୩ ଦିନିଆ ଗ୍ରୀନ୍‌ କନ୍‌କ୍ଲେଭ ଉଦ୍‌ଯାପିତ

ଭୁବନେଶ୍ୱର,୧୫।୨: ଏସିଆନ୍‌-ଆଫ୍ରିକାନ୍‌ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ଓଡ଼ିଶା ଶାଖା (ଚାପ୍ଟର) ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ୩ ଦିନିଆ ଗ୍ରୀନ୍‌ କନ୍‌କ୍ଲେଭ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି। ଏପରିକି ବିଶ୍ୱସ୍ତରୀୟ ବ୍ୟବସାୟିକ ସମ୍ମିଳନୀ ଏବଂ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସିଡ୍‌ବିର ଉପମହାପ୍ରବନ୍ଧକ ପ୍ରଦୀପ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲାବେଳେ ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ୍‌, ଏନ୍‌ସିସି ଡାଇରେକ୍ଟର କର୍ନେଲ ସାଗର କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି […] The post ୩ ଦିନିଆ ଗ୍ରୀନ୍‌ କନ୍‌କ୍ଲେଭ ଉଦ୍‌ଯାପିତ appeared first on Dharitri Odia News.

୩ ଦିନିଆ ଗ୍ରୀନ୍‌ କନ୍‌କ୍ଲେଭ ଉଦ୍‌ଯାପିତ

ଭୁବନେଶ୍ୱର,୧୫।୨: ଏସିଆନ୍‌-ଆଫ୍ରିକାନ୍‌ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ଓଡ଼ିଶା ଶାଖା (ଚାପ୍ଟର) ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ୩ ଦିନିଆ ଗ୍ରୀନ୍‌ କନ୍‌କ୍ଲେଭ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି। ଏପରିକି ବିଶ୍ୱସ୍ତରୀୟ ବ୍ୟବସାୟିକ ସମ୍ମିଳନୀ ଏବଂ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସିଡ୍‌ବିର ଉପମହାପ୍ରବନ୍ଧକ ପ୍ରଦୀପ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲାବେଳେ ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ୍‌, ଏନ୍‌ସିସି ଡାଇରେକ୍ଟର କର୍ନେଲ ସାଗର କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ବିରିହାନ୍‌ ଆଲମେଚ୍‌ କିଡାନୁ ବିଶେଷ ଅତିଥି ଭାବେ ଯୋଗଦେଇ କନ୍‌କ୍ଲେଭର ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମର ଆଗଧାଡ଼ିର ୮ଜଣ ବରିଷ୍ଠ ସାମ୍ବାଦିକକୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଉକ୍ତ ସମ୍ମିଳନୀରେ ଏସିଆ, ଇଥିଓପିଆ, ଇରାନ୍‌, ମାଲେସିଆ, ସିଙ୍ଗାପୁର, ଜାମ୍ବିଆ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର ଓ ଅନ୍ୟ ଆଫ୍ରିକାନ୍‌ ଦେଶରୁ ବହୁ ଡିପ୍ଲୋମାଟ୍‌ ଓ ଏମ୍‌ଏସ୍‌ଏମ୍‌ଇ ମୁଖ୍ୟ ମଧ୍ୟ ଯୋଗଦେଇଥିଲେ। ସେହିଭଳି ୩ଦିନ ବ୍ୟାପୀ ଆୟୋଜିତ ଉକ୍ତ ପ୍ରଦଶର୍ନୀରେ ବିଭିନ୍ନ ବର୍ଗର ଷ୍ଟଲ୍‌ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦଶର୍ନୀରେ ଇକୋଜେନ୍‌ଙ୍କ ପ୍ରଡକ୍ଟ ‘ସୋଲାର ଷ୍ଟଲ୍‌’ ମୁଖ୍ୟ ଆକର୍ଷଣ ଥିଲା। ଅପରପକ୍ଷରେ ଏଏସିସିଆଇ ଓଡ଼ିଶା ଶାଖାର ସଭାପତି ଡ. ଲୀତା ମହାପାତ୍ର, ଉପ ସଭାପତି ରାଜେନ୍ଦ୍ର ପରିଡ଼ା, ଜଏଣ୍ଟ ସେକ୍ରେଟାରି ସୁସ୍ମିତା ମହାନ୍ତି, ମେଡିକାଲ ଚେୟାର ପର୍ସନ ଗରିମା ସରୋଗି, ଗୌରବ ରାହାଲାନ ଓ ଅନ୍ୟମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

The post ୩ ଦିନିଆ ଗ୍ରୀନ୍‌ କନ୍‌କ୍ଲେଭ ଉଦ୍‌ଯାପିତ appeared first on Dharitri Odia News.