୨୪ ଓ ୨୫ରେ ହବିଷ୍ୟାଳୀଙ୍କୁ ଜଗା ଦର୍ଶନ ମନା; ଭକ୍ତଙ୍କୁ ବି ବାରଣ

ପୁରୀ ୨୩/୧୦ : ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲାକୁ ସତର୍କ ସୂଚନା ଆସିଛି। ବାତ୍ୟା ସମୟରେ ୬୦ ରୁ ୯୦ କିମି ପବନର ବେଗ ବହିବାର ଆଶଂକା ରହିଛି। ତେଣୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି। ଜିଲ୍ଲାରେ ଥିବା ୧୭୯ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ବିଭିନ୍ନ କଲେଜ ଏବଂ ସ୍କୁଲକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସେହିପରି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଓଡ୍ରାଫ ଓ ଦୁଇଟି ଏନଡିଆରଏଫ ଟିମ୍ ପୁରୀରେ ପହଞ୍ଚିଛନ୍ତି। ତେବେ ଓଡ୍ରାଫ ଟିମ୍ କୁ ୬ଟି ଭାଗରେ ବିଭକ୍ତ କରାଯାଇଥିବା ବେଳେ ପିପିଲି, କୋଣାର୍କ, ଅସ୍ତରଙ୍ଗ ଏବଂ କାକଟପୁରରେ ଏହି ଟିମ୍ କୁ ମୁତୟନ କରାଯାଇଛି। ଏଥିସହ ଓଡ୍ରାଫର ଦୁଇଟି ଟିମ୍ କୁ ହେଡ୍‌ କ୍ବାଟରରେ ରଖାଯାଇଛି। ସେହିପରି ଏନଡିଆରଏଫ ଟିମ୍‌କୁ କୃଷ୍ଣପ୍ରସାଦରେ ମୁତୟନ କରାଯାଇଛି। ୮୦୫୬ ଗର୍ଭବତୀ ମହିଳା ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ଅଗ୍ନିଶମ ବିଭାଗ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ବାତ୍ୟା ମୁକାବିଲା ନେଇ ଜିଲ୍ଲାରେ ଥିବା ସମସ୍ତ ବ୍ଲକରେ ବରିଷ୍ଠ ଅଧିକାରୀଙ୍କୁ ମୁତୟନ କରାଯାଇଛି। ସମସ୍ତ ବିଭାଗ ସହ ସମନ୍ବୟ ରଖାଯାଇଛି। ବିଦ୍ୟୁତ ବିଭାଗ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ମୋବାଇଲ୍ ମେଡିକାଲ୍ ଟିମ୍‌ ପ୍ରସ୍ତୁତ ଅଛନ୍ତି। ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦିଆଯାଇଛି। ତଳିଆ ଅଞ୍ଚଳରେ ଥ

୨୪ ଓ ୨୫ରେ ହବିଷ୍ୟାଳୀଙ୍କୁ ଜଗା ଦର୍ଶନ ମନା; ଭକ୍ତଙ୍କୁ ବି ବାରଣ

ପୁରୀ ୨୩/୧୦ : ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲାକୁ ସତର୍କ ସୂଚନା ଆସିଛି। ବାତ୍ୟା ସମୟରେ ୬୦ ରୁ ୯୦ କିମି ପବନର ବେଗ ବହିବାର ଆଶଂକା ରହିଛି। ତେଣୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି। ଜିଲ୍ଲାରେ ଥିବା ୧୭୯ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ବିଭିନ୍ନ କଲେଜ ଏବଂ ସ୍କୁଲକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସେହିପରି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଓଡ୍ରାଫ ଓ ଦୁଇଟି ଏନଡିଆରଏଫ ଟିମ୍ ପୁରୀରେ ପହଞ୍ଚିଛନ୍ତି। 

ତେବେ ଓଡ୍ରାଫ ଟିମ୍ କୁ ୬ଟି ଭାଗରେ ବିଭକ୍ତ କରାଯାଇଥିବା ବେଳେ ପିପିଲି, କୋଣାର୍କ, ଅସ୍ତରଙ୍ଗ ଏବଂ କାକଟପୁରରେ ଏହି ଟିମ୍ କୁ ମୁତୟନ କରାଯାଇଛି। ଏଥିସହ ଓଡ୍ରାଫର ଦୁଇଟି ଟିମ୍ କୁ ହେଡ୍‌ କ୍ବାଟରରେ ରଖାଯାଇଛି। ସେହିପରି ଏନଡିଆରଏଫ ଟିମ୍‌କୁ କୃଷ୍ଣପ୍ରସାଦରେ ମୁତୟନ କରାଯାଇଛି। ୮୦୫୬ ଗର୍ଭବତୀ ମହିଳା ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ଅଗ୍ନିଶମ ବିଭାଗ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। 


ବାତ୍ୟା ମୁକାବିଲା ନେଇ ଜିଲ୍ଲାରେ ଥିବା ସମସ୍ତ ବ୍ଲକରେ ବରିଷ୍ଠ ଅଧିକାରୀଙ୍କୁ ମୁତୟନ କରାଯାଇଛି। ସମସ୍ତ ବିଭାଗ ସହ ସମନ୍ବୟ ରଖାଯାଇଛି। ବିଦ୍ୟୁତ ବିଭାଗ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ମୋବାଇଲ୍ ମେଡିକାଲ୍ ଟିମ୍‌ ପ୍ରସ୍ତୁତ ଅଛନ୍ତି। ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦିଆଯାଇଛି। ତଳିଆ ଅଞ୍ଚଳରେ ଥିବା ଲୋକ ମାନଙ୍କୁ ପ୍ରଶାସନ ପକ୍ଷରୁ ଆଜି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ହବିଷ୍ୟାଳୀ ରହଣୀ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୪ ଓ ୨୫ ତାରିଖରେ ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ ରହିବ। ପ୍ରବଳ ବର୍ଷା ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବ। ଠାକୁରଙ୍କ ନୀତିକାନ୍ତିରେ ଯେଭଳି କୌଣସି ପ୍ରଭାବ ନପଡେ ସେନେଇ ସେବାୟତଙ୍କ ସହ ଆଲୋଚନା କରାଯାଇଥିବା ବେଳେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । 

Also Read- 

ବାତ୍ୟା ‘ଦାନା’ ଭୟ, ଆସନ୍ତା ୨୪ ଓ ୨୫ ତାରିଖରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ