୩ ଦିନ ଭିତରେ ଆକଳନ ହେବ ବର୍ଷା କ୍ଷୟକ୍ଷତି – ରାଜସ୍ବମନ୍ତ୍ରୀ
ଭୁବନେଶ୍ୱର : ସପ୍ତାହେ ଧରି ରାଜ୍ୟରେ ଲାଗି ରହିଛି ଅଦିନିଆ ବର୍ଷା । ବର୍ତ୍ତମାନ ଫସଲ ଅମଳ ସମୟ ଥିବାରୁ ବର୍ଷାକୁ ନେଇ ଭାଙ୍ଗି ପଡିଛନ୍ତି ଚାଷୀ କୂଳ । ଅଦିନିଆ ବର୍ଷା ଫଳରେ ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ ହୋଇଛି, ଯାହା ଚାଷୀ ମାନଙ୍କ ଚିନ୍ତାକୁ ଦ୍ଵିଗୁଣିତ କରିଛି । ଆଗକୁ ୨୪-୨୫ ଏବଂ ୨୯ ତାରିଖରେ ପୁଣି ଥରେ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ […]

ଭୁବନେଶ୍ୱର : ସପ୍ତାହେ ଧରି ରାଜ୍ୟରେ ଲାଗି ରହିଛି ଅଦିନିଆ ବର୍ଷା । ବର୍ତ୍ତମାନ ଫସଲ ଅମଳ ସମୟ ଥିବାରୁ ବର୍ଷାକୁ ନେଇ ଭାଙ୍ଗି ପଡିଛନ୍ତି ଚାଷୀ କୂଳ । ଅଦିନିଆ ବର୍ଷା ଫଳରେ ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ ହୋଇଛି, ଯାହା ଚାଷୀ ମାନଙ୍କ ଚିନ୍ତାକୁ ଦ୍ଵିଗୁଣିତ କରିଛି । ଆଗକୁ ୨୪-୨୫ ଏବଂ ୨୯ ତାରିଖରେ ପୁଣି ଥରେ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ବର୍ଷା ଜନିତ କ୍ଷୟକ୍ଷତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ତିନି ଦିନ ଭିତରେ ବର୍ଷା କ୍ଷୟକ୍ଷତି ଆକଳନ ସାରିବା ନେଇ ସୂଚନା ଦେଇଛନ୍ତି ରାଜସ୍ଵ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସେ କହିଛନ୍ତି ୩ରୁ ୪ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ସରିବ ଏବଂ ୫ମ ଦିନ କ୍ଷତିପୂରଣ ରାଶି ଦିଆଯିବ। କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି ।
ଯେଉଁ ଚାଷୀଙ୍କର ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ରିପୋର୍ଟ ଆସିବା ପରେ ସହାୟତା ରାଶି ପ୍ରଦାନ କରାଯିବ । ଯେଉଁମାନଙ୍କର ଚାଷୀଙ୍କର ଅଳ୍ପ ନଷ୍ଟ ହୋଇଛି ଜିଲ୍ଲା ପ୍ରଶାସନ ତାଙ୍କ ପ୍ରତି କୋହଳ ମନୋଭାବ ରଖି ତାହା କିଭଳି ବିକ୍ରି ହୋଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ ସରକାର କହିଛନ୍ତି।