୨୯ ଫେବୃଆରୀ ପରେ ବନ୍ଦ ହୋଇଯିବ କି ପେଟିଏମ ଆପ୍? ଆରବିଆଇ ଦେଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୯।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପେଟିଏମ ପେମେଣ୍ଟ ବ୍ୟାଙ୍କର କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ ଇନଷ୍ଟ୍ରୁମେଣ୍ଟ, ୱାଲେଟ ଏବଂ ଫାଷ୍ଟାଗ ଇତ୍ୟାଦି ୨୯ ଫେବୃଆରୀ ପରେ ଜମା କିମ୍ବା ଟପ ଅପ ଗ୍ରହଣ କରିବା ଉପରେ ରୋକ ଲଗାଇଦେଇଥିଲେ। ସେବେଠାରୁ ପେଟିଏମ ବ୍ୟବହାରକାରୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ପେଟିଏମ ଆପ୍ ୨୯ ଫେବୃଆରୀ ପରେ କାମ କରିବା ବନ୍ଦ କରି ଦେବକି? ବର୍ତ୍ତମାନ ଆରବିଆଇ ଏହା ଉପରେ ଏକ ବଡ ଅପଡେଟ୍ ଜାରି […] The post ୨୯ ଫେବୃଆରୀ ପରେ ବନ୍ଦ ହୋଇଯିବ କି ପେଟିଏମ ଆପ୍? ଆରବିଆଇ ଦେଲା ବଡ଼ ଅପଡେଟ୍ appeared first on Dharitri Odia News.
ନୂଆଦିଲ୍ଲୀ,୯।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପେଟିଏମ ପେମେଣ୍ଟ ବ୍ୟାଙ୍କର କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ ଇନଷ୍ଟ୍ରୁମେଣ୍ଟ, ୱାଲେଟ ଏବଂ ଫାଷ୍ଟାଗ ଇତ୍ୟାଦି ୨୯ ଫେବୃଆରୀ ପରେ ଜମା କିମ୍ବା ଟପ ଅପ ଗ୍ରହଣ କରିବା ଉପରେ ରୋକ ଲଗାଇଦେଇଥିଲେ। ସେବେଠାରୁ ପେଟିଏମ ବ୍ୟବହାରକାରୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ପେଟିଏମ ଆପ୍ ୨୯ ଫେବୃଆରୀ ପରେ କାମ କରିବା ବନ୍ଦ କରି ଦେବକି? ବର୍ତ୍ତମାନ ଆରବିଆଇ ଏହା ଉପରେ ଏକ ବଡ ଅପଡେଟ୍ ଜାରି କରିଛି।
ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ଆରବିଆଇ ଡେପୁଟି ଗଭର୍ନର ସ୍ବାମୀନାଥନ ଜେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପେଟିଏମ ଆପ୍ ବିରୋଧରେ ନୁହେଁ। ଆପ୍ କାର୍ଯ୍ୟାନୁଷ୍ଠାନ ଦ୍ୱାରା ପ୍ରଭାବିତ ହେବ ନାହିଁ।
The post ୨୯ ଫେବୃଆରୀ ପରେ ବନ୍ଦ ହୋଇଯିବ କି ପେଟିଏମ ଆପ୍? ଆରବିଆଇ ଦେଲା ବଡ଼ ଅପଡେଟ୍ appeared first on Dharitri Odia News.