୩ ପରିବାରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ
ଜଗତସିଂହପୁର,୩।୫: ଜଗତସିଂହପୁର ଜିଲା ବିରିଡ଼ି ଥାନା ଦଣ୍ଡିଲୋ ଗାଁରେ ଏକ ବଡ଼ ଧରଣର ଲୁଟ ହୋଇଛି। ଗାଁରେ ରହୁଥିବା ୩ ପରିବାରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ୫ଜଣ ଦୁର୍ବୃତ୍ତ ପ୍ରଥମେ ଗ୍ରାମର ଜଣଙ୍କ ଘର କବାଟ ଭାଙ୍ଗି ପଶି ଥିଲେ। ପରେ ଦୁର୍ବୃତ୍ତମାନେ ପରିବାର ଲୋକଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ଠିକ୍ ସେହିପରି ଭାବେ ଦୁର୍ବୃତ୍ତମାନେ […] The post ୩ ପରିବାରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ appeared first on Dharitri Odia News.
ଜଗତସିଂହପୁର,୩।୫: ଜଗତସିଂହପୁର ଜିଲା ବିରିଡ଼ି ଥାନା ଦଣ୍ଡିଲୋ ଗାଁରେ ଏକ ବଡ଼ ଧରଣର ଲୁଟ ହୋଇଛି। ଗାଁରେ ରହୁଥିବା ୩ ପରିବାରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ, ୫ଜଣ ଦୁର୍ବୃତ୍ତ ପ୍ରଥମେ ଗ୍ରାମର ଜଣଙ୍କ ଘର କବାଟ ଭାଙ୍ଗି ପଶି ଥିଲେ। ପରେ ଦୁର୍ବୃତ୍ତମାନେ ପରିବାର ଲୋକଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ।
ଠିକ୍ ସେହିପରି ଭାବେ ଦୁର୍ବୃତ୍ତମାନେ ଗ୍ରାମର ଅନ୍ୟ ଦୁଇ ପରିବାରର କବାଟ ଭାଙ୍ଗି ଘରେ ପଶି ଲୁଟପାଟ କରିଥିବା ଜଣାପଡିଛି। ଏନେଇ ଲୁଟର ଶିକାର ହୋଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭତ୍ତି କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପୋଲିସ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତମାନଙ୍କୁ ଧରିପାରି ନାହିଁ। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
The post ୩ ପରିବାରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ appeared first on Dharitri Odia News.