୩ ଦିନ ହେଲା କାମ କରୁନି ସୁଭଦ୍ରା ପୋର୍ଟାଲ, ରେଜିଷ୍ଟ୍ରେସନ ପାଇଁ ରାତି ରାତି ଜଗି ବସୁଛନ୍ତି ଲୋକ

ବାଲିପାଟଣା ୭।୯: ଶୁଆଇ ଦେଉନି ସୁଭଦ୍ରା ! ଅନିଦ୍ରା କରୁଛି ସୁଭଦ୍ରା ! ସୁଭଦ୍ରା ଯୋଜନା ପାଇଁ ରାତି ଅନିଦ୍ରା ହେଉଛନ୍ତି ଲୋକେ । ୩ ଦିନ ହେଲାଣି ସୁଭଦ୍ରା ପୋର୍ଟାଲ ଅଚଳ । ଏଥିପାଇଁ ସୁଭଦ୍ରା ଯୋଜନାରେ ଆବେଦନ କରୁଥିବା ଲୋକଙ୍କର ଅନଲାଇନରେ ରେଜିଷ୍ଟ୍ରେସନ ହୋଇପାରୁନାହିଁ । ସିଏସସି ଲଗ ଇନ ହେଉନାହିଁ । ଯଦିବା ବେଳେ ବେଳେ ଲଗଇନ୍ ହେଉଛି E-KYC ରେ ସମସ୍ୟା ହେଉଛି । ଅଧିକ ସଂଖ୍ୟକ ବ୍ୟବହାରକାରୀ ସୁଭଦ୍ରା ପୋର୍ଟାଲକୁ ବ୍ୟବହାର କରୁଥିବାରୁ ସର୍ଭର ଏରର ହେଉଛି । ଏତଦ ବ୍ୟତୀତ ଆଧାରରେ ମୋବାଇଲ ସଂଯୋଗ କରିବା ପରେ ମଧ୍ୟ ଅନଲାଇନ୍ ଆବେଦନ କରି ନପାରି ଲୋକେ ହତାଶ ହେଉଛନ୍ତି ।You Can Read:ମହାବିନାୟକ ପୀଠରେ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା

୩ ଦିନ ହେଲା କାମ କରୁନି ସୁଭଦ୍ରା ପୋର୍ଟାଲ, ରେଜିଷ୍ଟ୍ରେସନ ପାଇଁ ରାତି ରାତି ଜଗି ବସୁଛନ୍ତି ଲୋକ

ବାଲିପାଟଣା ୭।୯: ଶୁଆଇ ଦେଉନି ସୁଭଦ୍ରା ! ଅନିଦ୍ରା କରୁଛି ସୁଭଦ୍ରା ! ସୁଭଦ୍ରା ଯୋଜନା ପାଇଁ ରାତି ଅନିଦ୍ରା ହେଉଛନ୍ତି ଲୋକେ । ୩ ଦିନ ହେଲାଣି ସୁଭଦ୍ରା ପୋର୍ଟାଲ ଅଚଳ । ଏଥିପାଇଁ ସୁଭଦ୍ରା ଯୋଜନାରେ ଆବେଦନ କରୁଥିବା ଲୋକଙ୍କର ଅନଲାଇନରେ ରେଜିଷ୍ଟ୍ରେସନ ହୋଇପାରୁନାହିଁ । ସିଏସସି ଲଗ ଇନ ହେଉନାହିଁ । ଯଦିବା ବେଳେ ବେଳେ ଲଗଇନ୍ ହେଉଛି E-KYC ରେ ସମସ୍ୟା ହେଉଛି । ଅଧିକ ସଂଖ୍ୟକ ବ୍ୟବହାରକାରୀ ସୁଭଦ୍ରା ପୋର୍ଟାଲକୁ ବ୍ୟବହାର କରୁଥିବାରୁ ସର୍ଭର ଏରର ହେଉଛି । ଏତଦ ବ୍ୟତୀତ ଆଧାରରେ ମୋବାଇଲ ସଂଯୋଗ କରିବା ପରେ ମଧ୍ୟ ଅନଲାଇନ୍ ଆବେଦନ କରି ନପାରି ଲୋକେ ହତାଶ ହେଉଛନ୍ତି ।

You Can Read:

ମହାବିନାୟକ ପୀଠରେ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା