୨୪ ବର୍ଷ ବୟସରେ ଟେବୁଲ୍ ଟେନିସ୍‌କୁ ବାଏ ବାଏ; ଅଲିମ୍ପିକ୍ସରେ ଦେଖାଇଥିଲେ ଦମଦାର ପ୍ରଦର୍ଶନ

ମୁମ୍ବାଇ: ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ଦେଖାଇଥିବା ଷ୍ଟାର୍ ଟେବୁଲ୍ ଟେନିସ୍ ଖେଳାଳିଙ୍କ ସନ୍ନ୍ୟାସ । ପଡ଼ିଆରେ ଆଉ ନଜିରକୁ ଆସିବେନି ଅର୍ଚ୍ଚନା କାମଥ୍ । ମାତ୍ର ୨୪ ବର୍ଷ ବୟସରେ ସେ ଟେବୁଲ ଟେନିସରୁ ଅବସର ନେଇଛନ୍ତି । ପାଠପଢ଼ା ପ୍ରତି ଧ୍ୟାନ କେନ୍ଦ୍ରୀତ କରିବାକୁ କାମଥ୍ ଟି-ଟି ଛାଡ଼ିଥିବା କହିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ସେ ଥିଲେ ଟପ୍ ପ୍ୟାଡଲର ଥିଲେ ।ଅଧିକରୁ ଅଧିକ ଶିକ୍ଷା ତାଙ୍କର ଡ୍ରିମ୍ ଥଲା । ପାଠପଢା ପାଇଁ ସେ ନିଜର ନିର୍ଣ୍ଣୟ ବଦଳଇଛନ୍ତି । ଅର୍ଚ୍ଚନା  କାମଥ୍ ଇଣ୍ଡିଆ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ କହିଛନ୍ତି, ଯଦି ସେ ଟେବୁଲ୍ ଟେନିସରୁ ସନ୍ନ୍ୟାସ ନେଇଛନ୍ତି, କେବଳ  ଶିକ୍ଷା ପ୍ରତି ଅଧିକ ଧ୍ୟାନ କେନ୍ଦ୍ରୀତ କରି ନିଜର ସ୍ବପ୍ନ ପୂରଣ କରିବା ପାଇଁ । ଏହା ନୁହେଁ କି ଆର୍ଥିକ ସଂକଟ ପାଇଁ ଖେଳ ଛାଡ଼ିଛନ୍ତି । ସରକାର ଏବଂ ସମର୍ଥକଙ୍କ ସମର୍ଥନ ପାଇଁ ସେ ଋଣି ବୋଲି କହିଛନ୍ତି । ଅର୍ଚ୍ଚନା କାମଥ୍ ଭାରତୀୟ ଟେବୁଲ ଟେନିସ୍ ଟିମକୁ ପ୍ୟାରିସ ଅଲିମ୍ପିକ୍ସରେ କ୍ବାର୍ଟର ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଯାହା ଭାରତୀୟ ଟିମ୍ ପାଇଁ କଠିନ କାମ ଥିଲା । ଏହାଛଡ଼ା ଆର୍ଚ୍ଚନା କାମଥ ଆହୁରି ମଧ୍ୟ ଅନେକ କିଛି କହିଛନ୍ତି, ଜର୍ମାନୀରେ ଲଜ୍ଜାଜନକ ପରାଜୟ ପରେ କାମଥ ଏକମାତ୍ର ଖେଳଳି ଥିଲେ ଯିଏ ଷ୍ଟାର ଟେବୁଲ ଟେନିସ୍ ତାରକା ଜିୟାଓନ ଶାନଙ୍କ ବ

୨୪ ବର୍ଷ ବୟସରେ ଟେବୁଲ୍ ଟେନିସ୍‌କୁ ବାଏ ବାଏ; ଅଲିମ୍ପିକ୍ସରେ ଦେଖାଇଥିଲେ ଦମଦାର ପ୍ରଦର୍ଶନ

ମୁମ୍ବାଇ: ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ଦେଖାଇଥିବା ଷ୍ଟାର୍ ଟେବୁଲ୍ ଟେନିସ୍ ଖେଳାଳିଙ୍କ ସନ୍ନ୍ୟାସ । ପଡ଼ିଆରେ ଆଉ ନଜିରକୁ ଆସିବେନି ଅର୍ଚ୍ଚନା କାମଥ୍ । ମାତ୍ର ୨୪ ବର୍ଷ ବୟସରେ ସେ ଟେବୁଲ ଟେନିସରୁ ଅବସର ନେଇଛନ୍ତି । ପାଠପଢ଼ା ପ୍ରତି ଧ୍ୟାନ କେନ୍ଦ୍ରୀତ କରିବାକୁ କାମଥ୍ ଟି-ଟି ଛାଡ଼ିଥିବା କହିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ସେ ଥିଲେ ଟପ୍ ପ୍ୟାଡଲର ଥିଲେ ।

ଅଧିକରୁ ଅଧିକ ଶିକ୍ଷା ତାଙ୍କର ଡ୍ରିମ୍ ଥଲା । ପାଠପଢା ପାଇଁ ସେ ନିଜର ନିର୍ଣ୍ଣୟ ବଦଳଇଛନ୍ତି । ଅର୍ଚ୍ଚନା  କାମଥ୍ ଇଣ୍ଡିଆ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ କହିଛନ୍ତି, ଯଦି ସେ ଟେବୁଲ୍ ଟେନିସରୁ ସନ୍ନ୍ୟାସ ନେଇଛନ୍ତି, କେବଳ  ଶିକ୍ଷା ପ୍ରତି ଅଧିକ ଧ୍ୟାନ କେନ୍ଦ୍ରୀତ କରି ନିଜର ସ୍ବପ୍ନ ପୂରଣ କରିବା ପାଇଁ । ଏହା ନୁହେଁ କି ଆର୍ଥିକ ସଂକଟ ପାଇଁ ଖେଳ ଛାଡ଼ିଛନ୍ତି । ସରକାର ଏବଂ ସମର୍ଥକଙ୍କ ସମର୍ଥନ ପାଇଁ ସେ ଋଣି ବୋଲି କହିଛନ୍ତି । ଅର୍ଚ୍ଚନା କାମଥ୍ ଭାରତୀୟ ଟେବୁଲ ଟେନିସ୍ ଟିମକୁ ପ୍ୟାରିସ ଅଲିମ୍ପିକ୍ସରେ କ୍ବାର୍ଟର ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଯାହା ଭାରତୀୟ ଟିମ୍ ପାଇଁ କଠିନ କାମ ଥିଲା । 

ଏହାଛଡ଼ା ଆର୍ଚ୍ଚନା କାମଥ ଆହୁରି ମଧ୍ୟ ଅନେକ କିଛି କହିଛନ୍ତି, ଜର୍ମାନୀରେ ଲଜ୍ଜାଜନକ ପରାଜୟ ପରେ କାମଥ ଏକମାତ୍ର ଖେଳଳି ଥିଲେ ଯିଏ ଷ୍ଟାର ଟେବୁଲ ଟେନିସ୍ ତାରକା ଜିୟାଓନ ଶାନଙ୍କ ବିପକ୍ଷରେ ବିଜୟ ହାସଲ କରିଥିଲେ । କାମଥଙ୍କ ଅବସର ପରେ ଭାରତରେ ଟେବୁଲ ଟେନିସ ଆଗକୁ ବଢ଼ିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ସ୍ପଷ୍ଟ କରିଛନ୍ତି ଯେ, ଆର୍ଥିକ ସମସ୍ୟା ପାଇଁ ନିଜ ନିର୍ଣ୍ଣୟରେ ବଦଳାଇ ନାହାନ୍ତି । ଟେବୁଲ ଟେନିସ ସହିତ ତାଙ୍କର ୧୫ ବର୍ଷର କ୍ୟାରିୟର ସୁନ୍ଦର ରହିଥିଲା । ଦେଶ ପାଇଁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭଳି ସମ୍ମାନ ଆଉ କିଛି ନାହିଁ । ଏହା ଅଦ୍ଭୁଦ ଖେଳ, ଯାହା ତାଙ୍କୁ ଲମ୍ବା ସମୟ ଧରି ଖେଳିବାକୁ ସୁଯୋଗ ଦେଇଥଲା । ତାଙ୍କ ଟେବୁଲ ଟେନିସ ଯାତ୍ରାକୁ OGQ, TOPS, ଇଣ୍ଡିଆନ୍ ଅଏଲ ଭଳି କମ୍ପାନି ଆର୍ଥିକ୍ ସହଯୋଗ କରି ଆହୁରି କୁସୁମିତ କରିଥିଲେ ବୋଲି ଅର୍ଚ୍ଚନା କାମଥ କହିଛନ୍ତି ।  ।