୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ ବ୍ୟାଟିଂ ନିଦର୍ଶନ ଦେଇ ଭାରତୀୟ ଟିମ୍‌ର ପ୍ରମୁଖ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଯଶସ୍ବୀ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଇନିଂସ ବଳରେ ସେ ୪୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ଏଥିସହ ସେ ଏକ ସ୍ବତନ୍ତ୍ର ତାଲିକାରେ ଭାରତର ସମସ୍ତ […] The post ୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ appeared first on Dharitri Odia News.

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ ବ୍ୟାଟିଂ ନିଦର୍ଶନ ଦେଇ ଭାରତୀୟ ଟିମ୍‌ର ପ୍ରମୁଖ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଯଶସ୍ବୀ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଇନିଂସ ବଳରେ ସେ ୪୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ଏଥିସହ ସେ ଏକ ସ୍ବତନ୍ତ୍ର ତାଲିକାରେ ଭାରତର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛନ୍ତି। ସେ ଏଭଳି କାରନାମା କରିଛନ୍ତି ଯାହାକି ବିରାଟ କୋହଲି ନିଜ କ୍ୟାରିୟରରେ ଏଯାବତ କରିପାରିନାହାନ୍ତି।

ଯଶସ୍ବୀ ନ୍ୟୁଜିଲାଣ୍ଡ ବିପକ୍ଷ ପୁଣେ ଟେଷ୍ଟ ମ୍ୟାଚ୍‌ର ଅନ୍ତିମ ଇନିଂସରେ ୬୫ ବଲ୍‌ରେ ୭୭ ରନ୍‌ କରିଥିଲେ। ଏଥିରେ ୯ ଚୌକା ଏବଂ ୩ ଛକା ରହିଥିଲା। ରନ୍‌ ବଳରେ ଭାରତରେ ଚଳିତ ବର୍ଷ ସେ ନିଜର ୧୦୦୦ ଟେଷ୍ଟ ରନ୍‌ ପୂରଣ କରିଛନ୍ତି। ଏହାପୂର୍ବରୁ ଏହି କାରନାମା ୧୯୭୯ରେ ଗୁଣ୍ଡପ୍ପା ବିଶ୍ୱନାଥ(୧୦୪୭) କରିଥିଲେ। ଯଶସ୍ବୀ ଚଳିତ ବର୍ଷ ଭାରତରେ ୧୦୫୬ କରି ବିଶ୍ୱନାଥଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅନ୍ତର୍ଜାତୀୟସ୍ତରରେ ଯଶସ୍ବୀ ଘରୋଇ ଟେଷ୍ଟ ମ୍ୟାଚ୍‌ରେ ୧୦୦୦+ ରନ୍‌ କରିଥିବା ବିଶ୍ୱର ୬ଷ୍ଠ ଖେଳାଳି ପାଲଟିଛନ୍ତି।

The post ୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ appeared first on Dharitri Odia News.