୨୭ ବର୍ଷ ପରେ ଲଜ୍ଜାଜନର ରେକର୍ଡ କଲା ଭାରତ
କଲମ୍ବୋ,୭।୮: ବ୍ୟାଟ୍ସମ୍ୟାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପରେ ଡୁନିଥ ଭେଲାଲେଜଙ୍କ ନେତୃତ୍ୱରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ଶ୍ରୀଲଙ୍କା ତୃତୀୟ ଦିନିକିଆରେ ଭାରତକୁ ୨-୦ରେ ପରାସ୍ତ କରି ସିରିଜ ଜିତିଥିଲା। ୧୯୯୭ ପରଠାରୁ ଏହା ପ୍ରଥମ ଥର ପାଇଁ ଭାରତ ଶ୍ରୀଲଙ୍କା ବିପକ୍ଷରେ ଏକ ଦିନିକିଆ ସିରିଜ ହରାଇଛି। ୧୯୯୭ରେ ଅର୍ଜୁନ ରଣତୁଙ୍ଗାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ଭାରତକୁ ୩-୦ରେ ପରାସ୍ତ କରିଥିଲା। ସେବେଠାରୁ ଭାରତ କ୍ରମାଗତ ୧୧ଥର ଦିନିକିଆ ସିରିଜ ଜିତିଥିଲା, କିନ୍ତୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ […] The post ୨୭ ବର୍ଷ ପରେ ଲଜ୍ଜାଜନର ରେକର୍ଡ କଲା ଭାରତ appeared first on Dharitri Odia News.
କଲମ୍ବୋ,୭।୮: ବ୍ୟାଟ୍ସମ୍ୟାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପରେ ଡୁନିଥ ଭେଲାଲେଜଙ୍କ ନେତୃତ୍ୱରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ଶ୍ରୀଲଙ୍କା ତୃତୀୟ ଦିନିକିଆରେ ଭାରତକୁ ୨-୦ରେ ପରାସ୍ତ କରି ସିରିଜ ଜିତିଥିଲା। ୧୯୯୭ ପରଠାରୁ ଏହା ପ୍ରଥମ ଥର ପାଇଁ ଭାରତ ଶ୍ରୀଲଙ୍କା ବିପକ୍ଷରେ ଏକ ଦିନିକିଆ ସିରିଜ ହରାଇଛି। ୧୯୯୭ରେ ଅର୍ଜୁନ ରଣତୁଙ୍ଗାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ଭାରତକୁ ୩-୦ରେ ପରାସ୍ତ କରିଥିଲା। ସେବେଠାରୁ ଭାରତ କ୍ରମାଗତ ୧୧ଥର ଦିନିକିଆ ସିରିଜ ଜିତିଥିଲା, କିନ୍ତୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ଏହି ରେକର୍ଡ ବଜାୟ ରଖିପାରି ନ ଥିଲା ଏବଂ ୨୭ ବର୍ଷ ପରେ ଶ୍ରୀଲଙ୍କାକୁ ଦିନିକିଆ ସିରିଜ ହରାଇବାକୁ ପଡିଲା। ଏହି ଭାରତ ସହିତ ଶ୍ରୀଲଙ୍କା ଗସ୍ତ ଶେଷ ହୋଇଛି। ଏହି ଗସ୍ତରେ ଭାରତ ଟି-୨୦ ସିରିଜକୁ ୩-୦ରେ ଜିତି ନେଇଥିଲା, କିନ୍ତୁ ଭାରତୀୟ ଦଳ ଦିନିକିଆ ସିରିଜରେ ଏହି ଗତି ଜାରି ରଖିପାରି ନାହିଁ।
ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ଉଇକେଟ ପାଇଁ ୨୪୮ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ସମଗ୍ର ଭାରତୀୟ ଦଳ ୨୬.୧ ଓଭରରେ ୧୩୮ ରନ ପାଇଁ ଆଉଟ ହୋଇଥିଲେ। ଶ୍ରୀଲଙ୍କା ପାଇଁ ଅଭିସ୍କା ଫର୍ନାଣ୍ଡୋ ୯ ଚୌକା ଓ ଦୁଇଟି ଛକା ସହାୟତାରେ ୧୦୨ ବଲରେ ୯୬ ରନ ସଂଗ୍ରହ କରିଥିବାବେଳେ କୁସାଲ ମେଣ୍ଡିସ ୫୯ ରନ୍ର ଇନିଂସ ଖେଳିଥିଲେ। ବୋଲିଂରେ ସ୍ପିନର ଡୁନିଥ ଭେଲାଲେଜ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୫.୧ ଓଭରରେ ୨୭ ରନ ପାଇଁ ୫ ଉଇକେଟ ନେଇଥିଲେ। ଏଥିସହିତ ମହେଶ ଟିକସିନା ଏବଂ ଜିଓଫ୍ରେ ୱାଣ୍ଡରସେ ପ୍ରତ୍ୟେକ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଭାରତ ପାଇଁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୩୫ ରନ ସ୍କୋର କରିଥିବାବେଳେ ୱାଶିଂଟନ ସୁନ୍ଦର ୩୦ ରନ ସ୍କୋର କରିବା ପରେ ଏବଂ ବିରାଟ କୋହଲି ୨୦ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ।
The post ୨୭ ବର୍ଷ ପରେ ଲଜ୍ଜାଜନର ରେକର୍ଡ କଲା ଭାରତ appeared first on Dharitri Odia News.