୨,୨୧୬ ପଦବୀକୁ ୨୫ ହଜାର ଆଶାୟୀ; ଏୟାର ଇଣ୍ଡିଆରେ ଚାକିରି ପାଇଁ ଟଣାଓଟରା, ଦଳାଚକଟା

ମୁମ୍ବାଇ, ୧୮/୦୭: ଭାରତରେ ବଢ଼ୁଛି ବେକାରୀ ସମସ୍ୟା । ଚାକିରି ପାଇଁ ବାରମ୍ବାର ଦଳାଚକଟା । ସ୍ବଳ୍ପ ପଦବୀକୁ ହଜାର ହଜାର ଆଶାୟୀ । ଓ୍ବାକ୍ ଇନ୍ ଇଣ୍ଟର୍‌ଭ୍ୟୁ ସ୍ଥଳରେ ଅସମ୍ଭାଳ ଭିଡ଼ । ଏୟାର ଇଣ୍ଡିଆ ସେଣ୍ଟର ଭିତରକୁ ଧସେଇ ପଶିଲେ ପ୍ରାର୍ଥୀ । ପ୍ରଥମେ ଗୁଜରାଟର ଅହମ୍ମଦାବାଦ, ଆଉ ଏବେ ମହାରାଷ୍ଟ୍ରର ମୁମ୍ବାଇରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଇଣ୍ଟର୍‌ଭ୍ୟୁ ଦେବାକୁ ସେଣ୍ଟର ସାମ୍ନାରେ ହଜାର ହଜାର ସଂଖ୍ୟାରେ ଭିଡ଼ ଜମାଇ ଥିଲେ ଆଶାୟୀ । ସ୍ଥିତି ଏଭଳି ହୋଇଥିଲା ଯେ, ଭିଡ଼କୁ କାବୁ କରିବା ପୋଲିସ ପକ୍ଷେ ଅସମ୍ଭବ ଥିଲା । ଚାକିରି ଆଶାୟୀ ଯେମିତି ପାରିଲେ ସେମିତି ସେଣ୍ଟର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଗଛ, ଗାଡ଼ି ଉପରେ ଚଢ଼ି ଗେଟ୍ ଭିତରକୁ ପଶିଥିଲେ ପ୍ରାର୍ଥୀ । ଅତ୍ୟଧିକ ଭିଡ଼ ପାଇଁ ଦଳାଚକଟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଜବ୍ ପାଇଁ ଆଶାୟୀ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।ଜୁଲାଇ ୧୬ ତାରିଖରେ ଏୟାର୍‌ ଇଣ୍ଡିଆ ଏୟାର୍‌ପୋର୍ଟ ସର୍ଭିସେସ୍‌ ଲିମିଟେଡ୍‌ ୨,୨୧୬ ପଦବୀ ପୂରଣ ଲାଗି ୱାକ୍‌ ଇନ୍‌ ଇଣ୍ଟର୍‌ଭ୍ୟୁ କରିଥିଲା । ମୁମ୍ବାଇର କଲିନାଠାରେ ଥିବା କମ୍ପାନିର ନିଯୁକ୍ତି ଆଫିସରେ ସାକ୍ଷାତକାର କାର୍ଯ୍ୟକ୍ରମ ହୋଇଥିଲା । ଏଥିପାଇଁ ଭିଡ଼ ଜମାଇଥିଲେ ୨୫,୦୦୦ରୁ ଅଧିକ ନିଯୁକ୍ତି ଆଶାୟୀ । ହେଲେ ମାସିକ ଦରମା ଥିଲା ମାତ୍ର ୨୦,୦୦୦ ଟଙ୍କାରୁ ୨

୨,୨୧୬ ପଦବୀକୁ ୨୫ ହଜାର ଆଶାୟୀ; ଏୟାର ଇଣ୍ଡିଆରେ ଚାକିରି ପାଇଁ ଟଣାଓଟରା, ଦଳାଚକଟା

ମୁମ୍ବାଇ, ୧୮/୦୭: ଭାରତରେ ବଢ଼ୁଛି ବେକାରୀ ସମସ୍ୟା । ଚାକିରି ପାଇଁ ବାରମ୍ବାର ଦଳାଚକଟା । ସ୍ବଳ୍ପ ପଦବୀକୁ ହଜାର ହଜାର ଆଶାୟୀ । ଓ୍ବାକ୍ ଇନ୍ ଇଣ୍ଟର୍‌ଭ୍ୟୁ ସ୍ଥଳରେ ଅସମ୍ଭାଳ ଭିଡ଼ । ଏୟାର ଇଣ୍ଡିଆ ସେଣ୍ଟର ଭିତରକୁ ଧସେଇ ପଶିଲେ ପ୍ରାର୍ଥୀ । ପ୍ରଥମେ ଗୁଜରାଟର ଅହମ୍ମଦାବାଦ, ଆଉ ଏବେ ମହାରାଷ୍ଟ୍ରର ମୁମ୍ବାଇରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଇଣ୍ଟର୍‌ଭ୍ୟୁ ଦେବାକୁ ସେଣ୍ଟର ସାମ୍ନାରେ ହଜାର ହଜାର ସଂଖ୍ୟାରେ ଭିଡ଼ ଜମାଇ ଥିଲେ ଆଶାୟୀ । ସ୍ଥିତି ଏଭଳି ହୋଇଥିଲା ଯେ, ଭିଡ଼କୁ କାବୁ କରିବା ପୋଲିସ ପକ୍ଷେ ଅସମ୍ଭବ ଥିଲା । ଚାକିରି ଆଶାୟୀ ଯେମିତି ପାରିଲେ ସେମିତି ସେଣ୍ଟର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଗଛ, ଗାଡ଼ି ଉପରେ ଚଢ଼ି ଗେଟ୍ ଭିତରକୁ ପଶିଥିଲେ ପ୍ରାର୍ଥୀ । ଅତ୍ୟଧିକ ଭିଡ଼ ପାଇଁ ଦଳାଚକଟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଜବ୍ ପାଇଁ ଆଶାୟୀ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଜୁଲାଇ ୧୬ ତାରିଖରେ ଏୟାର୍‌ ଇଣ୍ଡିଆ ଏୟାର୍‌ପୋର୍ଟ ସର୍ଭିସେସ୍‌ ଲିମିଟେଡ୍‌ ୨,୨୧୬ ପଦବୀ ପୂରଣ ଲାଗି ୱାକ୍‌ ଇନ୍‌ ଇଣ୍ଟର୍‌ଭ୍ୟୁ କରିଥିଲା । ମୁମ୍ବାଇର କଲିନାଠାରେ ଥିବା କମ୍ପାନିର ନିଯୁକ୍ତି ଆଫିସରେ ସାକ୍ଷାତକାର କାର୍ଯ୍ୟକ୍ରମ ହୋଇଥିଲା । ଏଥିପାଇଁ ଭିଡ଼ ଜମାଇଥିଲେ ୨୫,୦୦୦ରୁ ଅଧିକ ନିଯୁକ୍ତି ଆଶାୟୀ । ହେଲେ ମାସିକ ଦରମା ଥିଲା ମାତ୍ର ୨୦,୦୦୦ ଟଙ୍କାରୁ ୨୫,୦୦୦  ଟଙ୍କା । ଏୟାର ଇଣ୍ଡିଆର ହ୍ୟାଣ୍ଡିମ୍ୟାନ୍‌ ପଦବୀ ପାଇଁ ଏହି ଇଣ୍ଟର୍‌ଭ୍ୟୁ ଡକାଯାଇଥିଲା । ବିଶେଷ କରି ଏହା ମରାମତି ଏବଂ ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ଅନ୍ତର୍ଭୁକ୍ତ । ସମସ୍ତ ଆବେଦକ ଫ୍ରେଶର ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ମାତ୍ର ଦ୍ୱାଦଶ ପାସ୍‌ କରିଥିଲେ । ଅସମ୍ଭାଳ ଭିଡ଼କୁ ଦେଖି ମୁମ୍ବାଇ ପୋଲିସ୍ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲା । ନିଯୁକ୍ତିଦାତା ସମସ୍ତଙ୍କୁ ସିଭି ଜମା କରିବାକୁ ପରାମର୍ଶ ଦେବା ସହ ପରେ ୨୦୦ ଆବେଦକଙ୍କୁ ଡାକିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହା ପୂର୍ବରୁ ଏଭଳି ଘଟଣା ଗୁଜରାଟର ଅହମ୍ମଦାବାଦରୁ ସାମ୍ନାକୁ ଆସିଥିଲା । ଚାକିରି ପାଇଁ ଆଶାୟୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲେ । ଏକ ରାସାୟନିକ କମ୍ପାନିରେ ୧୦ଟି ପଦବି ଲାଗି  ବିଜ୍ଞାପନ ବାହାରିଥିଲା । ଏଥିପାଇଁ ୧ ହଜାରରୁ ଅଧିକ ପ୍ରାର୍ଥୀ ଏକତ୍ରିତ ହୋଇଥିଲେ । ଫଳରେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି  ଇଣ୍ଟରଭ୍ୟୁ ଚାଲିଥିବା ହୋଟେଲ ରେଲିଂ ଭାଙ୍ଗି ଯିବାରୁ ଜଣେ ପ୍ରାର୍ଥୀ ଆହତ ମଧ୍ୟ ହୋଇଥିଲେ । ଏହାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ ।

ଇଣ୍ଟର ନ୍ୟାସନାଲ ଲେବର ଅର୍ଗାନାଇଜେସନ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ୍ ଡେଭଲପମେଣ୍ଟର ୨୦୨୪ ମିଳିତ ରିପୋର୍ଟକୁ ଦେଖିଲେ, ଭାରତରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ମୋଟ୍ ବେକାରୀଙ୍କ ମଧ୍ୟରେ ପ୍ରାୟ ୮୩ ପ୍ରତିଶତ ଯୁବକ ରହିଛନ୍ତି । ୨୦୦୦ରୁ ୨୦୨୨ ମଧ୍ୟରେ ବେକାରୀ ହାର ଦୁଇଗୁଣା ହୋଇଛି । କୋଭିଡ୍-୧୯ ମହାମାରୀ ଏହାର ଏକ ମୁଖ୍ୟ କାରଣ ବୋଲି ରିପୋର୍ଟରେ କୁହାଯାଇଛି ।