୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ମହାଯଜ୍ଞ ପାଇଁ ଆଜି ଅଙ୍କୁରାରୋପଣ

ସମ୍ୱଲପୁର : ହାତଠାରି ଡାକିଲାଣି ପଶ୍ଚିମ ଓଡ଼ିଶାର ଆରାଧ୍ୟା ତଥା ସାରା ଓଡ଼ିଶାର ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମାଆ... The post ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ମହାଯଜ୍ଞ ପାଇଁ ଆଜି ଅଙ୍କୁରାରୋପଣ appeared first on .

୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ମହାଯଜ୍ଞ ପାଇଁ ଆଜି ଅଙ୍କୁରାରୋପଣ

ସମ୍ୱଲପୁର : ହାତଠାରି ଡାକିଲାଣି ପଶ୍ଚିମ ଓଡ଼ିଶାର ଆରାଧ୍ୟା ତଥା ସାରା ଓଡ଼ିଶାର ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମାଆ ସମଲେଇ ପୀଠର ରୂପାନ୍ତରିତ ରୂପ। ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ଉତ୍ସବମୁଖର ସାରା ଓଡ଼ିଶା। ପବିତ୍ର ଦିବସରେ ମହାଯଜ୍ଞ ପାଇଁ ଆଜି ହେବ ଅଙ୍କୁରାରୋପଣ। ଏହାପରେ ଆରମ୍ଭ ହେବ ହୋମଯଜ୍ଞ। ୨୪ ତାରିଖରେ କଳସ ଯାତ୍ରା ସହ ମହାନଦୀରୁ ପୂର୍ଣ୍ଣ କଳସ ଅଣାଯାଇ ମାଆଙ୍କ ପୀଠରେ ଅଧିବାସ କରାଯିବ। ୨୭ରୁ ଯଜ୍ଞ ଆରମ୍ଭ ସହ ମନ୍ଦିରର ୪ ଦ୍ବାର ହୋମଯଜ୍ଞ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେବ। ସେହିଦିନ ମଧ୍ୟାହ୍ନ ୧୨ଟା ୩୦ ମିନିଟିରେ ଐତିହାସିକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସନ୍ଧ୍ୟାରେ ମହାନଦୀରେ ଭବ୍ୟ ଆଳତି କରାଯାଇ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ୩୧ତାରିଖରେ ପୂର୍ଣ୍ଣାହୂତି ପ୍ରଦାନ କରାଯିବ।

ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାବାବେଗକୁ ଦୃଷ୍ଟିରେ ରଖି ନିଜ ଅଞ୍ଚଳର ଗ୍ରାମଦେବତୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କଠାରୁ ସିନ୍ଦୂର ଓ ଚୁନରି ସଂଗ୍ରହ କରାଯିବ । ସିନ୍ଦୂର ଓ ଚୁନରି ମାଆଙ୍କର ଅତ୍ୟନ୍ତ ପ୍ରିୟ। ଭକ୍ତଙ୍କ ମନୋବାଞ୍ଝା ପୂରଣ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୩୦ ତାରିଖ ପରଠାରୁ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିବା ସହ ସିନ୍ଦୂର ଓ ଚୁନରି ଅର୍ପଣ କରିବେ।

The post ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ମହାଯଜ୍ଞ ପାଇଁ ଆଜି ଅଙ୍କୁରାରୋପଣ appeared first on .