁକ୍ ସର୍ଭେ ଭାରତରେ ଚାକିରିକୁ ନେଇ ଏହାର ଏକ ସର୍ଭେ ରିପୋର୍ଟ ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ ୨୦୨୪ର ଚତୁର୍ଥ ତ୍ରୟମାସିକ ଅର୍ଥାତ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ବିଶ୍ୱ ତୁଳନାରେ ଭାରତୀୟ କର୍ପୋରେଟ ଜଗତରେ ଅଧିକ ନିଯୁକ୍ତି ସୃଷ୍ଟି ହେବ। କାରଣ ବର୍ତ୍ତମାନ କମ୍ପାନିମାନେ ଦେଶର ଆର୍ଥିକ ସ୍ଥିତିକୁ ନେଇ ଉତ୍ସାହିତ ଅଛନ୍ତି। ୩୭ ପ୍ରତିଶତ ନିଯୁକ୍ତିଦାତା କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବାକୁ ଯୋଜନା କରୁଛନ୍ତି। ସେହିଭଳି ସର୍ଭେରେ କୁହାଯାଛି ଯେ, ଭାରତ ପରେ କୋଷ୍ଟାରିକାରେ ୩୬ ପ୍ରତିଶତ ଏବଂ ଆମେରିକା ୩୪ ପ୍ରତିଶତ ସହ ନିଯୁକ୍ତି ସହ କ୍ରମଶଃ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିବେ।
ଗତ ଜୁଲାଇରେ ୪୨ ଦେଶର ୪୦ ହଜାର ୩୪୦ ନିଯୁକ୍ତିଦାତାଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ଚତୁର୍ଥ ତ୍ରୈମାସିକର ନିଯୁକ୍ତିକୁ ନେଇ ରହିଥିବା ଯୋଜନା ସମ୍ପର୍କରେ ପଚରାଯାଇଥିଲା। ସର୍ଭେ ଅନୁଯାୟୀ ଉତ୍ତର ଭାରତର ୪୧ ପ୍ରତିଶତର ଚାକିରି ସମ୍ଭାବନା ସହ ଟପ୍ରେ ରହିଛି। ଭାରତ ସମେତ ସିଙ୍ଗାପୁର ଏବଂ ଚୀନରେ ଅଧିକ ନିଯୁକ୍ତି ହେବ ବୋଲି ରିପୋର୍ଟରେ କୁହାଯାଇଛି।
ଭାରତ ଏବଂ ପଶ୍ଚିମ ଏସିଆ ମ୍ୟାନପାୱାର ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ ଗୁଲାଟୀ କହିଛନ୍ତି ‘ନିଯୁକ୍ତିଦାତାମାନେ ନିଯୁକ୍ତି ଦେବାକୁ ଯୋଜନା କରିବା ଦେଶର ଆର୍ଥିକ ସ୍ଥିତିରେ ସକାରାତ୍ମକତାକୁ ଦର୍ଶାଉଛି। ଏହି ସକାରାତ୍ମକତା ଉତ୍ତମ ବିଦେଶୀ ନୀତି ଏବଂ ମୌଳିକ ଢାଞ୍ଚାର ବିକାଶ, ମଜଭୁତ ରପ୍ତାନୀ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ଗୁଲାଟୀ କହିଛନ୍ତି।