୨୧ ପ୍ରତିଶତ ବଢ଼ିଲା ପ୍ରତ୍ୟକ୍ଷ କର ସଂଗ୍ରହ, ଏପର୍ଯ୍ୟନ୍ତ ହେଲାଣି ୪.୬୨ ଲକ୍ଷ କୋଟି ସଂଗ୍ରହ

ନୂଆଦିଲ୍ଲୀ: ରେକର୍ଡ କଲା ପ୍ରତ୍ୟକ୍ଷ କର ସଂଗ୍ରହ। ମଙ୍ଗଳବାର ଆୟକର ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ହୋଇଥିବା ଶୁଦ୍ଧ ପ୍ରତ୍ୟକ୍ଷ କର ସଂଗ୍ରହ ୨୧ ପ୍ରତିଶତ ବୃଦ୍ଧି ସହ ୪.୬୨ ଲକ୍ଷ କୋଟି ଟଙ୍କା ହୋଇଛି। ଏଥିରେ ଆଡଭାନ୍ସ ଟ୍ୟାକ୍ସ (ଅଗ୍ରୀମ କର) ସଂଗ୍ରହରେ ହୋଇଥିବା ବୃଦ୍ଧି ମଧ୍ୟ ରହିଛି। ଅଗ୍ରୀମ କରର ପ୍ରଥମ କିସ୍ତି ପାଇଁ ଜୁନ୍‌ ୧୫ ତାରିଖ ସମୟ ରହିଥିଲା। ଆଉ ସଂଗ୍ରହରେ ୨୭.୩୪ ପ୍ରତିଶତ ବଢ଼ି ୧.୪୮ ଲକ୍ଷ କୋଟି ଟଙ୍କା ରହିଛି। ଏଥିରେ ୧.୧୪ ଲକ୍ଷ କୋଟି ଟଙ୍କାର କର୍ପୋରେଟ୍‌ କର (ସିଆଇଟି) ଏବଂ ୩୪,୪୭୦ କୋଟି ଟଙ୍କାର ବ୍ୟକ୍ତିଗତ ଆୟକର (ପିଆଇଟି) ରହିଛି।କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଏକ ବୟାନରେ କହିଛି ଯେ, ୪,୬୨,୬୬୪ କୋଟି ଟଙ୍କାର ଶୁଦ୍ଧ ପ୍ରତ୍ୟକ୍ଷ କର ସଂଗ୍ରହରେ ୧,୮୦,୯୪୯ କୋଟି ଟଙ୍କାର ସିଆଇଟି ଏବଂ ୨,୮୧,୦୧୩ କୋଟି ଟଙ୍କାର ପିଆଇଟି ସାମିଲ ରହିଛି।ଆର୍ଥିକ ବର୍ଷ ୨୦୨୪-୨୫ରେ   ଜୁନ୍ ୧୭ ପର୍ଯ୍ୟନ୍ତ ୫୩,୩୨୨ କୋଟି ଟଙ୍କାର ରିଫଣ୍ଡ ମଧ୍ୟ ଜାରି ରହିଛି। ଏହା ଗତ ବର୍ଷ ସମାନ ଅବଧିରେ ଜାରି କରାଯାଇଥିବା ରିଫଣ୍ଡରୁ ୩୪ ପ୍ରତିଶତ ଅଧିକ ରହିଛି। ଚଳିତ ବର୍ଷ  ଏପ୍ରିଲ ୧ରୁ ଜୁନ୍‌ ୧୭ ସମୟରେ ପ୍ରତ୍ୟକ୍ଷ କରର ସକଳ ସଂଗ୍ରହ ବାର୍ଷିକ ଆଧାରରେ ୨୨.୧୯ ପ୍ରତିଶତ ବଢ଼ି ୫.୧୬ ଲକ୍ଷ କୋଟି ଟଙ୍କା ରହିଛି।

୨୧ ପ୍ରତିଶତ ବଢ଼ିଲା ପ୍ରତ୍ୟକ୍ଷ କର ସଂଗ୍ରହ, ଏପର୍ଯ୍ୟନ୍ତ ହେଲାଣି ୪.୬୨ ଲକ୍ଷ କୋଟି ସଂଗ୍ରହ

ନୂଆଦିଲ୍ଲୀ: ରେକର୍ଡ କଲା ପ୍ରତ୍ୟକ୍ଷ କର ସଂଗ୍ରହ। ମଙ୍ଗଳବାର ଆୟକର ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ହୋଇଥିବା ଶୁଦ୍ଧ ପ୍ରତ୍ୟକ୍ଷ କର ସଂଗ୍ରହ ୨୧ ପ୍ରତିଶତ ବୃଦ୍ଧି ସହ ୪.୬୨ ଲକ୍ଷ କୋଟି ଟଙ୍କା ହୋଇଛି। 

ଏଥିରେ ଆଡଭାନ୍ସ ଟ୍ୟାକ୍ସ (ଅଗ୍ରୀମ କର) ସଂଗ୍ରହରେ ହୋଇଥିବା ବୃଦ୍ଧି ମଧ୍ୟ ରହିଛି। ଅଗ୍ରୀମ କରର ପ୍ରଥମ କିସ୍ତି ପାଇଁ ଜୁନ୍‌ ୧୫ ତାରିଖ ସମୟ ରହିଥିଲା। ଆଉ ସଂଗ୍ରହରେ ୨୭.୩୪ ପ୍ରତିଶତ ବଢ଼ି ୧.୪୮ ଲକ୍ଷ କୋଟି ଟଙ୍କା ରହିଛି। ଏଥିରେ ୧.୧୪ ଲକ୍ଷ କୋଟି ଟଙ୍କାର କର୍ପୋରେଟ୍‌ କର (ସିଆଇଟି) ଏବଂ ୩୪,୪୭୦ କୋଟି ଟଙ୍କାର ବ୍ୟକ୍ତିଗତ ଆୟକର (ପିଆଇଟି) ରହିଛି।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଏକ ବୟାନରେ କହିଛି ଯେ, ୪,୬୨,୬୬୪ କୋଟି ଟଙ୍କାର ଶୁଦ୍ଧ ପ୍ରତ୍ୟକ୍ଷ କର ସଂଗ୍ରହରେ ୧,୮୦,୯୪୯ କୋଟି ଟଙ୍କାର ସିଆଇଟି ଏବଂ ୨,୮୧,୦୧୩ କୋଟି ଟଙ୍କାର ପିଆଇଟି ସାମିଲ ରହିଛି।

ଆର୍ଥିକ ବର୍ଷ ୨୦୨୪-୨୫ରେ   ଜୁନ୍ ୧୭ ପର୍ଯ୍ୟନ୍ତ ୫୩,୩୨୨ କୋଟି ଟଙ୍କାର ରିଫଣ୍ଡ ମଧ୍ୟ ଜାରି ରହିଛି। ଏହା ଗତ ବର୍ଷ ସମାନ ଅବଧିରେ ଜାରି କରାଯାଇଥିବା ରିଫଣ୍ଡରୁ ୩୪ ପ୍ରତିଶତ ଅଧିକ ରହିଛି। ଚଳିତ ବର୍ଷ  ଏପ୍ରିଲ ୧ରୁ ଜୁନ୍‌ ୧୭ ସମୟରେ ପ୍ରତ୍ୟକ୍ଷ କରର ସକଳ ସଂଗ୍ରହ ବାର୍ଷିକ ଆଧାରରେ ୨୨.୧୯ ପ୍ରତିଶତ ବଢ଼ି ୫.୧୬ ଲକ୍ଷ କୋଟି ଟଙ୍କା ରହିଛି।