୨୦୩୬ରେ ଭାରତର ଜନସଂଖ୍ୟା ଡେଇଁବ ୧୫୨ କୋଟି, ପ୍ରତି ହଜାର ପୁରୁଷରେ ମହିଳାଙ୍କ ସଂଖ୍ୟା ରହିବ ୯୫୨
ନୂଆଦିଲ୍ଲୀ ୧୩।୦୮ : ଆସିଲା ନୂଆ ରିପୋର୍ଟ । ଆଗାମୀ ଦିନରେ ଭାରତରେ ଲିଙ୍ଗାନୁପାତରେ ସୁଧାର ଆସିବା ନେଇ ରିପୋର୍ଟରେ ଉଲ୍ଲେଖ । ପୂର୍ବରୁ ୧୦୦୦ ପୁରୁଷଙ୍କ ତୁଳନା ମହିଳା ସଂଖ୍ୟା କମ୍ ଥିଲା । ଆଗକୁ ଏହି ସଂଖ୍ୟାରେ ବୃଦ୍ଧି ଆସିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨ କୋଟି ଡେଇଁପାରେ ବୋଲି ଆକଳନ କରାଯାଇଛି ।ରିପୋର୍ଟ ମୁତାବିକ, ୨୦୨୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨.୨ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଯେଉଁଥିରେ ମହିଳାଙ୍କ ସଂଖ୍ୟା ୨୦୧୧ ତୁଳନାରେ ୪୮.୫ ପ୍ରତିଶତରୁ ବଢି ୪୮.୮ ପ୍ରତିଶତ ହେବ । ସେହିପରି ୨୦୧୧ରେ ପ୍ରତି ୧ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୪୩ ଥିଲା । ହେଲେ ୨୦୩୬ରେ ଏହି ସଂଖ୍ୟା ବଢି ପ୍ରତି ୧୦୦୦ ପୁରୁଷ ତୁଳନା ୯୫୨ ମହିଳା ରହିପାରନ୍ତି । ଏହି ରିପୋର୍ଟକୁ ଦେଖିଲେ ଆଗାମୀ ଦିନରେ ଭାରତରେ ଜନସଂଖ୍ୟା ବଢିବା ସହ ମହିଳା ଅନୁପାତ ମଧ୍ୟ ବୃଦ୍ଧି ପାଇବ ।ରିପୋର୍ଟରେ ଭାରତର ପୁରୁଷ ଏବଂ ମହିଳାଙ୍କ ସ୍ଥିତି ବାବଦରେ ବିସ୍ତାରରେ ସୂଚନା ଦିଆଯାଇଛି । ଏଥିରେ ଜନସଂଖ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୈତିକ ଗତିବିଧିରେ ଭାଗିଦାରୀ ଏବଂ ନିଷ୍ପତ୍ତି ନେବାରେ ଭୂମିକାକୁ ସାମିଲ କରାଯାଇଛି । ଏହା ସହରାଞ୍ଚଳ-ଗ୍ରାମାଞ୍ଚଳ ଅଞ୍ଚଳ ମଧ୍ୟରେ ଲିଙ୍ଗଗତ ତଥ୍ୟ ଉପସ୍ଥାପନ କରି, ପାର୍ଥକ୍ୟ ଉପରେ ଆଲୋକପାତ କରୁଛି । ଏଥିରେ ସାମିଲ କରାଯାଇଥିବା
ନୂଆଦିଲ୍ଲୀ ୧୩।୦୮ : ଆସିଲା ନୂଆ ରିପୋର୍ଟ । ଆଗାମୀ ଦିନରେ ଭାରତରେ ଲିଙ୍ଗାନୁପାତରେ ସୁଧାର ଆସିବା ନେଇ ରିପୋର୍ଟରେ ଉଲ୍ଲେଖ । ପୂର୍ବରୁ ୧୦୦୦ ପୁରୁଷଙ୍କ ତୁଳନା ମହିଳା ସଂଖ୍ୟା କମ୍ ଥିଲା । ଆଗକୁ ଏହି ସଂଖ୍ୟାରେ ବୃଦ୍ଧି ଆସିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨ କୋଟି ଡେଇଁପାରେ ବୋଲି ଆକଳନ କରାଯାଇଛି ।
ରିପୋର୍ଟ ମୁତାବିକ, ୨୦୨୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨.୨ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଯେଉଁଥିରେ ମହିଳାଙ୍କ ସଂଖ୍ୟା ୨୦୧୧ ତୁଳନାରେ ୪୮.୫ ପ୍ରତିଶତରୁ ବଢି ୪୮.୮ ପ୍ରତିଶତ ହେବ । ସେହିପରି ୨୦୧୧ରେ ପ୍ରତି ୧ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୪୩ ଥିଲା । ହେଲେ ୨୦୩୬ରେ ଏହି ସଂଖ୍ୟା ବଢି ପ୍ରତି ୧୦୦୦ ପୁରୁଷ ତୁଳନା ୯୫୨ ମହିଳା ରହିପାରନ୍ତି । ଏହି ରିପୋର୍ଟକୁ ଦେଖିଲେ ଆଗାମୀ ଦିନରେ ଭାରତରେ ଜନସଂଖ୍ୟା ବଢିବା ସହ ମହିଳା ଅନୁପାତ ମଧ୍ୟ ବୃଦ୍ଧି ପାଇବ ।
ରିପୋର୍ଟରେ ଭାରତର ପୁରୁଷ ଏବଂ ମହିଳାଙ୍କ ସ୍ଥିତି ବାବଦରେ ବିସ୍ତାରରେ ସୂଚନା ଦିଆଯାଇଛି । ଏଥିରେ ଜନସଂଖ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୈତିକ ଗତିବିଧିରେ ଭାଗିଦାରୀ ଏବଂ ନିଷ୍ପତ୍ତି ନେବାରେ ଭୂମିକାକୁ ସାମିଲ କରାଯାଇଛି । ଏହା ସହରାଞ୍ଚଳ-ଗ୍ରାମାଞ୍ଚଳ ଅଞ୍ଚଳ ମଧ୍ୟରେ ଲିଙ୍ଗଗତ ତଥ୍ୟ ଉପସ୍ଥାପନ କରି, ପାର୍ଥକ୍ୟ ଉପରେ ଆଲୋକପାତ କରୁଛି । ଏଥିରେ ସାମିଲ କରାଯାଇଥିବା ପ୍ରମୁଖ ସୂଚକଗୁଡିକୁ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନର ନିଆଯାଇଛି ।
ରିପୋର୍ଟ ଅନୁସାରେ, ‘ଲିଙ୍ଗଗତ ସମାନତାକୁ ଆକଳନ ଏବଂ ପ୍ରୋତ୍ସାହନ କରିବା ଲାଗି ଜେଣ୍ଡେର ଷ୍ଟାଟିଷ୍ଟିକ୍ (ଲିଙ୍ଗଗତ ପରିସଂଖ୍ୟାନ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହା ପ୍ରଗତି ପାଇଁ ମାନଦଣ୍ଡ ସ୍ଥିର କରେ, ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଦୃଶ୍ୟମାନ ସମାନତା ଏବଂ ବିବେଦକୁ ଦର୍ଶାଏ ।‘