୨୦୨୪-୨୫ ପାଇଁ ୧୨ହଜାର ୧୫୬ କୋଟିର ଅତିରିକ୍ତ ବଜେଟ, ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ବ୍ୟୟବରାଦ

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନରେ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ। ୨୦୨୪-୨୫ ପାଇଁ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ଆର୍ଥିକ ବର୍ଷ ପାଇଁ ୧୨ ହଜାର ୧୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅତିରିକ୍ତ ବଜେଟରେ ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ବ୍ୟୟବରାଦ କରାଯାଇଛି। ଏଥି ସହିତ ରତ୍ନଭଣ୍ଡାର ପାଇଁ ୫ କୋଟି, ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି, […]

୨୦୨୪-୨୫ ପାଇଁ ୧୨ହଜାର ୧୫୬ କୋଟିର ଅତିରିକ୍ତ ବଜେଟ, ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ବ୍ୟୟବରାଦ
Supplementary budget for 2024-25 presented in the Assembly

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନରେ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ। ୨୦୨୪-୨୫ ପାଇଁ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ଆର୍ଥିକ ବର୍ଷ ପାଇଁ ୧୨ ହଜାର ୧୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଅତିରିକ୍ତ ବଜେଟରେ ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ବ୍ୟୟବରାଦ କରାଯାଇଛି। ଏଥି ସହିତ ରତ୍ନଭଣ୍ଡାର ପାଇଁ ୫ କୋଟି, ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି, ସିଏପିଏଫ୍‌ ମୁତୟନ ପାଇଁ ୨୯୯ କୋଟି, ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିସ୍ତୃତ ସୁବିଧା ପାଇଁ ୨୬ କୋଟି, ଅଗ୍ନିସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି ବ୍ୟୟ ଅଟକଳ କରାଯାଇଛି।

ସେହିପରି ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ ପାଇଁ ୬୬ କୋଟି ଟଙ୍କା।ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି, ମଧୁବାବୁ ପେନ୍‌ସନ ଯୋଜନା ପାଇଁ ୩୩୮ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପାଇଁ ୨୭୦ କୋଟି, ବନୀକରଣ ପାଣ୍ଠି କ୍ଷତିପୂରଣ ପାଇଁ ୧୨୦ କୋଟି, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଭିତ୍ତଭିୂମି ବିକାଶ ପାଇଁ ୬୦କୋଟି ଓ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ପାଇଁ ୧୩୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।