୨୧ ବର୍ଷର ଯୁବତୀଙ୍କୁ ବିବାହ କଲେ ୪୧ ବର୍ଷୀୟ ବିଜେପି ବିଧାୟକ, ଭାଇରାଲ ହେଲା ଫଟୋ
ପଶ୍ଚିମବଙ୍ଗ ୨୫/୦୬: ନିକଟରେ ନଜର ଆସିଥିଲା ଲୋକସଭା ନିର୍ବାଚନର ଫଳାଫଳ । ଭୋଟିଂରେ ପଶ୍ଚିମବଙ୍ଗର ବାରସlତ୍ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ସ୍ୱପନମଜୁମଦାର ପରାସ୍ତ ହୋଇଥିଲେ। ହେଲେ ନିର୍ବାଚନ ପରେ ବି ସେ ଏବେ ଖବର ଶିରୋନାମାରେ । ଆଉ ସେହି ଖବରଟି ହେଉଛି ୪୦ ବର୍ଷ ପରେ କରିଛନ୍ତି ବିବାହ। ଆଉ ତାଙ୍କ ବିବାହର ଏହି ଫଟୋ ଏବେ ବେଶ୍ ଭାଇରାଲ । ସ୍ୱପନ ମଜୁମଦାର ଶେଷରେ ୪୧ ବର୍ଷ ବୟସରେ ବିବାହ କରିଛନ୍ତି । ଖବର ଅନୁଯାୟୀ ସେ ଅମଲାପାର ବୋନଗାଁ ନିବାସୀ ରିଙ୍କୁ ବୈରାଗୀ ମିଷ୍ଟ୍ରିଙ୍କ ଝିଅ ତ୍ରିଶା ମିଷ୍ଟ୍ରିଙ୍କୁ ବିବାହ କରିଛନ୍ତି । ସମ୍ପ୍ରତି ୨୧ ବର୍ଷୀୟ ତ୍ରିଶା ଏବେ ସ୍ନାତକୋତର ପାଠ ପଢୁଛନ୍ତି । ଗୋପାଳନଗର ପାଲାର ବାସିନ୍ଦା ସ୍ୱପନ୍ ମଜୁମଦାରଙ୍କ ବିବାହରେ ‘ଏଲାହି ଆୟୋଜନ୍’ ବ୍ୟବସ୍ଥା କରାଯାଇଥିଲା । ବିଧାୟକଙ୍କ ବିବାହ ସମାରୋହରେ ବିଜେପି ନେତୃତ୍ୱର ହଜାର ହଜାର କର୍ମୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବର କନିଆଙ୍କ ପାରମ୍ପାରିକ ବେଙ୍ଗଲି ପୋଷାକ ବେଶ୍ ଆଖିଦୃଶିଆ ଥିଲା । ସେ ଏକ ସୁନ୍ଦର ଲାଲ ଏବଂ ନୀଳ ରଙ୍ଗର ବନାରସୀ ସାଢୀ ପିନ୍ଧିଥିଲେ ଯାହାକି ବିଧାୟକଙ୍କ ଅଫ୍ ହ୍ୱାଇଟ୍ ସେରେଓ୍ୱାନୀକୁ ଖୁବ୍ ମ୍ୟାଚ୍ କରିଥିଲା । ବିବାହର ମେନ୍ୟୁ ବି ଥିଲା ବହୁତ ସିମ୍ପଲ । ରାଇସ୍, ଡାଲି, ମାଛ ସହିତ ଫ୍ରାଇଡ୍ ରାଇସ୍, ମଟନ୍ କଶା ସହିତ ଚଟନି, ପାପଡ, ଏବଂ ରସଗୋଲା ଥିଲା ମେନ୍ୟୁ ତାଲିକାରେ । ଦୁହିଁଙ୍କ ବିବାହ ଫଟୋ ଏବେ
ପଶ୍ଚିମବଙ୍ଗ ୨୫/୦୬: ନିକଟରେ ନଜର ଆସିଥିଲା ଲୋକସଭା ନିର୍ବାଚନର ଫଳାଫଳ । ଭୋଟିଂରେ ପଶ୍ଚିମବଙ୍ଗର ବାରସlତ୍ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ସ୍ୱପନମଜୁମଦାର ପରାସ୍ତ ହୋଇଥିଲେ। ହେଲେ ନିର୍ବାଚନ ପରେ ବି ସେ ଏବେ ଖବର ଶିରୋନାମାରେ ।
ଆଉ ସେହି ଖବରଟି ହେଉଛି ୪୦ ବର୍ଷ ପରେ କରିଛନ୍ତି ବିବାହ। ଆଉ ତାଙ୍କ ବିବାହର ଏହି ଫଟୋ ଏବେ ବେଶ୍ ଭାଇରାଲ । ସ୍ୱପନ ମଜୁମଦାର ଶେଷରେ ୪୧ ବର୍ଷ ବୟସରେ ବିବାହ କରିଛନ୍ତି । ଖବର ଅନୁଯାୟୀ ସେ ଅମଲାପାର ବୋନଗାଁ ନିବାସୀ ରିଙ୍କୁ ବୈରାଗୀ ମିଷ୍ଟ୍ରିଙ୍କ ଝିଅ ତ୍ରିଶା ମିଷ୍ଟ୍ରିଙ୍କୁ ବିବାହ କରିଛନ୍ତି ।
ସମ୍ପ୍ରତି ୨୧ ବର୍ଷୀୟ ତ୍ରିଶା ଏବେ ସ୍ନାତକୋତର ପାଠ ପଢୁଛନ୍ତି । ଗୋପାଳନଗର ପାଲାର ବାସିନ୍ଦା ସ୍ୱପନ୍ ମଜୁମଦାରଙ୍କ ବିବାହରେ ‘ଏଲାହି ଆୟୋଜନ୍’ ବ୍ୟବସ୍ଥା କରାଯାଇଥିଲା । ବିଧାୟକଙ୍କ ବିବାହ ସମାରୋହରେ ବିଜେପି ନେତୃତ୍ୱର ହଜାର ହଜାର କର୍ମୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବର କନିଆଙ୍କ ପାରମ୍ପାରିକ ବେଙ୍ଗଲି ପୋଷାକ ବେଶ୍ ଆଖିଦୃଶିଆ ଥିଲା । ସେ ଏକ ସୁନ୍ଦର ଲାଲ ଏବଂ ନୀଳ ରଙ୍ଗର ବନାରସୀ ସାଢୀ ପିନ୍ଧିଥିଲେ ଯାହାକି ବିଧାୟକଙ୍କ ଅଫ୍ ହ୍ୱାଇଟ୍ ସେରେଓ୍ୱାନୀକୁ ଖୁବ୍ ମ୍ୟାଚ୍ କରିଥିଲା ।
ବିବାହର ମେନ୍ୟୁ ବି ଥିଲା ବହୁତ ସିମ୍ପଲ । ରାଇସ୍, ଡାଲି, ମାଛ ସହିତ ଫ୍ରାଇଡ୍ ରାଇସ୍, ମଟନ୍ କଶା ସହିତ ଚଟନି, ପାପଡ, ଏବଂ ରସଗୋଲା ଥିଲା ମେନ୍ୟୁ ତାଲିକାରେ । ଦୁହିଁଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି । ସେ ସେହି ଚିତ୍ରକୁ ସୋସିଆଲ ମିଡିଆରେ ତାଙ୍କ ନୂଆ ପତ୍ନୀଙ୍କ ସହ ପୋଷ୍ଟ କରିଛନ୍ତି । ଅନେକେ ଏହି ଦମ୍ପତ୍ତିଙ୍କୁ ବିବାହ ଓ୍ୱିଶ୍ କରିଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, “ଶୁଭେଚ୍ଛା । ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ, ଆଉ ଜଣେ କହିଛନ୍ତି ଭବିଷ୍ୟତ ପାଇଁ ଶୁଭେଚ୍ଛା ।
କହିବାକୁ ଗଲେ ମଜୁମଦାର ଲୋକସଭା ନିର୍ବାଚନରେ ହାରିଛନ୍ତି, ସେ ବାନଙ୍ଗୋନ ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ । ସେ ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ହେଡଲାଇନକୁ ଆସିଥାନ୍ତି । ଏହାପୂର୍ବରୁ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ପାଇଁ ବାରାସାତ୍ ନିର୍ବାଚନମଣ୍ଡଳୀ ପାଇଁ ତାଙ୍କ ନାମାଙ୍କନପତ୍ର ବିବାଦ ସୃଷ୍ଟି କରିଥିଲା। ସେ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରା ରିଙ୍ଗରେ ସମ୍ପୃକ୍ତ ଥିବା ଏବଂ ୨୦୧୭ରେ ଗୁଆହାଟୀରେ ଗିରଫ ହୋଇଥିବା ଅଭିଯୋଗ ହୋଇଥିଲା । ଦି ୱାୟାର ସହ କଥା ହେବାବେଳେ ସେ କହିଥିଲେ ଯେ ଏହି ଘଟଣା ଏକ ଷଡଯନ୍ତ୍ର ।