‘୨୩ ବର୍ଷ ହେଲା ଲିଭ୍‌ ଇନ୍‌ରେ ଅଛନ୍ତି ବିଜେଡି ଓ ବିଜେପି’, ହାତଗଣ୍ଠି ପକାଇଲା କଂଗ୍ରେସ

ଭୁବନେଶ୍ୱର,୨୫।୧: ବିଜେଡି ଏବଂ ବିଜେପି ମଧ୍ୟରେ ଥିବା ସମ୍ପର୍କକୁ ନେଇ କଟାକ୍ଷ କଲା କଂଗ୍ରେସ। ଗୁରୁବାର ପ୍ରେସ ମିଟ୍‌ କରି କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି ‘ଦୁଇ ଦଳ ୨୩ ବର୍ଷ ହେଲା ଲିଭ୍‌ ଇନ୍‌ରେ ଅଛନ୍ତି। ଏବେ ଏହାକୁ ମାନ୍ୟତା ଦେବା ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରେ ବାହାଘର ଆୟୋଜନ କରିଛି।’ ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ଭିତିରିଆ ବୁଝାମଣାର ଉଦାହରଣ ଦେଇ ଦୁଇ ଦଳ ମଧ୍ୟରେ ଗଭୀର ସମ୍ପର୍କ ଥିବା ସେ କହିଥିଲେ। […] The post ‘୨୩ ବର୍ଷ ହେଲା ଲିଭ୍‌ ଇନ୍‌ରେ ଅଛନ୍ତି ବିଜେଡି ଓ ବିଜେପି’, ହାତଗଣ୍ଠି ପକାଇଲା କଂଗ୍ରେସ appeared first on Dharitri Odia News.

‘୨୩ ବର୍ଷ ହେଲା ଲିଭ୍‌ ଇନ୍‌ରେ ଅଛନ୍ତି ବିଜେଡି ଓ ବିଜେପି’, ହାତଗଣ୍ଠି ପକାଇଲା କଂଗ୍ରେସ

ଭୁବନେଶ୍ୱର,୨୫।୧: ବିଜେଡି ଏବଂ ବିଜେପି ମଧ୍ୟରେ ଥିବା ସମ୍ପର୍କକୁ ନେଇ କଟାକ୍ଷ କଲା କଂଗ୍ରେସ। ଗୁରୁବାର ପ୍ରେସ ମିଟ୍‌ କରି କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି ‘ଦୁଇ ଦଳ ୨୩ ବର୍ଷ ହେଲା ଲିଭ୍‌ ଇନ୍‌ରେ ଅଛନ୍ତି। ଏବେ ଏହାକୁ ମାନ୍ୟତା ଦେବା ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରେ ବାହାଘର ଆୟୋଜନ କରିଛି।’

ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ଭିତିରିଆ ବୁଝାମଣାର ଉଦାହରଣ ଦେଇ ଦୁଇ ଦଳ ମଧ୍ୟରେ ଗଭୀର ସମ୍ପର୍କ ଥିବା ସେ କହିଥିଲେ। ଅତୀତରେ ବିମୁଦ୍ରୀକରଣ, GST, ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ପ୍ରସଙ୍ଗ ଉଠାଇଥିଲା ବେଳେ ଓଡିଶାକୁ ED, CBI ଆସୁନଥିବା କହି ମଧ୍ୟ ସମାଲୋଚନା କରିଥିଲେ ଅଜୟ।

ତେଣୁ ଉଭୟଙ୍କର ବିବାହ କରି ଏକାଠି କରିବା ପାଇଁ କଂଗ୍ରେସ ବାହାଘର ଆୟୋଜନ କରିଛି। ଏଥିପାଇଁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କାର୍ଡ ବଣ୍ଟା ଯାଇ ବାହାଘରର ତାରିଖ, ଲଗ୍ନ ମଧ୍ୟ ଏହି କାର୍ଡରେ ଉଲ୍ଲେଖ କରାଯାଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବେଦୀ କରାଯାଇଥିବା ବେଳେ ଗୁରୁବାର ହିଁ ବରାନୁଗମନ ହେଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ୨୩ ବର୍ଷ ହେଲା ଲିଭ୍‌ ଇନ୍‌ରେ ରହୁଛନ୍ତି ବିଜେପି ଓ ବିଜେଡି। ତେଣୁ ଏବେ ବାହାଘରର ସମୟ ଆସିଛି। ତେଣୁ ଉଭୟଙ୍କ ବାହାଘର କରାଯାଉଛି।

ପୂର୍ବରୁ ମଧ୍ୟ ଅନେକ ବାର କଂଗ୍ରେସ କେନ୍ଦ୍ରରେ ବିଜେଡି-ବିଜେପିର କୋଳାକୋଳି ନେଇ ଅଭିଯୋଗ କରିଛି। କଂଗ୍ରେସ ପ୍ରଭାରୀ ନିଯୁକ୍ତ ହେବା ପରେ ଅଜୟ କୁମାର କେନ୍ଦ୍ରରେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ନେଓ କଟାକ୍ଷ କରିଥିଲେ। ଏହାରି ମଧ୍ୟରେ କଂଗ୍ରେସ ଗୁରୁବାର ଏକ ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛି । ବେଦୀରେ ବ୍ରାହ୍ମଣ ବିବାହ ମନ୍ତ୍ର ପାଠ କରୁଛନ୍ତି ଆଉ ଅନ୍ୟପଟେ ବାଜା ବାଜୁଛି ।

The post ‘୨୩ ବର୍ଷ ହେଲା ଲିଭ୍‌ ଇନ୍‌ରେ ଅଛନ୍ତି ବିଜେଡି ଓ ବିଜେପି’, ହାତଗଣ୍ଠି ପକାଇଲା କଂଗ୍ରେସ appeared first on Dharitri Odia News.