୨୦୨୪-୨୫ ବର୍ଷରେ କୃଷି କ୍ଷେତ୍ରରେ ୪% ଅଭିବୃଦ୍ଧି ସମ୍ଭାବନା: ଗ୍ରୀଷ୍ମ ପ୍ରବାହକୁ ଡର
ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଇଥିଲା ତାହା ହୋଇଛି। ଏଥର ପାଗ ଅନୁକୁଳ ହେବା ଯୋଗୁ ଦେଶରେ ଖାଦ୍ୟ ଶସ୍ୟ ଉତ୍ପଦାନ ଭଲ ହୋଇଛି। ୨୦୨୫ରେ ଦେଶ ଆଶା ଅନୁସାରେ ଅମଳ କରିବ। ତଥାପି ଡାଲି ଓ ତୈଳ ବୀଜ ଉତ୍ପାଦନରେ ସ୍ଥିତି ଆହାନପୂର୍ଣ୍ଣ ରହିଛି। ଏହା ପୂର୍ବରୁ କୃଷି ମନ୍ତ୍ରଣାଳୟର ପ୍ରାରମ୍ଭିକ ଆକଳନ ଆଶାବାଦୀ ଥିଲା। ଖରିଫ (ଗ୍ରୀଷ୍ମ) ଖାଦ୍ୟଶସ୍ୟ ଉତ୍ପାଦନ ୨୦୨୪-୨୫ ଫସଲ ବର୍ଷ(୨୦୨୫ ଜୁନ୍ରେ ଶେଷ ହେବ) ପାଇଁ ରେକର୍ଡ ୧୬୪.୭ ନିୟୁତ ଟନ୍ ହେବ ବୋଲି କୁହାଯାଇଥିଲା। ସେହିପରି ଶୀତଦିନିଆ ଫସଲ ରୋପଣ ସ୍ଥିର ଅଗ୍ରଗତି ବଜାୟ ରଖିଛି, ଡିସେମ୍ବର ୨୦୨୪ ମଧ୍ୟଭାଗ ସୁଦ୍ଧା ୨୯.୩୧ ନିୟୁତ ହେକ୍ଟରରେ ଗହମ ବୁଣାଯାଇଥିବାବେଳେ ମୋଟ ରବି (ଶୀତ) ଫସଲ ୫୫.୮୮ ନିୟୁତ ହେକ୍ଟର ହୋଇଛି। ବର୍ଷାର ପରିମାଣ ସାଧାରଣ ଥିବାରୁ ଖରିପ ରୁତୁରେ ଭଲ ଚାଷ ହୋଇଛି ବୋଲି କୃଷ ସଚିବ ଦେବେଶ ଚତୁର୍ବେଦୀ ପିଟିଆଇକୁ କହିଛନ୍ତି। ମୋଟ ଉପରେ ଫସଲ ଅମଳ ଆସା ଭଲ ରହିଛି। ତେବେ ଫେବ୍ରୁଆରୀ-ମାର୍ଚ୍ଚର ଗ୍ରୀଷ୍ମ ପ୍ରବାହ ଶୀତକାଳୀନ ଫସଲକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି ବୋଲି ସଚିବ କହିଛନ୍ତି। ପୂର୍ବ ଆର୍ଥିକ ବର୍ଷ ଅପେକ୍ଷା ୨୦୨୪-୨୫ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ଭଲ ଅଭିବୃଦ୍ଧି ଦେଖିବାକୁ ମିଳିଛି। ପୂର୍ବ ବର୍ଷରେ ୧.୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୩.୫ ରୁ୪ ପ୍ରତିଶତ ଅଭିବୃଦ୍ଧି ହୋଇଛି। ତେଣୁ କୃଷି କ୍ଷେତ୍ର ଏଥର ମଜ
ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଇଥିଲା ତାହା ହୋଇଛି। ଏଥର ପାଗ ଅନୁକୁଳ ହେବା ଯୋଗୁ ଦେଶରେ ଖାଦ୍ୟ ଶସ୍ୟ ଉତ୍ପଦାନ ଭଲ ହୋଇଛି। ୨୦୨୫ରେ ଦେଶ ଆଶା ଅନୁସାରେ ଅମଳ କରିବ। ତଥାପି ଡାଲି ଓ ତୈଳ ବୀଜ ଉତ୍ପାଦନରେ ସ୍ଥିତି ଆହାନପୂର୍ଣ୍ଣ ରହିଛି।
ଏହା ପୂର୍ବରୁ କୃଷି ମନ୍ତ୍ରଣାଳୟର ପ୍ରାରମ୍ଭିକ ଆକଳନ ଆଶାବାଦୀ ଥିଲା। ଖରିଫ (ଗ୍ରୀଷ୍ମ) ଖାଦ୍ୟଶସ୍ୟ ଉତ୍ପାଦନ ୨୦୨୪-୨୫ ଫସଲ ବର୍ଷ(୨୦୨୫ ଜୁନ୍ରେ ଶେଷ ହେବ) ପାଇଁ ରେକର୍ଡ ୧୬୪.୭ ନିୟୁତ ଟନ୍ ହେବ ବୋଲି କୁହାଯାଇଥିଲା।
ସେହିପରି ଶୀତଦିନିଆ ଫସଲ ରୋପଣ ସ୍ଥିର ଅଗ୍ରଗତି ବଜାୟ ରଖିଛି, ଡିସେମ୍ବର ୨୦୨୪ ମଧ୍ୟଭାଗ ସୁଦ୍ଧା ୨୯.୩୧ ନିୟୁତ ହେକ୍ଟରରେ ଗହମ ବୁଣାଯାଇଥିବାବେଳେ ମୋଟ ରବି (ଶୀତ) ଫସଲ ୫୫.୮୮ ନିୟୁତ ହେକ୍ଟର ହୋଇଛି। ବର୍ଷାର ପରିମାଣ ସାଧାରଣ ଥିବାରୁ ଖରିପ ରୁତୁରେ ଭଲ ଚାଷ ହୋଇଛି ବୋଲି କୃଷ ସଚିବ ଦେବେଶ ଚତୁର୍ବେଦୀ ପିଟିଆଇକୁ କହିଛନ୍ତି। ମୋଟ ଉପରେ ଫସଲ ଅମଳ ଆସା ଭଲ ରହିଛି। ତେବେ ଫେବ୍ରୁଆରୀ-ମାର୍ଚ୍ଚର ଗ୍ରୀଷ୍ମ ପ୍ରବାହ ଶୀତକାଳୀନ ଫସଲକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି ବୋଲି ସଚିବ କହିଛନ୍ତି।
ପୂର୍ବ ଆର୍ଥିକ ବର୍ଷ ଅପେକ୍ଷା ୨୦୨୪-୨୫ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ଭଲ ଅଭିବୃଦ୍ଧି ଦେଖିବାକୁ ମିଳିଛି। ପୂର୍ବ ବର୍ଷରେ ୧.୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୩.୫ ରୁ୪ ପ୍ରତିଶତ ଅଭିବୃଦ୍ଧି ହୋଇଛି। ତେଣୁ କୃଷି କ୍ଷେତ୍ର ଏଥର ମଜଭୁତ ହୋଇଛି।
ହେଲେ ଡାଲି ଏବଂ ତୈଳବୀଜ ଉତ୍ପାଦନରେ ଭାରତ ଆତ୍ମନିର୍ଭରଶୀଳ ହେବାକୁ ନିରନ୍ତର ପ୍ରୟାଶ ଜାରି ରଖିଛି। ଏହି ସମସ୍ୟାର ସମାଧାନ ପାଇଁ ସରକାର ୨୦୨୫ ଜାତୀୟ ଖାଦ୍ୟ ତେଲ ମିଶନ (NMEO- Oilseeds) ଆରମ୍ଭ କରିବେ। ଏଥିରେ ୧୦,୧୦୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ସେହିପରି ଫଳ ଏବଂ ପନିପରିବା ରେକର୍ଡ ଉତ୍ପାଦନ ସହିତ ଉଦ୍ୟାନ କ୍ଷେତ୍ର(ହର୍ଟିକଲଚର ସେକ୍ଟରରେ) ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ବିଭିନ୍ନ ସରକାରୀ ଯୋଜନାରେ ଉନ୍ନତ କୃଷି ପ୍ରଣାଳୀ ଏବଂ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ଦ୍ୱାରା ଏହି ସଫଳତା ମିଳିଛି। ସରକାରଙ୍କ ପିଏମ-କିଶାନ ଯୋଜନା ୨୦୧୮ ଆରମ୍ଭରୁ ୧୧ କୋଟିରୁ ଅଧିକ ଚାଷୀଙ୍କୁ ୩.୪୬ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରି ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ ଜାରି ରଖିଛି।
କୃଷି କ୍ଷେତ୍ରକୁ ଆହୁରି ମଜଭୁତ କରିବା ପାଇଁ ମୋଟ ୧୩,୯୬୬ ବ୍ୟୟବରାଦରେ ସେପ୍ଟେମ୍ବର ୨୦୨୪ ରେ ଘୋଷିତ ୭ ନୂଆ କୃଷି ଯୋଜନା ୨୦୨୫ରେ କାର୍ଯ୍ୟକାରି ହେବ। ଏଗୁଡ଼ିକ କୃଷି କ୍ଷେତ୍ରର ବିଭିନ୍ନ ଦିଗ ଯଥା ଡିଜିଟାଲ ରୂପାନ୍ତରଣ, ଫସଲ ବିଜ୍ଞାନ, ପଶୁପାଳନ ସ୍ୱାସ୍ଥ୍ୟ ଏବଂ ପ୍ରାକୃତିକ ସମ୍ପଦ ପରିଚାଳନା ଆଦିରେ ଖର୍ଚ୍ଚ ହେବ।