୨୦୨୬ ଫିଫା ବିଶ୍ୱକପ୍‌ ଖେଳିବ ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୪ା୩: ନ୍ୟୁଜିଲାଣ୍ଡ ୨୦୨୬ ଫିଫା ବିଶ୍ୱକପ୍‌ ଖେଳିବ। ସୋମବାର ଓସେନିଆ କନ୍‌ଫେଡେରେଶନ କ୍ୱାଲିଫାଇଂ ସିରିଜ ଫାଇନାଲରେ ନ୍ୟୁ କାଲେଡୋନିଆକୁ ୩-୦ ଗୋଲ୍‌ରେ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡ ୨୦୨୬ ଫିଫା ବିଶ୍ୱକପ୍‌ ଖେଳିବା ପାଇଁ ଯୋଗ୍ୟତା ହାସଲ କରିପାରିଛି। ଏହାକୁ ମିଶାଇ ନ୍ୟୁଜିଲାଣ୍ଡ ତୃତୀୟ ଥର ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ କରିଛି। ପୂର୍ବରୁ ଦଳ ୧୯୮୨ରେ ସ୍ପେନରେ ଏବଂ ୨୦୧୦ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ପୂର୍ବରୁ ଟୁର୍ନାମେଣ୍ଟର ମିଳିତ ଆୟୋଜକ […] The post ୨୦୨୬ ଫିଫା ବିଶ୍ୱକପ୍‌ ଖେଳିବ ନ୍ୟୁଜିଲାଣ୍ଡ appeared first on Dharitri Odia News.

୨୦୨୬ ଫିଫା ବିଶ୍ୱକପ୍‌ ଖେଳିବ ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୪ା୩: ନ୍ୟୁଜିଲାଣ୍ଡ ୨୦୨୬ ଫିଫା ବିଶ୍ୱକପ୍‌ ଖେଳିବ। ସୋମବାର ଓସେନିଆ କନ୍‌ଫେଡେରେଶନ କ୍ୱାଲିଫାଇଂ ସିରିଜ ଫାଇନାଲରେ ନ୍ୟୁ କାଲେଡୋନିଆକୁ ୩-୦ ଗୋଲ୍‌ରେ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡ ୨୦୨୬ ଫିଫା ବିଶ୍ୱକପ୍‌ ଖେଳିବା ପାଇଁ ଯୋଗ୍ୟତା ହାସଲ କରିପାରିଛି। ଏହାକୁ ମିଶାଇ ନ୍ୟୁଜିଲାଣ୍ଡ ତୃତୀୟ ଥର ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ କରିଛି।

ପୂର୍ବରୁ ଦଳ ୧୯୮୨ରେ ସ୍ପେନରେ ଏବଂ ୨୦୧୦ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ପୂର୍ବରୁ ଟୁର୍ନାମେଣ୍ଟର ମିଳିତ ଆୟୋଜକ ଦେଶ ଭାବେ କାନାଡ଼ା, ୟୁଏସ୍‌ ଓ ମେକ୍ସିକୋ ସ୍ବାଭାବିକ ଆପେ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

ଗତ ସପ୍ତାହରେ ଜାପାନ ପ୍ରଥମ ଦଳ ଭାବେ ୪୮ ଦଳକୁ ନେଇ ହେବାକୁଥିବା ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ହାସଲ କରିସାରିଛି। ସୋମବାର ମ୍ୟାଚରେ ପରାଜୟ ସତ୍ତ୍ୱେ ଏସିଆନ, ଆଫ୍ରିକାନ, ନର୍ଥ ଓ ସେଣ୍ଟ୍ରାଲ ଆମେରିକାନ ଏବଂ ସାଉଥ ଆମେରିକାନ କନ୍‌ଫେଡେରେଶନର ୬ଟି ଦଳକୁ ନେଇ ଇଣ୍ଟରକଣ୍ଟିନେଣ୍ଟାଲ ପ୍ଲେଅଫ୍‌ ଜରିଆରେ ଯୋଗ୍ୟତା ଅର୍ଜନ ପାଇଁ ନ୍ୟୁ କାଲେଡୋନିଆ ଲାଗି ଏକ ସୁଯୋଗ ରହିଛି।

The post ୨୦୨୬ ଫିଫା ବିଶ୍ୱକପ୍‌ ଖେଳିବ ନ୍ୟୁଜିଲାଣ୍ଡ appeared first on Dharitri Odia News.