୨୦୩୦ ସୁଦ୍ଧା ୧୦ଲକ୍ଷ ଇଭି ବିକ୍ରି ଲକ୍ଷ୍ୟ
ନୂଆଦିଲ୍ଲୀ,୨୧।୩ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ‘ଜେଏସ୍ଡବ୍ଲ୍ୟୁ ଗ୍ରୁପ୍’ ଏବଂ ଅନ୍ତଃ ରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ‘ଏମ୍ଜି ମୋଟର୍ସ ଇଣ୍ଡିଆ’ର ମିଳିତ ସହଯୋଗ (ଜଏଣ୍ଟ ଭେଞ୍ଚର ବା ଜେଭି)ରେ ଏକ ସର୍ବବୃହତ୍ ବୈଦ୍ୟୁତିକ ଯାନ (ଇଲେକ୍ଟ୍ରି ଭେଇକିଲ ବା ଇଭି) ନିର୍ମାତା ବା ଅଟୋମୋବାଇଲ କମ୍ପାନୀ ‘ଜେଏସଡବ୍ଲ୍ୟୁ ଏମ୍ଜି ମୋଟର୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁମ୍ବାଇଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ କମ୍ପାନୀର ଜେଭି […] The post ୨୦୩୦ ସୁଦ୍ଧା ୧୦ଲକ୍ଷ ଇଭି ବିକ୍ରି ଲକ୍ଷ୍ୟ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୩ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ‘ଜେଏସ୍ଡବ୍ଲ୍ୟୁ ଗ୍ରୁପ୍’ ଏବଂ ଅନ୍ତଃ ରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ‘ଏମ୍ଜି ମୋଟର୍ସ ଇଣ୍ଡିଆ’ର ମିଳିତ ସହଯୋଗ (ଜଏଣ୍ଟ ଭେଞ୍ଚର ବା ଜେଭି)ରେ ଏକ ସର୍ବବୃହତ୍ ବୈଦ୍ୟୁତିକ ଯାନ (ଇଲେକ୍ଟ୍ରି ଭେଇକିଲ ବା ଇଭି) ନିର୍ମାତା ବା ଅଟୋମୋବାଇଲ କମ୍ପାନୀ ‘ଜେଏସଡବ୍ଲ୍ୟୁ ଏମ୍ଜି ମୋଟର୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁମ୍ବାଇଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ କମ୍ପାନୀର ଜେଭି ବ୍ରାଣ୍ଡ୍ ‘ଜେଏସ୍ଡବ୍ଲ୍ୟୁ ଏମ୍ଜି ମୋଟର୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଇଭି ସ୍ପୋର୍ଟସ କାର୍ ଏମ୍ଜି ‘ସାଇବରଷ୍ଟର’ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ, ଜେଏସ୍ଡବ୍ଲ୍ୟୁ ସିମେଣ୍ଟର ଏମ୍ଡି ପାର୍ଥ ଜିନ୍ଦଲ ଏବଂ ଏମ୍ଜି ମୋଟର୍ସ ଇଣ୍ଡିଆର ପ୍ରେସିଡେଣ୍ଟ ତଥା ଏମ୍ଡି ରାଜୀବ ଛାବା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଉଲ୍ଲେଖଯୋଗ୍ୟ, ଜେଏସ୍ଡବ୍ଲ୍ୟୁ ଏମ୍ଜି ମୋଟର୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ୨୦୩୦ ସୁଦ୍ଧା ପ୍ରାୟ ୧୦ ଲକ୍ଷ ( ୧ ମିଲିୟନ) ଇଭି କାର୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ପ୍ରାଥମିକ ପର୍ଯ୍ୟାୟରେ ଉଭୟ କମ୍ପାନୀ ଜେଭିରେ ୫୦୦୦ କୋଟି ନିବେଶ ସହ ବାର୍ଷିକ ୧ରୁ ୩ ଲକ୍ଷ ପର୍ଯ୍ୟନ୍ତ ଗାଡ଼ି ଉତ୍ପାଦନ କରିବା ସହ ବଜାର ପ୍ରବେଶ ମଧ୍ୟ କରାଇବ। ସେହିପରି ପ୍ରତି ୩ରୁ ୬ ମାସ ଅବଧି ମଧ୍ୟରେ ଏକ ନୂଆ ମଡେଲ ଉନ୍ମୋଚନ ସହ ବଜାର ପ୍ରବେଶ କରାଇବାକୁ ଜେଭି ଲକ୍ଷ୍ୟ ରଖିଛି। ଅପରପକ୍ଷରେ କମ୍ପାନୀ (ଜେଭି)ରେ ୪୯% ଅଂଶଧନ ଏମ୍ଜି ମୋଟର୍ସ ପାଖରେ ରହିଥିଲାବେଳେ ୩୫% ଅଂଶଧନ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ନିକଟରେ ରହିଛି। ଅବଶିଷ୍ଟ ୧୬% ବିଭିନ୍ନ ବର୍ଗଙ୍କ ନିକଟରେ ରହିବ ବୋଲି ଜେଭି ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ କହିଛନ୍ତି, ମୋ ଜୀବନ ଲକ୍ଷ୍ୟକୁ ମୁଁ ଏମ୍ଜି ମୋଟର୍ସ ସହଭାଗିତାରେ ପୂରଣ କରିବାକୁ ଯାଉଛି। ଏହି ନୂଆ ଅଟୋ ୟୁନିଟ୍ ଭାରତୀୟ ଇଭି ଶିଳ୍ପରେ ମାରୁତି ମୁଭମେଣ୍ଟ ଭଳି ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଜିନ୍ଦଲ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
The post ୨୦୩୦ ସୁଦ୍ଧା ୧୦ଲକ୍ଷ ଇଭି ବିକ୍ରି ଲକ୍ଷ୍ୟ appeared first on Dharitri Odia News.