୨୦୨୫ରେ ସାତଫେରା ନେବେ କ୍ରିତି ସାନନ ! କବୀରଙ୍କ ପରିବାର ସଦସ୍ୟଙ୍କ ଆସିଲେ ନଜର

ମୁମ୍ଵାଇ ୨୨।୧୨; ଆସନ୍ତା ୨୦୨୫ରେ କେଉଁ ବଲିଉଡ୍‌ ତାରକା ହାତକୁ ଦି’ ହାତ ହେବାକୁ   ଯାଉଛନ୍ତି? ନେଟିଜେନ୍‌ଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଅନେକ ପ୍ରଶ୍ନ । ବେଶ୍‌  କିଛି ଅଭିନେତା, ଅଭିନେତ୍ରୀଙ୍କୁ ନେଇ ଚର୍ଚ୍ଚା ଚାଲିଛି । ସେମାନଙ୍କ ମଧ୍ୟରେ  ଗୋଟିଏ ନାଁ ହେଉଛି କ୍ରିତି ସାନ୍‌ନ । ଏହା ମଧ୍ୟରେ ବ୍ୟବସାୟୀ କବୀର  ବାହିୟାଙ୍କ ସହିତ ତାଙ୍କୁ ବେଶ୍‌ କେତେଥର ଦେଖିବାକୁ ମିଳିଛି । View this post on InstagramA post shared by Snehkumar Zala (@snehzala)ନିକଟରେ  ଏକ ବିବାହ ଅନୁଷ୍ଠାନରେ କବୀରଙ୍କ ସହିତ କ୍ରିତିଙ୍କୁ   ଦେଖିବାକୁ ମିଳିଥିଲା । ଭାଇରାଲ୍‌ ହୋଇଥିବା   ଏକ ଫଟୋରେ ଗାଢ଼ ଗୋଲାପୀ ରଙ୍ଗର ଶାଢ଼ିରେ କ୍ରିତି କବୀରଙ୍କ ପରିବାର ସଦସ୍ୟଙ୍କ ସହିତ କଥାବାର୍ତ୍ତା କରୁଥିବାର   ଦେଖିବାକୁ ମିଳିଥିଲା । ସୋସିଆଲ୍‌   ମିଡିଆରେ ଏହି ଫଟୋ ଭାଇରାଲ୍‌ ହେବା ପରେ କମେଣ୍ଟ ବକ୍ସ ବିଭିନ୍ନ ମନ୍ତବ୍ୟରେ  ଭରିଯାଇଛି । ଅନେକଙ୍କ  ମତରେ ଆସନ୍ତା  ୨୦୨୫ରେ କ୍ରିତି  ବିବାହ ମଣ୍ଡପରେ   ବସିବାକୁ  ଯାଉଛନ୍ତି ।  କିଛି ମାସ ତଳେ  ଏକ  ସାକ୍ଷାତକାରରେ   କ୍ରିତି କହିଥିଲେ ଠିକ୍‌  ସମୟ ଅସିଲେ ସେ   ବିବାହ କରିବେ । ବୋଧହୁଏ  ସେହି ସମୟ ଆସିଯାଇଛି ବୋଲି  ତାଙ୍କ ପ୍ରଶଂସକମାନେ କହୁଛନ୍ତି ।  ଅଳ୍ପଦିନ ତଳେ ଗ୍ରୀସରେ କ୍ରିତିଙ୍କ  ଜନ୍ମଦିନ ଧୁମଧାମରେ ପାଳନ  କରିଥିଲେ କବୀର । ତାହା  ପରଠାରୁ ଏ ଦୁହିଁଙ୍କ ସଂପର୍କ  ନେଇ

୨୦୨୫ରେ ସାତଫେରା ନେବେ କ୍ରିତି ସାନନ !  କବୀରଙ୍କ ପରିବାର ସଦସ୍ୟଙ୍କ ଆସିଲେ ନଜର

ମୁମ୍ଵାଇ ୨୨।୧୨; ଆସନ୍ତା ୨୦୨୫ରେ କେଉଁ ବଲିଉଡ୍‌ ତାରକା ହାତକୁ ଦି’ ହାତ ହେବାକୁ   ଯାଉଛନ୍ତି? ନେଟିଜେନ୍‌ଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଅନେକ ପ୍ରଶ୍ନ । ବେଶ୍‌  କିଛି ଅଭିନେତା, ଅଭିନେତ୍ରୀଙ୍କୁ ନେଇ ଚର୍ଚ୍ଚା ଚାଲିଛି । ସେମାନଙ୍କ ମଧ୍ୟରେ  ଗୋଟିଏ ନାଁ ହେଉଛି କ୍ରିତି ସାନ୍‌ନ । ଏହା ମଧ୍ୟରେ ବ୍ୟବସାୟୀ କବୀର  ବାହିୟାଙ୍କ ସହିତ ତାଙ୍କୁ ବେଶ୍‌ କେତେଥର ଦେଖିବାକୁ ମିଳିଛି । 

ନିକଟରେ  ଏକ ବିବାହ ଅନୁଷ୍ଠାନରେ କବୀରଙ୍କ ସହିତ କ୍ରିତିଙ୍କୁ   ଦେଖିବାକୁ ମିଳିଥିଲା । ଭାଇରାଲ୍‌ ହୋଇଥିବା   ଏକ ଫଟୋରେ ଗାଢ଼ ଗୋଲାପୀ ରଙ୍ଗର ଶାଢ଼ିରେ କ୍ରିତି କବୀରଙ୍କ ପରିବାର ସଦସ୍ୟଙ୍କ ସହିତ କଥାବାର୍ତ୍ତା କରୁଥିବାର   ଦେଖିବାକୁ ମିଳିଥିଲା । ସୋସିଆଲ୍‌   ମିଡିଆରେ ଏହି ଫଟୋ ଭାଇରାଲ୍‌ ହେବା ପରେ କମେଣ୍ଟ ବକ୍ସ ବିଭିନ୍ନ ମନ୍ତବ୍ୟରେ  ଭରିଯାଇଛି । ଅନେକଙ୍କ  ମତରେ ଆସନ୍ତା  ୨୦୨୫ରେ କ୍ରିତି  ବିବାହ ମଣ୍ଡପରେ   ବସିବାକୁ  ଯାଉଛନ୍ତି ।  କିଛି ମାସ ତଳେ  ଏକ  ସାକ୍ଷାତକାରରେ   କ୍ରିତି କହିଥିଲେ ଠିକ୍‌  ସମୟ ଅସିଲେ ସେ   ବିବାହ କରିବେ । 

ବୋଧହୁଏ  ସେହି ସମୟ ଆସିଯାଇଛି ବୋଲି  ତାଙ୍କ ପ୍ରଶଂସକମାନେ କହୁଛନ୍ତି ।  ଅଳ୍ପଦିନ ତଳେ ଗ୍ରୀସରେ କ୍ରିତିଙ୍କ  ଜନ୍ମଦିନ ଧୁମଧାମରେ ପାଳନ  କରିଥିଲେ କବୀର । ତାହା  ପରଠାରୁ ଏ ଦୁହିଁଙ୍କ ସଂପର୍କ  ନେଇ ବହୁତ ଚର୍ଚ୍ଚା ହେଉଛି ।  କ୍ରିତି ସତରେ କେବେ ବିବାହ  କରିବାକୁ ଯାଉଛନ୍ତି ତାହା  ଆଗାମୀ ସମୟ ହିଁ କହିବ ।