୩ ଜଣଙ୍କ ଠାରୁ ମିଳିଲା ୧୦ କୋଟି ଟଙ୍କାର ହେରୋଇନ୍
୧.୩୮୭ କେଜିର ହେରୋଇନ ମିଳିଛି। ଏହାର ବଜାର ମୂଲ୍ୟ ୯.୭୦ କୋଟି ଟଙ୍କା ହେବ।
ନିଶା ଦ୍ରବ୍ୟ ଚୋରା ଚାଲାଣର ପର୍ଦ୍ଦାଫାସ ହୋଇଛି। ଆସାମ ରାଇଫଲର ଯବାନମାନେ ବେଆଇନ ଚାଲାଣର ପର୍ଦ୍ଦାଫାସ କରି ୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧.୩୮୭ କେଜିର ହେରୋଇନ ମିଳିଛି। ଏହାର ବଜାର ମୂଲ୍ୟ ୯.୭୦ କୋଟି ଟଙ୍କା ହେବ। ମିଜୋରାମ-ମିଆଁମାର ସୀମାରୁ ଏତେ ପରିମାଣର ହେରୋଇନ ଜବତ ହୋଇଛି।
ଆସାମ ରାଇଫଲ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଗୁରୁବାର ଦିନ ମିଜୋରାମ-ମିଆଁମାର ସୀମାନ୍ତରେ ଥିବା ମେଲବୁକ ଓ ଜୋଟେ ଗାଁରୁ ନିଶାଦ୍ରବ୍ୟକୁଚ ଜବତ କରାଯାଇଛି। ୧.୩୮୭ କେଜି ହେରୋଇନକୁ ୩ ଜଣ ବ୍ୟକ୍ତି ୧୧୨ଟି ସାବୁନ କେସ୍ରେ ରଖି ଚୋରା ଚାଲାଣ କରୁଥିଲେ।
ହରୋଇନ ଚୋରା ଚାଲାଣ ସମ୍ପର୍କରେ ପ୍ରଥମେ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଆସାମ ରାଫଲ୍ସର ଗୋଟିଏ ଟିମ ସହ ଝୋକାୱଥର ଓ ଚମ୍ଫାଇ ସହରରେ ମୁତୟନ ପୁଲିସ୍ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା।
ଅପରେସନ ବେଳେ ମେଲବୁକରୁ ୧୪୬ ଗ୍ରାମ, ଜୋଟେରୁ ୨୨ ଗ୍ରାମ ଓ ଚମ୍ଫାଇ-ଅଜିୱାଲ ଠାରୁ ୧କେଜି ୨୧୯ ଗ୍ରାମ ହେରୋଇନ ଜବତ କରାଯାଇଥିଲା। କାହରୱଟ ଓ ନ୍ୟୁ ଚମ୍ଫାଇରେ ରହୁଥିବା ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗୁଇନ୍ଦା ସୂଚନା ଆଧାରରେ ଗିରଫ କରାଯାଇଛି। ଗିରଫ ପରେ ସେମାନଙ୍କୁ ଝୋକାୱଥର ଓ ଚମ୍ଫାଇ ପୁଲିସ୍କୁ ହସ୍ତାନ୍ତର କରାଯାଇଥିବା ବିବୃତିରେ କୁହାଯାଇଛି।