୨୪ ଘଣ୍ଟା ପରେ ମହାନଦୀରୁ ମିଳିଲା ଦୁଇ ନାବାଳକଙ୍କ ମୃତଦେହ

ସମ୍ବଲପୁର ୧୨।୧୦ : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା । ଶନିବାର ସକାଳୁ ଠାବ ହୋଇଛି ଦୁଇ ନାବାଳକଙ୍କ ମୃତଦେହ । ମୃତକ ଦୁଇ ନାବାଳକ ହେଲେ ଏସ୍‌ କନିଷ୍ଟ ଏବଂ ହିମାଂଶୁ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ସମୟରେ ମହାନଦୀକୁ ଗାଧୋଇବାକୁ ଯାଇଥିଲା ଦୁଇ ନାବାଳିକ । ତିଓ୍ୱାରୀ ଗଳି ସଡ଼କ ଘାଟରେ ଉଭୟ ନାବାଳକ ଗାଧୋଇବା ସମୟରେ ହଠାତ୍‌ ଗୋଡ ଖସିଯାଇଥିଲା । ଯାହାଫଳରେ ଉଭୟ ପାଣିରେ ବୁଡିଯାଇଥିଲେ ।  ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବହୁ ସମୟ ଧରି ଖୋଜାଖୋଜି ପରେ କୌଣସି ପତ୍ତା ମିଳିନଥିଲା । ଶେଷରେ ରାତି ହେବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ଶନିବାର ସକାଳୁ ପୁଣି ଥରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । କିଛି ସମୟ ଧରି ଉଦ୍ଧାର କାର୍ଯ୍ୟ ଚାଲିବା ପରେ ସମଲେଶ୍ୱରୀ ଘାଟ ନିକଟରୁ ଉଭୟଙ୍କ ମୃତଦେହ ଠାବ ହୋଇଥିଲା ।ଝୁରୁଛି ଓଲିଉଡ୍‌, ମନେପଡନ୍ତି ଷ୍ଟାର ମେକର ହର ପଟ୍ଟନାୟକ 

୨୪ ଘଣ୍ଟା ପରେ ମହାନଦୀରୁ ମିଳିଲା ଦୁଇ ନାବାଳକଙ୍କ ମୃତଦେହ

ସମ୍ବଲପୁର ୧୨।୧୦ : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା । ଶନିବାର ସକାଳୁ ଠାବ ହୋଇଛି ଦୁଇ ନାବାଳକଙ୍କ ମୃତଦେହ । ମୃତକ ଦୁଇ ନାବାଳକ ହେଲେ ଏସ୍‌ କନିଷ୍ଟ ଏବଂ ହିମାଂଶୁ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ସମୟରେ ମହାନଦୀକୁ ଗାଧୋଇବାକୁ ଯାଇଥିଲା ଦୁଇ ନାବାଳିକ । ତିଓ୍ୱାରୀ ଗଳି ସଡ଼କ ଘାଟରେ ଉଭୟ ନାବାଳକ ଗାଧୋଇବା ସମୟରେ ହଠାତ୍‌ ଗୋଡ ଖସିଯାଇଥିଲା । ଯାହାଫଳରେ ଉଭୟ ପାଣିରେ ବୁଡିଯାଇଥିଲେ ।  ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବହୁ ସମୟ ଧରି ଖୋଜାଖୋଜି ପରେ କୌଣସି ପତ୍ତା ମିଳିନଥିଲା । ଶେଷରେ ରାତି ହେବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ଶନିବାର ସକାଳୁ ପୁଣି ଥରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । କିଛି ସମୟ ଧରି ଉଦ୍ଧାର କାର୍ଯ୍ୟ ଚାଲିବା ପରେ ସମଲେଶ୍ୱରୀ ଘାଟ ନିକଟରୁ ଉଭୟଙ୍କ ମୃତଦେହ ଠାବ ହୋଇଥିଲା ।

ଝୁରୁଛି ଓଲିଉଡ୍‌, ମନେପଡନ୍ତି ଷ୍ଟାର ମେକର ହର ପଟ୍ଟନାୟକ