୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ
ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ ଦିଗରେ ତୁଳା ରାଶିଙ୍କ ଲାଗି କିପରି ରହିବ। ଆର୍ଥିକ ଦିଗରୁ ନୂଆବର୍ଷ ୨୦୨୫ ଆପଣଙ୍କ ପାଇଁ ବହୁତ ଶୁଭ ରହିବାକୁ ଯାଉଛି। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ବ୍ୟାଙ୍କ ବାଲାନ୍ସ ବଢିବ। ଟଙ୍କା ସଞ୍ଚୟରେ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ କମିବ। ବ୍ୟବସାୟୀ ବର୍ଗଙ୍କ ପାଇଁ ବର୍ଷ ବହୁତ […] The post ୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ appeared first on Dharitri Odia News.
ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ ଦିଗରେ ତୁଳା ରାଶିଙ୍କ ଲାଗି କିପରି ରହିବ।
ଆର୍ଥିକ ଦିଗରୁ ନୂଆବର୍ଷ ୨୦୨୫ ଆପଣଙ୍କ ପାଇଁ ବହୁତ ଶୁଭ ରହିବାକୁ ଯାଉଛି। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ବ୍ୟାଙ୍କ ବାଲାନ୍ସ ବଢିବ। ଟଙ୍କା ସଞ୍ଚୟରେ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ କମିବ।
ବ୍ୟବସାୟୀ ବର୍ଗଙ୍କ ପାଇଁ ବର୍ଷ ବହୁତ ଭଲ ରହିବ। ବ୍ୟବସାୟିକ ଯାତ୍ରା ସଫଳ ହେବ। ଲାଭ ବୃଦ୍ଧି ପାଇବ। କୌଣସି ପୁରୁଣା ଯୋଜନା ସକ୍ରିୟ ହେବାରୁ ଲାଭାନ୍ବିତ ହେବେ।
ମାର୍ଚ୍ଚ ମାସ ପରେ ଚାକିରି କରୁଥିବା ଲୋକମାନଙ୍କୁ ବହୁତ ଶୁଭ ହେବ। ଚାକିରିରେ ପରିବର୍ତନ ଏବଂ ପଦୋନ୍ନତି ଯୋଗ ରହିଛି।
ବର୍ଷର ପ୍ରଥମ ଭାଗରେ ସ୍ୱାସ୍ଥ୍ୟର ଅଧିକ ଧ୍ୟାନ ରଖିବାକୁ ହେବ। ବର୍ଷର ଦ୍ୱିତୀୟ ଭାଗରେ ସ୍ୱାସ୍ଥ୍ୟ ଭଲ ରହିବ। ରୋଗରୁ ମୁକ୍ତି ମିଳିବ।
ଶିକ୍ଷା ସ୍ତରରେ ଦ୍ରୁତଗତିରେ ସୁଧାର ଦେଖାଯିବ। ବିଦେଶରେ ପଢିବାକୁ ଯୋଜନା କରୁଥିବା ଲୋକମାନଙ୍କୁ ଭଲ ଖବର ଶୁଣିବାକୁ ମିଳିବ। ଏକାଗ୍ରତାର ସୁଧାର ଆସିବ।
ପାରିବାରିକ ଜୀବନରେ କିଛି ଭୁଲ ଭାବନା ଆସିପାରେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ବଢିବା ସହି ସ୍ଥିତି ବିଗିଡ଼ିପାରେ। ପ୍ରେମ ସମ୍ବନ୍ଧୀୟ ମାମଲାରେ ସଫଳତା ମିଳିବ।
ତେବେ ତୁଲାରାଶିର ଲୋକମାନେ ଜ୍ୟୋତିଷଙ୍କ ସହିତ ଆଲୋଚନା କରି ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କୁ ପାଇବା ପାଇଁ ନିୟମିତ ପୂଜା କରନ୍ତୁ।
The post ୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ appeared first on Dharitri Odia News.