୩ ଘଣ୍ଟା ବନ୍ଦ ରହିବ SBIର ଡିଜିଟାଲ ସର୍ଭିସ, ବାର୍ଷିକ ସମାପନ କାର୍ଯ୍ୟ ପାଇଁ ସେବାକୁ ସ୍ଥଗିତ ରଖାଯାଇଥିବା ସୂଚନା

ନୂଆଦିଲ୍ଲୀ ୦୧।୦୪; ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI । ଏହି ବ୍ୟାଙ୍କର ଗ୍ରାହକମାନେ ଡିଜିଟାଲ୍ କାରବାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୟୁପିଇ ପେମେଣ୍ଟ ସମେତ ସମସ୍ତ ପ୍ରକାର ଡିଜିଟାଲ ଟ୍ରାଞ୍ଜାକ୍ସନ ବନ୍ଦ ହୋଇଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲକ୍ଷ ଲକ୍ଷ  ଗ୍ରାହକ ଏହା ଉପରେ ଅଭିଯୋଗ କରିଛନ୍ତି। ଗ୍ରାହକମାନେ ଡିଜିଟାଲ କାରବାରରେ କାହିଁକି ଅସୁବିଧାର ସମ୍ମୁଖୀନ ଏନେଇ ବ୍ୟାଙ୍କ ସ୍ପଷ୍ଟ କରିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ପୋଷ୍ଟରେ କହିଛି ଯେ ବାର୍ଷିକ ସମାପନ କାର୍ଯ୍ୟ (ଆନୁଆଲ ମେଣ୍ଟେନାନ୍ସ ଆକ୍ଟିଭିଟିଜ୍‌) ହେତୁ ଆମର ସମସ୍ତ ଡିଜିଟାଲ୍ ସେବା ଏପ୍ରିଲ୍ ୧ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଆମେ ଗ୍ରାହକଙ୍କୁ UPI ଲାଇଟ୍ ଏବଂ ଏଟିଏମ୍ ଚ୍ୟାନେଲ ବ୍ୟବହାର କରିବାକୁ ଅନୁରୋଧ କରୁଛୁ। ତେବେ ସକାଳୁ ଏସବିଆଇରୁ ୟୁପିଇ ପେମେଣ୍ଟ କରିବାରେ ସମସ୍ୟା ହେଉଥିବାବେଳେ ବ୍ୟାଙ୍କ କହିଛି ଯେ ଡିଜିଟାଲ ସେବା ଦ୍ଵିପହର ୧ ଟାରୁ 4 ଟା ପର୍ଯ୍ୟନ୍ତ ବନ୍ଦ ରହିବ।

୩ ଘଣ୍ଟା ବନ୍ଦ ରହିବ SBIର ଡିଜିଟାଲ ସର୍ଭିସ, ବାର୍ଷିକ ସମାପନ କାର୍ଯ୍ୟ ପାଇଁ ସେବାକୁ ସ୍ଥଗିତ ରଖାଯାଇଥିବା ସୂଚନା

ନୂଆଦିଲ୍ଲୀ ୦୧।୦୪; ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI । ଏହି ବ୍ୟାଙ୍କର ଗ୍ରାହକମାନେ ଡିଜିଟାଲ୍ କାରବାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୟୁପିଇ ପେମେଣ୍ଟ ସମେତ ସମସ୍ତ ପ୍ରକାର ଡିଜିଟାଲ ଟ୍ରାଞ୍ଜାକ୍ସନ ବନ୍ଦ ହୋଇଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲକ୍ଷ ଲକ୍ଷ  ଗ୍ରାହକ ଏହା ଉପରେ ଅଭିଯୋଗ କରିଛନ୍ତି। 

ଗ୍ରାହକମାନେ ଡିଜିଟାଲ କାରବାରରେ କାହିଁକି ଅସୁବିଧାର ସମ୍ମୁଖୀନ ଏନେଇ ବ୍ୟାଙ୍କ ସ୍ପଷ୍ଟ କରିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ପୋଷ୍ଟରେ କହିଛି ଯେ ବାର୍ଷିକ ସମାପନ କାର୍ଯ୍ୟ (ଆନୁଆଲ ମେଣ୍ଟେନାନ୍ସ ଆକ୍ଟିଭିଟିଜ୍‌) ହେତୁ ଆମର ସମସ୍ତ ଡିଜିଟାଲ୍ ସେବା ଏପ୍ରିଲ୍ ୧ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ। 

ଆମେ ଗ୍ରାହକଙ୍କୁ UPI ଲାଇଟ୍ ଏବଂ ଏଟିଏମ୍ ଚ୍ୟାନେଲ ବ୍ୟବହାର କରିବାକୁ ଅନୁରୋଧ କରୁଛୁ। ତେବେ ସକାଳୁ ଏସବିଆଇରୁ ୟୁପିଇ ପେମେଣ୍ଟ କରିବାରେ ସମସ୍ୟା ହେଉଥିବାବେଳେ ବ୍ୟାଙ୍କ କହିଛି ଯେ ଡିଜିଟାଲ ସେବା ଦ୍ଵିପହର ୧ ଟାରୁ 4 ଟା ପର୍ଯ୍ୟନ୍ତ ବନ୍ଦ ରହିବ।