୨୦୨୪ର ଶ୍ରେଷ୍ଠ ଟେଷ୍ଟ ଏକାଦଶ ବାଛିଲା ଅଷ୍ଟ୍ରେଲିଆ ମିଡିଆ: ଯଶପ୍ରୀତ ବୁମ୍ରା ଅଧିନାୟକ
ଶ୍ରେଷ୍ଠ ଟେଷ୍ଟ ଏକାଦଶର ଅଧିନାୟକ ରହିଛନ୍ତି ଯଶପ୍ରୀତ ବୁମ୍ରା। ସେହିପରି ଟିମରେ ଆଉ ଜଣେ ଭାରତୀୟ ରହିଛନ୍ତି।
ଭାରତୀୟ ଟିମର ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରାଙ୍କୁ ମିଳିଛି ବଡ଼ ସମ୍ମାନ। ଅଷ୍ଟ୍ରେଲିଆ ମିଡିଆ cricket.com.au ପକ୍ଷରୁ ବର୍ଷର ଶେଷ ଦିନରେ ୨୦୨୪ର ଶ୍ରେଷ୍ଠ ଏକାଦଶ ଚୟନ କରାଯାଇଛି। ବର୍ଷ ତମାମର ପ୍ରଦର୍ଶନ ଆଧାରରେ ବିଶ୍ୱର ବିଭିନ୍ନ ଖେଳାଳିଙ୍କୁ ନେଇ ଏପରି ଟିମ ଗଠନ କରାଯାଇଛି।
ଏହି ଶ୍ରେଷ୍ଠ ଟେଷ୍ଟ ଏକାଦଶର ଅଧିନାୟକ ରହିଛନ୍ତି ଯଶପ୍ରୀତ ବୁମ୍ରା। ସେହିପରି ଟିମରେ ଆଉ ଜଣେ ଭାରତୀୟ ରହିଛନ୍ତି। ୨୦୨୪ ଶ୍ରେଷ୍ଠ ଏକାଦଶର ଓପନର ଭାବେ cricket.com.au ଭାରତର ଯଶସ୍ୱୀ ଜୈସୱାଲଙ୍କୁ ଚୟନ କରିଛି। ଏହି ଦୁଇ ଜଣଙ୍କୁ ଛାଡ଼ି ଦେଲେ ଆଉ କୌଣସି ଭାରତୀୟ ଶ୍ରେଷ୍ଠ ଟେଷ୍ଟ ଏକାଦଶରେ ସ୍ଥାନ ପାଇ ନାହାନ୍ତି।
cricket.com.au ଶ୍ରେଷ୍ଠ ଏକାଦଶରେ ଇନଫର୍ମ ଟ୍ରାଭିସ ହେଡ୍କୁ ରଖିନାହିଁ। ଟିମରେ ଇଂଲଣ୍ଡର ସର୍ବାଧିକ ୩ ଜଣ ଖେଳାଳି ରହିଥିବା ବେଳେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ଭାରତରୁ ୨ ଜଣ ଲେଖାଏ ଖେଳାଳି ରହିଛନ୍ତି। ସେହିପରି ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକାର ଜଣେ ଲେଖାଏ ଖେଳାଳି ଦଳରେ ରହିଛନ୍ତି।
What a year from this XI including Jasprit Bumrah who leads the side ????
Full story: https://t.co/zM0nfiRxz9 pic.twitter.com/cn8Zu7zlxw— cricket.com.au (@cricketcomau) December 31, 2024
ଅଷ୍ଟ୍ରେଲିଆ ମିଡିଆର ଶ୍ରେଷ୍ଠ ଏକାଦଶ: ଯଶସ୍ୱୀ ଜୈସୱାଲ(ଭାରତ), ବେନ ଡକେଟ(ଇଂଲଣ୍ତ), ଜୋ ରୁଟ(ଇଂଲଣ୍ଡ), ରଚିନ ରବୀନ୍ଦ୍ର (ନ୍ୟୁଜିଲ୍ୟାଣ୍ଡ), ହ୍ୟାରୀ ବ୍ରୁକ (ଇଂଲଣ୍ଡ), କାମିନ୍ଦୁ ମେଣ୍ଡିସ(ଶ୍ରୀଲଙ୍କା), ଆଲେକ୍ସ କେରୀ( ୱିକେଟ କିପର, ଅଷ୍ଟ୍ରେଲିଆ), ମ୍ୟାଟ ହେନରୀ(ନ୍ୟୁଜିଲ୍ୟାଣ୍ଡ), ଯଶପ୍ରୀତ ବୁମ୍ରା(ଭାରତ, ଅଧିନାୟକ), ଜୋଶ ହାଜେଲଉଡ(ଅଷ୍ଟ୍ରେଲିଆ) ଓ କେଶବ ମହାରାଜ(ଦକ୍ଷିଣ ଆଫ୍ରିକା)।