୨୩ରେ ୟୁକ୍ରେନ୍‌ ଯିବେ ମୋଦି

ନୂଆଦିଲ୍ଲୀ, ୨୦।୮: ଆସନ୍ତା ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍‌ ଗସ୍ତରେ ଯିବେ। ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହି ଅବସରରେ ୨ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ଉପରେ ଆଲୋଚନା ହେବ। ୩୦ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ୟୁକ୍ରେନ୍‌ରେ ପହଞ୍ଚିବେ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ମସ୍କୋରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟିବାର ପ୍ରାୟ ମାସେ ପରେ ମୋଦି ୟୁକ୍ରେନ୍‌ ଗସ୍ତ କରିବେ। ଶେଷଥର ପାଇଁ […] The post ୨୩ରେ ୟୁକ୍ରେନ୍‌ ଯିବେ ମୋଦି appeared first on Dharitri Odia News.

୨୩ରେ ୟୁକ୍ରେନ୍‌ ଯିବେ ମୋଦି

ନୂଆଦିଲ୍ଲୀ, ୨୦।୮: ଆସନ୍ତା ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍‌ ଗସ୍ତରେ ଯିବେ। ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହି ଅବସରରେ ୨ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ଉପରେ ଆଲୋଚନା ହେବ। ୩୦ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ୟୁକ୍ରେନ୍‌ରେ ପହଞ୍ଚିବେ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ମସ୍କୋରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟିବାର ପ୍ରାୟ ମାସେ ପରେ ମୋଦି ୟୁକ୍ରେନ୍‌ ଗସ୍ତ କରିବେ। ଶେଷଥର ପାଇଁ ସେ ଗତ ଜୁନ୍‌ରେ ଇଟାଲୀରେ ଅନୁଷ୍ଠିତ ହୋଇଥିବା ଜି-୭ ସମ୍ମିଳନୀରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କୁ ଭେଟିଥିଲେ। ତେବେ ୟୁକ୍ରେନ୍‌ ଗସ୍ତ ପୂର୍ବରୁ ମୋଦି ଅଗଷ୍ଟ ୨୧ ଓ ୨୨ରେ ପୋଲାଣ୍ଡ ଗସ୍ତ କରିବେ।

The post ୨୩ରେ ୟୁକ୍ରେନ୍‌ ଯିବେ ମୋଦି appeared first on Dharitri Odia News.