୨୧ ନକଲି ବିଶ୍ଵ ବିଦ୍ୟାଳୟ ବନ୍ଦ କରାଯାଉ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲଗାତାର ଫେକ୍ ବିଶ୍ଵ ବିଦ୍ୟାଳୟକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଉଠାଇ ଆସିଛନ୍ତି। ଏହି କ୍ରମରେ ସମଗ୍ର ଦେଶରେ ଚିହ୍ନଟ ୨୧ ନକଲି ବିଶ୍ଵ ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି କେନ୍ଦ୍ର ସରକାର। ସୋମବାର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ସଂସଦରେ ଜଣାଇଛନ୍ତି ଯେ ଏହି ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରି ୨୦୧୪ରୁ ଏ ପର୍ଯ୍ୟନ୍ତ ୧୨ ନକଲି ବିଶ୍ଵ ବିଦ୍ୟାଳୟକୁ ବନ୍ଦ କରାଯାଇଛି। କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଏହି ସବୁ ନକଲି ସଂସ୍ଥା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।ଲୋକସଭାରେ ଆଜି ସାଂସଦମାନେ ଦେଶର ଅନେକ ରାଜ୍ୟରେ ସଞ୍ଚାଳିତ ୨୧ ନକଲି ବିଶ୍ଵ ବିଦ୍ୟାଳୟ ବିଷୟରେ ସଚେତନ କରାଇବା ଓ ଛାତ୍ର-ଛାତ୍ରୀଙ୍କୁ ଏମିତି ସଂସ୍ଥାରେ ନାମ ନ ଲେଖାଇବା ପ୍ରତି ସଚେତନ କରାଇବା ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଉପରୋକ୍ତ ଉତ୍ତର ରଖିଛନ୍ତି। କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଏହି ସଂସ୍ଥାଗୁଡ଼ିକୁ ବନ୍ଦ କରିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏହି ୨୧ଟି ବିଶ୍ଵ ବିଦ୍ୟାଳୟରୁ କେବଳ ୮ଟି ଦିଲ୍ଲୀର ରହିଛି

୨୧ ନକଲି ବିଶ୍ଵ ବିଦ୍ୟାଳୟ ବନ୍ଦ କରାଯାଉ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲଗାତାର ଫେକ୍ ବିଶ୍ଵ ବିଦ୍ୟାଳୟକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଉଠାଇ ଆସିଛନ୍ତି। ଏହି କ୍ରମରେ ସମଗ୍ର ଦେଶରେ ଚିହ୍ନଟ ୨୧ ନକଲି ବିଶ୍ଵ ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି କେନ୍ଦ୍ର ସରକାର। ସୋମବାର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ସଂସଦରେ ଜଣାଇଛନ୍ତି ଯେ ଏହି ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରି ୨୦୧୪ରୁ ଏ ପର୍ଯ୍ୟନ୍ତ ୧୨ ନକଲି ବିଶ୍ଵ ବିଦ୍ୟାଳୟକୁ ବନ୍ଦ କରାଯାଇଛି। କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଏହି ସବୁ ନକଲି ସଂସ୍ଥା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।

ଲୋକସଭାରେ ଆଜି ସାଂସଦମାନେ ଦେଶର ଅନେକ ରାଜ୍ୟରେ ସଞ୍ଚାଳିତ ୨୧ ନକଲି ବିଶ୍ଵ ବିଦ୍ୟାଳୟ ବିଷୟରେ ସଚେତନ କରାଇବା ଓ ଛାତ୍ର-ଛାତ୍ରୀଙ୍କୁ ଏମିତି ସଂସ୍ଥାରେ ନାମ ନ ଲେଖାଇବା ପ୍ରତି ସଚେତନ କରାଇବା ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଉପରୋକ୍ତ ଉତ୍ତର ରଖିଛନ୍ତି। କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଏହି ସଂସ୍ଥାଗୁଡ଼ିକୁ ବନ୍ଦ କରିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏହି ୨୧ଟି ବିଶ୍ଵ ବିଦ୍ୟାଳୟରୁ କେବଳ ୮ଟି ଦିଲ୍ଲୀର ରହିଛି। 

Also read: ଚୀନ ଯିବେ NSA ଅଜିତ ଡୋଭଲ, ୫ ବର୍ଷ ପରେ ହେବ ଖାସ୍ ବୈଠକ

କେନ୍ଦ୍ର ମନ୍ତ୍ରୀ ସଂସଦର ସମସ୍ତ ସଦସ୍ୟଙ୍କୁ ଅପିଲ୍ କରିଛନ୍ତି ଯେ, ଯେଉଁ ସାଂସଦମାନେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଅଛନ୍ତି ଏବଂ ସେମାନଙ୍କର ଅନୁଗାମୀ ଅଛନ୍ତି, ସେମାନେ ନିଜର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ନକଲି ବିଶ୍ଵ ବିଦ୍ୟାଳୟର ତାଲିକା ସେୟାର କରନ୍ତୁ। ଏମିତି ଉଦ୍ୟମରେ ଛାତ୍ର-ଛାତ୍ରୀମାନଙ୍କୁ ନକଲି ବିଶ୍ଵ ବିଦ୍ୟାଳୟରେ ନାଁ ଲେଖାଇବାରେ ରୋକା ଯାଇ ପାରିବ। 

ସେ କହିଛନ୍ତି, ରାଜ୍ୟ ସରକାର ନିଜକୁ ବିଶ୍ଵ ବିଦ୍ୟାଳୟ ଭାବେ ଭୁଲ୍ ଭାବେ ପ୍ରସ୍ତୁତ କରୁଥିବା, ଡିଗ୍ରୀ  ପ୍ରଦାନ କରୁଥିବା ଓ ନିଜ ନାଁ ସହିତ ବିଶ୍ଵ ବିଦ୍ୟାଳୟ ଶବ୍ଦର ଉପଯୋଗ କରି ଛାତ୍ର-ଛାତ୍ରୀଙ୍କୁ ଧୋକା ଦେବା ଓ ଏଥିରେ ସାମିଲ ଲୋକଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।