୨୬ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜନ ସଂଗ୍ରାମ ସମିତି ପକ୍ଷରୁ ଦାବିପତ୍ର

ଭବାନୀପାଟଣା,୨୧।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସାଧାରଣ ଜନତାଙ୍କ ମୌଳିକ ଅଧିକାର ପାଇଁ ୨୬ ଦଫା ଦାବି ନେଇଁ ଗାନ୍ଧୀ ଜୟନ୍ତୀରୁ ଜନ ସଂଗ୍ରାମ ସମିତିର କର୍ମକର୍ତ୍ତା ମାନେ ଗୋଲାମୁଣ୍ଡାରୁ -ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ସମିତିର ସଭାପତି ତଥା ଯୁବ ନେତା ସାଉଲ ମଙ୍ଗରାଜ। ଦୀର୍ଘ ୫୧୦ କିମି ପଦଯାତ୍ରା କରିବା ପରେ ଶୁକ୍ରବାର ସେମାନେ ଭୁବନେଶ୍ୱରରେ ପହଞ୍ଚି ଥିଲେ। ସେଠାରେ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରି ୨୬ […] The post ୨୬ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜନ ସଂଗ୍ରାମ ସମିତି ପକ୍ଷରୁ ଦାବିପତ୍ର appeared first on Dharitri Odia News.

୨୬ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜନ ସଂଗ୍ରାମ ସମିତି ପକ୍ଷରୁ ଦାବିପତ୍ର

ଭବାନୀପାଟଣା,୨୧।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସାଧାରଣ ଜନତାଙ୍କ ମୌଳିକ ଅଧିକାର ପାଇଁ ୨୬ ଦଫା ଦାବି ନେଇଁ ଗାନ୍ଧୀ ଜୟନ୍ତୀରୁ ଜନ ସଂଗ୍ରାମ ସମିତିର କର୍ମକର୍ତ୍ତା ମାନେ ଗୋଲାମୁଣ୍ଡାରୁ -ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ସମିତିର ସଭାପତି ତଥା ଯୁବ ନେତା ସାଉଲ ମଙ୍ଗରାଜ। ଦୀର୍ଘ ୫୧୦ କିମି ପଦଯାତ୍ରା କରିବା ପରେ ଶୁକ୍ରବାର ସେମାନେ ଭୁବନେଶ୍ୱରରେ ପହଞ୍ଚି ଥିଲେ। ସେଠାରେ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରି ୨୬ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଏହାପରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେମାନେ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତ ସଂଗ୍ରାମୀ ପଦଯାତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଖୁବ୍‌ଶୀଘ୍ର ସବୁ ଦାବି ଗୁଡିକ ପୁରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହାସହ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଅନେକ ଦାବି ଗୁଡିକ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦାବିପତ୍ର ପ୍ରଦାନ ସମୟରେ ଜନ ସଂଗ୍ରାମ ସମିତିର ସଭାପତି ସାଉଲ ମଙ୍ଗରାଜଙ୍କ ସହ ଅନୀଲ ମଲିକ, ଶିବ ଶଙ୍କର ମାଲି, ଚିତ୍ର ମାଝି, ସଦାନନ୍ଦ ମାଝି, ଯୁଜେଷ୍ଟି ମାଝି, ରାଜାରାମ କଟା, କାଲା ମାଝି, କେଶବ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

The post ୨୬ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜନ ସଂଗ୍ରାମ ସମିତି ପକ୍ଷରୁ ଦାବିପତ୍ର appeared first on Dharitri Odia News.