୨୪ ନିର୍ବାଚନ ପୂର୍ବରୁ ଚଳ ଚଞ୍ଚଳ ବିରୋଧୀ ଶିବିର, ସୋମବାର ଆସୁଛନ୍ତି ଖଡ଼ଗେ, ୩ରେ ମୋଦୀ

ଭୁବନେଶ୍ଵର:  ୨୪ ନିର୍ବାଚନ ପୂର୍ବରୁ ଚଳ ଚଞ୍ଚଳ ବିରୋଧୀ ଶିବିର । କାଲି ଓଡିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମାଲିକାର୍ଜୁନ ଖଡ଼ଗେ। ସେପଟେ ଶନିବାର ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ପରେ ପୁଣି୧୦ ତାରିଖରେ ଓଡିଶା ଆସପାରନ୍ତି  ପ୍ରଧାନମନ୍ତ୍ରୀ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ସେପଟେ ବିଜେଡି କହିଛି ନିର୍ବାଚନ ପାଖେଇଲେ କେନ୍ଦ୍ରୀୟ ନେତା ଆସନ୍ତି। କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡିବନି। ମାଘ ମାସରେ ରାଜନୀତି ହେବ ଗରମ। ଲାଗ୍ ଲାଗ୍ ଆସୁଛନ୍ତି କେନ୍ଦ୍ରୀୟ ନେତା। (ଡବଲ ୱିଣ୍ଡୋ)  କାଲି ଖଡଗେ ଶନିବାର ମୋଦି ।  ଜଣେ ଉପକୁଳରେ ଅନ୍ୟ ଜଣେ ପଶ୍ଚିମରେ କର୍ମିଙ୍କୁ ଦେବେ ମନ୍ତ୍ର । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପୂର୍ବରୁ କାଲି ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମାଲିକାର୍ଜୁନ ଖଡ଼ଗେ । Also read- ନିତିଶ କୁମାରଙ୍କ ‘ୟୁ’ ଟର୍ଣ୍ଣ ଉପରେ ଆସିଲା ତେଜସ୍ୱୀ ଯାଦବଙ୍କ ପ୍ରଥମ ବୟାନ, ଜାଣନ୍ତୁ କହିଲେ କ’ଣ? ଦିନ ୧୨ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଁଚିବା ପରେ ବିରାଟ ଶୋଭାଯାତ୍ରାରେ ଆସିବେ ଲୋୟର ପିଏମଜିରେ ଆୟୋଜିତ ସଭାସ୍ଥଳକୁ। ଓଡିଶା ବଞ୍ଚାଅ ସମାବେଶ ଆୟୋଜନ କରିଛି କଂଗ୍ରେସ। ଯେଉଁଥିରେ  ହଜାର ହଜାର କର୍ମୀ ସାମିଲ ହେବା ନେଇ ଲକ୍ଷ୍ୟ ରଖିଛି ଦଳ। ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତାଙ୍

୨୪ ନିର୍ବାଚନ ପୂର୍ବରୁ ଚଳ ଚଞ୍ଚଳ ବିରୋଧୀ ଶିବିର, ସୋମବାର ଆସୁଛନ୍ତି ଖଡ଼ଗେ, ୩ରେ ମୋଦୀ

ଭୁବନେଶ୍ଵର:  ୨୪ ନିର୍ବାଚନ ପୂର୍ବରୁ ଚଳ ଚଞ୍ଚଳ ବିରୋଧୀ ଶିବିର । କାଲି ଓଡିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମାଲିକାର୍ଜୁନ ଖଡ଼ଗେ। ସେପଟେ ଶନିବାର ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ପରେ ପୁଣି୧୦ ତାରିଖରେ ଓଡିଶା ଆସପାରନ୍ତି  ପ୍ରଧାନମନ୍ତ୍ରୀ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ସେପଟେ ବିଜେଡି କହିଛି ନିର୍ବାଚନ ପାଖେଇଲେ କେନ୍ଦ୍ରୀୟ ନେତା ଆସନ୍ତି। କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡିବନି।

ମାଘ ମାସରେ ରାଜନୀତି ହେବ ଗରମ। ଲାଗ୍ ଲାଗ୍ ଆସୁଛନ୍ତି କେନ୍ଦ୍ରୀୟ ନେତା। (ଡବଲ ୱିଣ୍ଡୋ)  କାଲି ଖଡଗେ ଶନିବାର ମୋଦି ।  ଜଣେ ଉପକୁଳରେ ଅନ୍ୟ ଜଣେ ପଶ୍ଚିମରେ କର୍ମିଙ୍କୁ ଦେବେ ମନ୍ତ୍ର । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପୂର୍ବରୁ କାଲି ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମାଲିକାର୍ଜୁନ ଖଡ଼ଗେ ।

Also read- ନିତିଶ କୁମାରଙ୍କ ‘ୟୁ’ ଟର୍ଣ୍ଣ ଉପରେ ଆସିଲା ତେଜସ୍ୱୀ ଯାଦବଙ୍କ ପ୍ରଥମ ବୟାନ, ଜାଣନ୍ତୁ କହିଲେ କ’ଣ?

ଦିନ ୧୨ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଁଚିବା ପରେ ବିରାଟ ଶୋଭାଯାତ୍ରାରେ ଆସିବେ ଲୋୟର ପିଏମଜିରେ ଆୟୋଜିତ ସଭାସ୍ଥଳକୁ। ଓଡିଶା ବଞ୍ଚାଅ ସମାବେଶ ଆୟୋଜନ କରିଛି କଂଗ୍ରେସ। ଯେଉଁଥିରେ  ହଜାର ହଜାର କର୍ମୀ ସାମିଲ ହେବା ନେଇ ଲକ୍ଷ୍ୟ ରଖିଛି ଦଳ। ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଖଡ଼ଗେ ଆଲୋଚନା କରିବେ। ସେହିପରି ଇଣ୍ଡି ମେଣ୍ଟର ସଦସ୍ୟ ଥିବା ଦଳର ନେତାମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ। ସେହିପରି ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ପ୍ରସ୍ତୁତି ମଧ୍ୟ ତଦାରଖ କରିବେ।

ସେହିପରି ସପ୍ତାହକ ମଧ୍ୟରେ ଦୁଇଥର ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର  ସମ୍ବଲପୁରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି IIMର ସ୍ଥାୟୀ କ୍ୟାଂପସର ଉଦଘାଟନ କରିବେ। ସମ୍ବଲପୁରରେ ଏକ  ଜନ ସଭାକୁ ସମ୍ବୋଧନ କରିବେ। ପୁଣି୧୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବା ସମ୍ଭାବନା ଅଛି। ଭୁବନେଶ୍ବରରେ ବିଶାଳ ମହିଳା ସମାବେଶରେ ସେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି କର୍ମୀଙ୍କ ଜୋଶ ଭରିବାରେ ଲାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସେ କହିଛନ୍ତି  ଓଡିଶା ପରିବର୍ତ୍ତନ ଆଡ଼କୁ ମୁହାଁଇଲାଣି।

Also read- ଫେବୃଆରୀରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ବିଶାଳ ମହିଳା ସମାବେଶରେ ଦେବେ ଯୋଗ

ତେବେ କେନ୍ଦ୍ରର ନେତାମାନଙ୍କ ଘନ ଘନ ଗସ୍ତ ରାଜ୍ୟର ଭୋଟ ବ୍ୟାଙ୍କ ଉପରେ କିଛି ପ୍ରଭାବ ପକାଇବ କି ? ସେପଟେ ଜିଲ୍ଲାରୁ ଜିଲ୍ଲା ନିଜ ସଂଗଠନକୁ ମଜଭୁତ କରିବାରେ ଲାଗିଛି ବିଜେଡି। ଆଉ କେନ୍ଦ୍ରୀୟ ନେତାଙ୍କ ଗସ୍ତକୁ ନେଇ    ବିଜେଡି କହିଛି ନିର୍ବାଚନ ପାଖେଇଲେ କେନ୍ଦ୍ରୀୟ ନେତାମାନେ ଏମିତି ଆସନ୍ତି। ରାଜ୍ୟ କୁ ରାଜ୍ୟ ଗସ୍ତ କରନ୍ତି। କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡିବନି। ଓଡିଶାରେ ପରିବର୍ତ୍ତନ ର ସମ୍ଭାବନା ନାହିଁ। ବିଜେଡି ସବୁବେଳେ ଲୋକଙ୍କ ପାଖରେ ଅଛି। ସମସ୍ତେ ମନ ସ୍ଥିର କରି ରଖିଛନ୍ତିବ ଏଥର ପୁଣି ନବୀନଙ୍କୁ  ମୁଖ୍ୟମନ୍ତ୍ରୀଙ୍କୁ କରାଇବେ। 

୨୪ ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଫେବ୍ରୁଆରୀ ୧୪ରେ ରାହୁଲ ଗାନ୍ଧି ଓଡ଼ିଶାରେ ପଦଯାତ୍ରା କରିବେ। ସେପଟେ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଜିଲ୍ଲାକୁ ଜିଲ୍ଲା ବୁଲି ଜନ ସଂପର୍କ ଜାରି ରଖିଛନ୍ତି। ଆଉ ବିଜେଡି ମଧ୍ୟ ସଂଗଠନକୁ କ୍ରିୟାଶୀଳ କରିବାରେ ଲାଗିଛି।

The post ୨୪ ନିର୍ବାଚନ ପୂର୍ବରୁ ଚଳ ଚଞ୍ଚଳ ବିରୋଧୀ ଶିବିର, ସୋମବାର ଆସୁଛନ୍ତି ଖଡ଼ଗେ, ୩ରେ ମୋଦୀ appeared first on Prameya News7.