୨୨ ତାରିଖରେ ଜଳିବ ସାଢେ ୫ ଫୁଟର ଦୀପ

ରାମଲାଲାଙ୍କ ପାଇଁ ତିଆରି ଚାଲିଛି ଏଇ ବିରାଟ ଦୀପ ସାଙ୍ଗକୁ ୧୨ ଫୁଟ ଉଚ୍ଚର ପ୍ରଭୁ ରାମଙ୍କ ପ୍ରତି ମୂର୍ତ୍ତି..

୨୨ ତାରିଖରେ ଜଳିବ ସାଢେ ୫ ଫୁଟର ଦୀପ

ଏକ ବିରାଟ ଦୀପରେ ରଙ୍ଗ ଦିଆ ଚାଲିଛି.. କୁହାଯାଉଛି ଏହା ବିଶ୍ୱର ସବୁଠାରୁ ବଡ଼ ଦୀପ.. ଆକାର, ଚଉଡ଼ା, ଉଚ୍ଚତା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ.. ପ୍ରାୟ ସାଢେ ପାଞ୍ଚ ଫୁଟ୍ ଉଚ୍ଚତାର ଏହି ଦୀପର ଚଉଡ଼ା ପ୍ରାୟ ୧୨ ଫୁଟ.. ଏଥିରେ ୬ ହଜାର ଲିଟରରୁ ଅଧିକ ଘିଅ ଧରିବ.. ଦୀପଟିକୁ ଘିଅ ଭର୍ତ୍ତି କରି ଜଳାଇଦେଲେ, ପ୍ରାୟ ଏକ ମାସରୁ ଅଧିକ ସମୟର ଧରି ଜଳୁଥିବ.. ଦର୍ଶକବନ୍ଧୁ ଏହି ବିରାଟ ଦୀପକୁ ରାମଲାଲାଙ୍କ ଉଦ୍ଦେଶ୍ୟରେ ଭେଟି ଦେଉଛି ରାଉରକେଲା.. ପ୍ରାୟ ୧ ମାସ ଧରି ଏହାର ନିର୍ମାଣ ଚାଲିଛି..