୨୦୨୫ରେ ‘ସାମାନ୍ୟ ଦୁର୍ବଳ’ ରହିବ ଭାରତୀୟ ଅର୍ଥବ୍ୟବସ୍ଥା: ଆଇଏମ୍‌ଏଫ୍‌ ଏମ୍‌ଡି

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥାତ୍ ୨୦୨୫ରେ କେମିତି ରହିବ ଭାରତୀୟ ଅର୍ଥବ୍ୟବସ୍ଥାର ସ୍ଥିତି ? ସେନେଇ ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ ମୁଦ୍ରା କୋଷ ବା ଆଇଏମ୍‌ଏଫ୍‌ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା । ବାର୍ଷିକ ଚର୍ଚ୍ଚା ସମୟରେ ଶୁକ୍ରବାର ଗଣମାଧ୍ୟମକୁ ସମ୍ବୋଧନ ଦେବା ଅବସରରେ ଜର୍ଜିଭା କହିଛନ୍ତି ବିଶ୍ବ ସ୍ତରରେ ଅଭିବୃଦ୍ଧି ହାର ସ୍ଥିର ରହିବା ସତ୍ତ୍ବେବି ୨୦୨୫ରେ ଭାରତୀୟ ଅର୍ଥବ୍ୟବସ୍ଥା ‘ସାମାନ୍ୟ ଦୁର୍ବଳ’ ରହିପାରେ। ସେ ଏହା ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ବିଶ୍ବ ସ୍ତରରେ ଅର୍ଥବ୍ୟବସ୍ଥା ସ୍ଥିତିରେ ବେଶ୍‌ ଅନିଶ୍ଚିତତା ଦେଖିବାକୁ ମିଳିବ। ବିଶେଷ କରି ଆମେରିକାର ବାଣିଜ୍ୟ ନୀତିକୁ ନେଇ। ଜର୍ଜିଭା କହିଛନ୍ତି ଅନୁମାନ କରାଯାଉଛି ଯେ, ୨୦୨୫ରେ ଭାରତୀୟ ଅର୍ଥବ୍ୟବସ୍ଥା ‘ସାମାନ୍ୟ ଦୁର୍ବଳ’ ରହିବ। ତେବେ ଏହା ଉପରେ ଅଧିକ ବିବରଣୀ ଦେଇନାହାଁନ୍ତି। ସେ କହିଛନ୍ତି ‘ବିଶ୍ବ ଓ୍ବାର୍ଲ୍ଡ ଇକୋନୋମୀ ଆଉଟଲୁକ ଅପଡେଟ ଓ୍ବିକ’ରେ ଏହା ଉପରେ ଅଧିକ ତଥ୍ୟ ଉପଲବ୍ଧ ହେବ।ଜର୍ଜିଭା କହିଛନ୍ତି, ‘ଆମେରିକା ଆଶାଠାରୁ ଭଲ ପ୍ରଦର୍ଶନ କରୁଛି, ୟୁରୋପୀୟ ସଂଘ (EU) କିଛିଟା ସ୍ଥିର ରହିଛି, ଏବଂ ଭାରତର ସାମାନ୍ୟ ଦୁର୍ବଳ ସ୍ଥିତିରେ ରହିଛି। ବ୍ରାଜିଲରେ ଦରବୃଦ୍ଧି ସାମାନ୍ୟ ଅଧିକ ରହିଛି। ଦୁନିଆର ଦ୍ବିତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ଚୀନରେ ମୁଦ୍ରାସ୍ଫୀତି ହ୍ରାସ ପାଇଁ ପଡ଼ୁଥିବା ଚାପ ଏବଂ ଲଗାତାର ଭାବରେ ଘରୋଇ ସ୍ତରରେ ଚା

୨୦୨୫ରେ ‘ସାମାନ୍ୟ ଦୁର୍ବଳ’ ରହିବ ଭାରତୀୟ ଅର୍ଥବ୍ୟବସ୍ଥା: ଆଇଏମ୍‌ଏଫ୍‌ ଏମ୍‌ଡି

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥାତ୍ ୨୦୨୫ରେ କେମିତି ରହିବ ଭାରତୀୟ ଅର୍ଥବ୍ୟବସ୍ଥାର ସ୍ଥିତି ? ସେନେଇ ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ ମୁଦ୍ରା କୋଷ ବା ଆଇଏମ୍‌ଏଫ୍‌ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା । ବାର୍ଷିକ ଚର୍ଚ୍ଚା ସମୟରେ ଶୁକ୍ରବାର ଗଣମାଧ୍ୟମକୁ ସମ୍ବୋଧନ ଦେବା ଅବସରରେ ଜର୍ଜିଭା କହିଛନ୍ତି ବିଶ୍ବ ସ୍ତରରେ ଅଭିବୃଦ୍ଧି ହାର ସ୍ଥିର ରହିବା ସତ୍ତ୍ବେବି ୨୦୨୫ରେ ଭାରତୀୟ ଅର୍ଥବ୍ୟବସ୍ଥା ‘ସାମାନ୍ୟ ଦୁର୍ବଳ’ ରହିପାରେ। 

ସେ ଏହା ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ବିଶ୍ବ ସ୍ତରରେ ଅର୍ଥବ୍ୟବସ୍ଥା ସ୍ଥିତିରେ ବେଶ୍‌ ଅନିଶ୍ଚିତତା ଦେଖିବାକୁ ମିଳିବ। ବିଶେଷ କରି ଆମେରିକାର ବାଣିଜ୍ୟ ନୀତିକୁ ନେଇ। ଜର୍ଜିଭା କହିଛନ୍ତି ଅନୁମାନ କରାଯାଉଛି ଯେ, ୨୦୨୫ରେ ଭାରତୀୟ ଅର୍ଥବ୍ୟବସ୍ଥା ‘ସାମାନ୍ୟ ଦୁର୍ବଳ’ ରହିବ। ତେବେ ଏହା ଉପରେ ଅଧିକ ବିବରଣୀ ଦେଇନାହାଁନ୍ତି। ସେ କହିଛନ୍ତି ‘ବିଶ୍ବ ଓ୍ବାର୍ଲ୍ଡ ଇକୋନୋମୀ ଆଉଟଲୁକ ଅପଡେଟ ଓ୍ବିକ’ରେ ଏହା ଉପରେ ଅଧିକ ତଥ୍ୟ ଉପଲବ୍ଧ ହେବ।

ଜର୍ଜିଭା କହିଛନ୍ତି, ‘ଆମେରିକା ଆଶାଠାରୁ ଭଲ ପ୍ରଦର୍ଶନ କରୁଛି, ୟୁରୋପୀୟ ସଂଘ (EU) କିଛିଟା ସ୍ଥିର ରହିଛି, ଏବଂ ଭାରତର ସାମାନ୍ୟ ଦୁର୍ବଳ ସ୍ଥିତିରେ ରହିଛି। ବ୍ରାଜିଲରେ ଦରବୃଦ୍ଧି ସାମାନ୍ୟ ଅଧିକ ରହିଛି। ଦୁନିଆର ଦ୍ବିତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ଚୀନରେ ମୁଦ୍ରାସ୍ଫୀତି ହ୍ରାସ ପାଇଁ ପଡ଼ୁଥିବା ଚାପ ଏବଂ ଲଗାତାର ଭାବରେ ଘରୋଇ ସ୍ତରରେ ଚାହିଦା ଚାଲେଞ୍ଜ ପାଲଟିଥବା କହିଛି ଆଇଏମଏଫ।