୨୦୨୪ରେ ୨୨ ଲକ୍ଷ କୁକୁର କାମୁଡ଼ା ମାମଲା ପଞ୍ଜୀକୃତ, ୫ ଲକ୍ଷ ପୀଡିତ ୧୫ ବର୍ଷରୁ କମ୍
ନୂଆଦିଲ୍ଲୀ, ୪।୨: ବର୍ଷ ୨୦୨୪ରେ ସମଗ୍ର ଭାରତରେ ୨୨ ଲକ୍ଷ କୁକୁର କାମୁଡ଼ା ମାମଲା ପଞ୍ଜୀକୃତ ହୋଇଛି। ମଙ୍ଗଳବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଲଲନ ସିଂହ। ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ସେ ଲିଖିତ ଆକାରରେ କହିଛନ୍ତି ଯେ, ୨୧,୯୫,୧୨୨ କୁକୁର କାମୁଡ଼ା ଏବଂ ୩୭ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି। ଏହା ବ୍ୟତୀତ ୫,୦୪୭୨୮ ମାମଲା ଏବଂ ୧୧ ମୃତ୍ୟୁ ମାଙ୍କଡ଼ ସମେତ ଅନ୍ୟାନ୍ୟ ପ୍ରାଣୀଙ୍କ କାମୁଡ଼ାରେ ହୋଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ […] The post ୨୦୨୪ରେ ୨୨ ଲକ୍ଷ କୁକୁର କାମୁଡ଼ା ମାମଲା ପଞ୍ଜୀକୃତ, ୫ ଲକ୍ଷ ପୀଡିତ ୧୫ ବର୍ଷରୁ କମ୍ appeared first on Dharitri Odia News.
ନୂଆଦିଲ୍ଲୀ, ୪।୨: ବର୍ଷ ୨୦୨୪ରେ ସମଗ୍ର ଭାରତରେ ୨୨ ଲକ୍ଷ କୁକୁର କାମୁଡ଼ା ମାମଲା ପଞ୍ଜୀକୃତ ହୋଇଛି। ମଙ୍ଗଳବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଲଲନ ସିଂହ। ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ସେ ଲିଖିତ ଆକାରରେ କହିଛନ୍ତି ଯେ, ୨୧,୯୫,୧୨୨ କୁକୁର କାମୁଡ଼ା ଏବଂ ୩୭ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି। ଏହା ବ୍ୟତୀତ ୫,୦୪୭୨୮ ମାମଲା ଏବଂ ୧୧ ମୃତ୍ୟୁ ମାଙ୍କଡ଼ ସମେତ ଅନ୍ୟାନ୍ୟ ପ୍ରାଣୀଙ୍କ କାମୁଡ଼ାରେ ହୋଇଛି।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋଟ କୁକୁର କାମୁଡ଼ା ମାମଲାରୁ ୫ ଲକ୍ଷ ପୀଡିତ ୧୫ ବର୍ଷ ବୟସରୁ କମ୍ ଅଟନ୍ତି। ବୁଲା କୁକୁରମାନଙ୍କ ସମସ୍ୟା ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅଧୀନରେ ପଡ଼ିଥାଏ ଏବଂ ତେଣୁ, ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଏହି ଘଟଣାଗୁଡ଼ିକର ମୁକାବିଲା କରିବା ପାଇଁ ବାଧ୍ୟତାମୂଳକ ବୋଲି କହି ସିଂହ କେନ୍ଦ୍ରର ସମ୍ପୃକ୍ତ ବିଭାଗଗୁଡ଼ିକ ଦ୍ୱାରା ଏପରି ଘଟଣାଗୁଡ଼ିକର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ତାଲିକା ଦେଇଥିଲେ।
The post ୨୦୨୪ରେ ୨୨ ଲକ୍ଷ କୁକୁର କାମୁଡ଼ା ମାମଲା ପଞ୍ଜୀକୃତ, ୫ ଲକ୍ଷ ପୀଡିତ ୧୫ ବର୍ଷରୁ କମ୍ appeared first on Dharitri Odia News.