୨୧ରେ ବରଗଡ଼ ବନ୍ଦ, ବଢୁଛି ସମର୍ଥନ

ବରଗଡ଼୨୦।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସିଥିବା ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ୯ଦିନ ବିତି ଯାଇଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ। ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ପୋଲିସ ସୋମବାର ଏହି ମାମଲାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କିନ୍ତୁ ସେମାନେ ସିଧାସଳଖ ପୀଡିତାଙ୍କ ପ୍ରତି ହୋଇଥିବା ଅତ୍ୟାଚାରରେ ସମ୍ପୃକ୍ତ […] The post ୨୧ରେ ବରଗଡ଼ ବନ୍ଦ, ବଢୁଛି ସମର୍ଥନ appeared first on Dharitri Odia News.

୨୧ରେ ବରଗଡ଼ ବନ୍ଦ, ବଢୁଛି ସମର୍ଥନ

ବରଗଡ଼୨୦।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସିଥିବା ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ୯ଦିନ ବିତି ଯାଇଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ। ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

ପୋଲିସ ସୋମବାର ଏହି ମାମଲାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କିନ୍ତୁ ସେମାନେ ସିଧାସଳଖ ପୀଡିତାଙ୍କ ପ୍ରତି ହୋଇଥିବା ଅତ୍ୟାଚାରରେ ସମ୍ପୃକ୍ତ ନାହାନ୍ତି। ମୁଖ୍ୟ ଅଭିଯୁକ୍ତଙ୍କୁ ଫେରାର୍‌ କରିବାରେ ଗିରଫ ୩ଅଭିଯୁକ୍ତମାନେ ସହଯୋଗ କରିଥିଲେ ବୋଲି ପୋଲିସ କହିଛି। ସେହିପରି ଡାକ୍ତରୀ ରିପୋର୍ଟ ଅନୁଯାୟୀ ପୀଡିତାଙ୍କୁ ବଳାତ୍କାର କିମ୍ବା ଗଣବଳାତ୍କାର ହୋଇ ନ ଥିବା ପୋଲିସ କହିଛି। ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ଆସନ୍ତା ୨୧ ତାରିଖ ମଙ୍ଗଳବାର ବରଗଡ ସଚେତନ ନାଗରିକ ମଞ୍ଚ ବରଗଡ଼ ବନ୍ଦ ଡାକରା ଦେଇଛି।

ବନ୍ଦ ଡାକରାକୁ ବିଭିନ୍ନ ସଂଗଠନର ସମର୍ଥନ ବଢି ଚାଲିଛି। ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। ଏଥିରୁ ଜରୁରୀ ସେବାକୁ ବାଦ ଦିଆଯାଇଛି ବୋଲି ବରଗଡ଼ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

The post ୨୧ରେ ବରଗଡ଼ ବନ୍ଦ, ବଢୁଛି ସମର୍ଥନ appeared first on Dharitri Odia News.