୨୪ ଘଣ୍ଟାରେ ୨୬ ଜିଲ୍ଲାକୁ କାଳବୈଶାଖୀ ସତର୍କତା, ୨ଦିନ ପରେ ପୁଣି ବଢିବ ତାତି

ଭୁବନେଶ୍ବର ୧୪/୫: କିଛି ଦିନର ଆଶ୍ବସ୍ତି ପରେ ପୁଣି ବଢିବ ତାତି । ୪୮ ଘଣ୍ଟା ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ  ବିଭାଗ । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି କଲବଲ କରିବ । ଆଗାମୀ ୩ ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଦେଖିବାକୁ ମିଳିବ । ଏହା ପରେ ପାଗରେ ପରିବର୍ତ୍ତନ ଆସିବ । ବର୍ଷାର ପରିମାଣ କମିବା ସହ ତାତି ବୃଦ୍ଧି ପାଇବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳ ବୈଶାଖୀ ବର୍ଷା ନେଇ ୨୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ଅନୁଗୁଳ,ଭଦ୍ରକ,ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ବିଜୁଳି ଘଡଘଡି ସହ କିଛି ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ୨୦ରୁ୨୫ ମଧ୍ୟରେ ହିଟ୍ ୱେଭ ସ୍ଥିତି ହୋଇପାରେ।  ଅଧିକାଂଶ ସ୍ଥାନରେ ୪୫ ଡିଗ୍ରୀ ଉପରେ ରହିପାରେ ପାରଦ । 

୨୪ ଘଣ୍ଟାରେ ୨୬ ଜିଲ୍ଲାକୁ କାଳବୈଶାଖୀ ସତର୍କତା, ୨ଦିନ ପରେ ପୁଣି ବଢିବ ତାତି

ଭୁବନେଶ୍ବର ୧୪/୫: କିଛି ଦିନର ଆଶ୍ବସ୍ତି ପରେ ପୁଣି ବଢିବ ତାତି । ୪୮ ଘଣ୍ଟା ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ  ବିଭାଗ । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି କଲବଲ କରିବ । ଆଗାମୀ ୩ ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଦେଖିବାକୁ ମିଳିବ । ଏହା ପରେ ପାଗରେ ପରିବର୍ତ୍ତନ ଆସିବ । ବର୍ଷାର ପରିମାଣ କମିବା ସହ ତାତି ବୃଦ୍ଧି ପାଇବ । 

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳ ବୈଶାଖୀ ବର୍ଷା ନେଇ ୨୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ଅନୁଗୁଳ,ଭଦ୍ରକ,ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । 

ଏହି ସମୟରେ ବିଜୁଳି ଘଡଘଡି ସହ କିଛି ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ୨୦ରୁ୨୫ ମଧ୍ୟରେ ହିଟ୍ ୱେଭ ସ୍ଥିତି ହୋଇପାରେ।  ଅଧିକାଂଶ ସ୍ଥାନରେ ୪୫ ଡିଗ୍ରୀ ଉପରେ ରହିପାରେ ପାରଦ ।